Below header

ରାମଲୀଳା ଗ୍ରାଉଣ୍ଡ ରାବଣ ପୋଡ଼ି ଉତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ(କେନ୍ୟୁଜ୍): ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ଭାବେ ପାଳିତ ହୋଇଛି ରାବଣ ପୋଡ଼ି। ନୂଆଦିଲ୍ଲୀର ଦ୍ୱାରକା ସେକ୍ଚର ୧୦ ରାମଲୀଳା ଗ୍ରାଉଣ୍ଡରେ ରାବଣ ପୋଡ଼ି ଉତ୍ସବରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀର ମହତ୍ତ୍ୱ ସଂପର୍କରେ ସେ ଉଦବୋଧନ ଦେଇଥିଲେ। କହିଥିଲେ, ବିବିଧତା ମଧ୍ୟରେ ପାର୍ବଣ ଆମକୁ ଏକାଠି କରିଥାଏ । ଏହାସହ ମହାତ୍ମାଗାନ୍ଧିଙ୍କ ଆଦର୍ଶ ଓ ଚିନ୍ତାଧାରାରେ ଅନୁପ୍ରାଣିତ ହେବାକୁ ସେ ପରାମର୍ଶ ଦେଇଥିଲେ। ପରେ ୧୦୭ ଫୁଟ ଉଚ୍ଚତାର ରାବଣ ଦହନ କରିଥିଲେ ମୋଦି। ଏହି କାର‌୍ୟ୍ୟକ୍ରମରେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ, ସାଂସଦ ମହେଶ ଶର୍ମା ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.