Below header

ଏସିଆର ସବୁଠୁ ବଡ଼ Wildlife Corridor

ତିଆରି ହେଉଛି ଏସିଆ ସବୁଠୁ ବଡ଼ Delhi-Dehradun Expressway Wildlife Corridor, ଏଥର ଜଙ୍ଗଲ ସଫାରୀର ମଜା ନେବେ ଯାତ୍ରୀ

ଦେଶରେ ସଡ଼କ ପଥକୁ ପ୍ରୋତ୍ସାହିତ କରିବା ପାଇଁ କ୍ରମାଗତ ଭାବରେ ନୂଆ ଏକ୍ସପ୍ରେସ ୱେ ନିର୍ମାଣ କରାଯାଉଛି। ଏହି ପର୍ଯ୍ୟାୟରେ ଦେଶରେ ଏସିଆ ମହାଦେଶର ଦୀର୍ଘତମ ବନ୍ୟଜନ୍ତୁ କରିଡର ନିର୍ମାଣ କରାଯାଉଛି। ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସ ୱେ ଠାରେ ଏହି କରିଡର ନିର୍ମାଣ କରାଯାଉଛି। ଏହି କରିଡର ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯାନବାହାନ ଏହି ବନ୍ୟଜନ୍ତୁ କରିଡର ଉପରେ ନିର୍ମିତ ରାସ୍ତାରେ ଯାତାୟତ କରିବ। ଅନ୍ୟପଟେ ବନ୍ୟ ଜୀବ ଜନ୍ତୁଙ୍କ ଗତ ବିଧି ଏହି କରିଡର ନିମ୍ନ ଭାଗରେ ରହିବ। ଆସନ୍ତୁ ଜାଣିବା କଣ ସବୁ ରହିଛି ଏହାର ଖାସିୟତ ..

ଦର୍ଶକବନ୍ଧୁ ଯେତେବେଳେ ଆପଣ ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସ ୱେ ରେ ଯାତ୍ରା କରିବେ, ସେତେବେଳେ ଆପଣଙ୍କୁ ଜଙ୍ଗଲ ସଫାରୀର ଏକ୍ସପିରିଏନ୍ସ ମିଳିବ। ଏ ସମ୍ପର୍କରେ National Highways Authority of India ଏନଏଚଏଆଇ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଅଧିକାରୀ କହିଛନ୍ତି ଯେ ଏହି ବନ୍ୟଜନ୍ତୁ କରିଡର ଉତ୍ତରାଖଣ୍ଡରେ ନିର୍ମିତ ହେବ। ଜଙ୍ଗଲ ସଫାରୀ ସହିତ ଅନେକ ଦିଗକୁ ଧ୍ୟାନ ଦିଆଯିବ । ଏହା ହେଉଛି Delhi-Dehradun Expressway Project।

ସିଙ୍ଗଲ ପିଲର ଉପରେ ନିର୍ମିତ ହେବ ୬ ଲେନ ବିଶିଷ୍ଟ ରାସ୍ତା । ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସ ୱେ ଠାରେ ନିର୍ମିତ ଏସିଆ ମହାଦେଶର ବୃହତ୍ତମ ବନ୍ୟଜନ୍ତୁ କରିଡର ଲମ୍ବ ୧୨ କିଲୋମିଟର ଠାରୁ ଅଧିକ ହେବ। ରାଜାଜୀ ଜାତୀୟ ଉଦ୍ୟାନରେ ଥିବା ଏହି କରିଡର ଠାରେ ଜୀବ ଜନ୍ତୁଙ୍କ କିଛି ଅସୁବିଧା ହେବ ନାହିଁ । ଏହି ବନ୍ୟଜନ୍ତୁ କରିଡର ଠାରେ ସିଙ୍ଗଲ ପିଲର ଉପରେ ୬ ଲେନ ବିଶିଷ୍ଟ ରାସ୍ତା ନିର୍ମିତ ହେବ। ଏଥିପାଇଁ Single Pillar Technology ବ୍ୟବହାର କରାଯାଉଛି। ଯାହାଫଳରେ ଜଙ୍ଗଲରେ ସର୍ବନିମ୍ନ କଂକ୍ରିଟ୍ ବ୍ୟବହାର କରାଯାଇ ପାରିବ। ଏହି କରିଡର ପାଇଁ ମୋଟ ୫୭୧ ପିଲାର ନିର୍ମାଣ ହେବାକୁ ଯାଉଛି। ସେଥିମଧ୍ୟରୁ ପ୍ରାୟ ୪୫୦ ପିଲାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ପିଲାର ମଧ୍ୟରେ ୨୧ ମିଟର ଦୂରତା ରହିଛି।

ଏସିଆ ମହାଦେଶ ଏହି ଦୀର୍ଘତମ ବନ୍ୟଜନ୍ତୁ କରିଡର ମୋହାଣ୍ଡ ଠାରୁ ଆରମ୍ଭ ହୋଇ ଦତ୍ତ-କାଳୀ ମନ୍ଦିର ପର୍ଯ୍ୟନ୍ତ ନିର୍ମାଣ ହେବ। ଭାରତୀୟ ବନ୍ୟଜନ୍ତୁ ସଂସ୍ଥାନ ପରାମର୍ଶକୁ ଆଧାର କରି ଏନଏଚଏଆଇ ଏହି କରିଡର ନିର୍ମାଣ କରୁଛି। ଉତ୍ତରାଖଣ୍ଡ ଡେରାଡୁନ ସ୍ଥିତ ଦତ୍ତ କାଳୀ ମନ୍ଦିର ନିକଟରେ ରହିଥିବା ୩୪୦ ମିଟର ଲମ୍ବା ସୁଡଙ୍ଗ ବନ୍ୟଜନ୍ତୁଙ୍କ ଉପରେ ଯାନବାହାନ ପ୍ରଭାବକୁ ହ୍ରାସ କରିବାରେ ସହାୟକ ହେବ। ଏହା ସହିତ ଗଣେଶପୁର-ଡେରାଡୁନ୍ ବିଭାଗରେ ପଶୁ-ଯାନବାହାନ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ପଶୁ ମାର୍ଗ ମଧ୍ୟ ପ୍ରସ୍ତୁତ କରାଯାଇଛି। ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସ ୱେ ୨୧୦ କିଲୋମିଟର ଲମ୍ବା ହେବ। ଯାହାର ଅଧିକାଂଶ ଭାଗ ଉତ୍ତର ପ୍ରଦେଶରେ ରହିଛି। ଏହି ରାଜପଥ ରାଜଧାନୀ ଦିଲ୍ଲୀରୁ ୧୨ ଲେନ ବିଶିଷ୍ଟ ହେବ। ଏନଏଚଏଆଇ ଅନୁଯାୟୀ ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସ ୱେ୍ ର ପ୍ରଥମ ୨ ବିଭାଗ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ପରିବହନ ପାଇଁ ଖୋଲାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.