ଭୁଶୁଡ଼ି ପଡ଼ିଲା ବିହାରର ସବୁଠାରୁ ବଡ଼ ନିର୍ମାଣାଧୀନ ବ୍ରିଜ୍‌, ଜଣଙ୍କର ଜୀବନ ଗଲା

୧୨୦୦ କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଉଥିଲା । ଆଜି ସକାଳ ପ୍ରାୟ ୭ ଟା ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି ।

ବିହାରର ସବୁଠାରୁ ବଡ଼ ନିର୍ମାଣାଧୀନ ବ୍ରିଜ ଭୁଶୁଡି ପଡିଛି । ଏହି ଦୁର୍ଘଟଣା ସୁପୌଲରେ ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଥିବା ଜଣାଯାଇଛି । ଉଦ୍ଧାରକାରୀ ଦଳ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ପଠାଇଛନ୍ତି। ସୁପୌଲରେ ନିର୍ମାଣଧୀନ ବ୍ରିଜର ଏକ ବଡ଼ ଅଂଶ ଭୁଶୁଡି ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସୁପୌଲ ଡିଏମ କୌଶଲ କୁମାରଙ୍କ ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୯ ଜଣ ଆହତ ହୋଇଛନ୍ତି । ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଛି । ୧୨୦୦ କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଉଥିଲା । ଆଜି ସକାଳ ପ୍ରାୟ ୭ ଟା ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ଯେତେବେଳେ ବ୍ରିଜ୍‌ ଟି ଭୁଶୁଡ଼ି ପଡ଼ିଲା ସେଠାରେ ଉପସ୍ଥିତ ଥିବା କମ୍ପାନୀର ଲୋକମାନେ ଘଟଣାସ୍ଥଳରୁ ପଳାଇଥିଲେ।

କୋସି ନଦୀ ଉପରେ ନିର୍ମିତ ହୋଇଥିବା ଏହି ସେତୁର କିଛି ଅଂଶ ନଦୀରେ ପଡିଯାଇଥିଲା । ଏହି ବ୍ରିଜକୁ ଦେଶର ସବୁଠାରୁ ବଡ ବ୍ରିଜ୍‌ ବୋଲି କୁହାଯାଉଛି । ଏହି ବ୍ରିଜ୍‌ ନିର୍ମାଣର ଡେଡଲାଇନ୍‌ ୨୦୨୩ ଥିଲା କିନ୍ତୁ କରୋନା ଏବଂ ବନ୍ୟା ଯୋଗୁଁ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନଥିଲା । ଏହାକୁ ଦୁଇଟି କମ୍ପାନୀ (ଗ୍ୟାମନ୍ ଇଣ୍ଡିଆ ଏବଂ ଟ୍ରାନ୍ସ ରେଳ ଲାଇଟିଂ ପ୍ରାଇଭେଟ ଲିମିଟେଡ୍) ମିଳିତ ଭାବେ ନିର୍ମାଣ କରୁଛନ୍ତି । ଏହାପୂର୍ବରୁ ଭାଗଲପୁରର ଗଙ୍ଗା ନଦୀ ଉପରେ ନିର୍ମିତ ବ୍ରିଜ ଭୁଶୁଡି ପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.