କେଜ୍ରିୱାଲଙ୍କ ଗିରଫ ପରେ ରାଜନୈତିକ ଝଡ଼, ଆନ୍ଦୋଳନ ଡାକରା ଦେଇଛି ଆମ ଆଦମୀ ପାର୍ଟି

କେଜ୍ରିୱାଲଙ୍କ ଗିରଫ ପରେ ରାଜନୈତିକ ଝଡ଼। ବିଜେପି ଓ ମୋଦିଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ଦେଶର ଗଣତନ୍ତ୍ର ବିପଦରେ ଥିବା କହିଛନ୍ତି। ଆପ୍ କହିଛି ନିର୍ବାଚନ ପାଖୋଉଥିବାରୁ ଭୟଭିତ ହୋଇ କେଜ୍ରିୱାଲଙ୍କୁ ଗିରଫ କରାଇଛି ବିଜେପି। କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି ଆମ ଆଦମୀ ପାର୍ଟି ।

ନୂଆଦିଲ୍ଲୀ : କେଜ୍ରିୱାଲଙ୍କ ଗିରଫ ପରେ ରାଜନୈତିକ ଝଡ଼। ବିଜେପି ଓ ମୋଦିଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ଦେଶର ଗଣତନ୍ତ୍ର ବିପଦରେ ଥିବା କହିଛନ୍ତି। ଆପ୍ କହିଛି ନିର୍ବାଚନ ପାଖୋଉଥିବାରୁ ଭୟଭିତ ହୋଇ କେଜ୍ରିୱାଲଙ୍କୁ ଗିରଫ କରାଇଛି ବିଜେପି। କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି ଆମ ଆଦମୀ ପାର୍ଟି । ଏଥିରେ ଇଣ୍ଡିଆ ମେଣ୍ଟକୁ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି।

ଆଜି ରାହୁଲ ଗାନ୍ଧି କେଜ୍ରିୱାଲଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିବେ। ତାଙ୍କ ପରିବାରକୁ ନ୍ୟାୟିକ ସହାୟତା ଦେବେ ବୋଲି କହିଛନ୍ତି ରାହୁଲ। ଅନ୍ୟପଟେ କେଜ୍ରିୱାଲ ଗିରଫ ହେବା ପରେ ସେ ଜେଲରୁ ରହି ସରକାର ଚଳାଇବେ ନା ଆଉ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି ଆପ୍ କହିଛି।

କେଜ୍ରିୱାଲଙ୍କ ଗିରଫ ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ରାପିଡ ଆକ୍ସନ ଫୋର୍ସ ମୁତୟନ ଅଛନ୍ତି । ପରିସ୍ଥିତିକୁ ଦେଖି ଆଖପାଖ ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା । ଆପ ନେତା ଓ କର୍ମୀ ରାତିରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ମାମଲାରେ ପୂର୍ବରୁ ୯ ଥର ସମନ ଏଡାଇ ସାରିଥିଲେ କେଜ୍ରିୱାଲ । ଗିିରଫଦାରି ଉପରେ ରହିତାଦେଶ ଜାରି ପାଇଁ କେଜ୍ରିୱାଲଙ୍କ ଆବେଦନ ଦିଲ୍ଲୀ ହାଇକୋର୍ଟ ଖାରଜ କରିବା ପରେ ଗିରଫ କରିଛି ଇଡି । ପୂର୍ବରୁ ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆ ଓ ସଞ୍ଜୟ ସିଂ ଗିରଫ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.