ତମାଖୁ ସେବନ କରି ନବଜାତ ଶିଶୁକୁ ସଙ୍କଟରେ ପକାଇଲା ମା’

ଜଣେ ମା’ର ତମାଖୁ ସେବନ ର ପ୍ରଭାବ ତାର ନବଜାତ ଶିଶୁ ଉପରେ ପଡ଼ିଥିବା ଦେଖାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଗୁଜୁରାଟରୁ ସାମ୍ନାକୁ ଆସିଛି । ଫଳରେ ନବଜାତ ଶିଶୁର ସମ୍ପୂର୍ଣ୍ଣ ଶରୀର ନୀଳ ପଡ଼ି ଯାଇଥିଲା । ଶିଶୁ ମଧ୍ୟରେ କୌଣସି ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା ।

ତମାଖୁ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଏହା ତ ସମସ୍ତେ ଜାଣନ୍ତି । ଅନେକ ସମୟରେ ତମାଖୁ ସେବନ ନେଇ ସତର୍କ କରାଯାଏ କିନ୍ତୁ ବହୁତ କମ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ । ତେବେ ଏହି ତମାଖୁ ସେବନ ପାଇଁ ଅନେକ ଲୋକଙ୍କ ଜୀବନ ଯାଉଛି । ସମାନ ଭାବେ ଜଣେ ମା’ର ତମାଖୁ ସେବନ ର ପ୍ରଭାବ ତାର ନବଜାତ ଶିଶୁ ଉପରେ ପଡ଼ିଥିବା ଦେଖାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଗୁଜୁରାଟରୁ ସାମ୍ନାକୁ ଆସିଛି । ଫଳରେ ନବଜାତ ଶିଶୁର ସମ୍ପୂର୍ଣ୍ଣ ଶରୀର ନୀଳ ପଡ଼ି ଯାଇଥିଲା । ଶିଶୁ ମଧ୍ୟରେ କୌଣସି ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା । ମେଡିକାଲ ରିପୋର୍ଟ୍ସରେ ଦେଖାଯାଇଥିଲା ଯେ, ଶିଶୁ ଶରୀରରେ ଅଧିକ ମାତ୍ରାରେ ନିକୋଟିନ ମିଳିଥିଲା, ଯେଉଁଥିପାଇଁ ଶିଶୁ ମଧ୍ୟରେ ଏପରି ଲକ୍ଷଣ ନଜର ଆସିଥିଲା ।

ଡାକ୍ତରଙ୍କ କହିବା ଅନୁସାରେ ଶିଶୁର ରକ୍ତ ପ୍ରବାହରେ ନିକୋଟିନ ଉଚ୍ଚ ମାତ୍ରା ହେବାର କାରଣ ହେଉଛି ମା’ ର ଅଧିକ ମାତ୍ରାରେ ତମାଖୁ ସେବନ । ରିପୋର୍ଟ ଅନୁସାରେ ଜନ୍ମ ପରେ ଶିଶୁ ଶରୀରରେ ନିକୋଟିନର ମାତ୍ରା 60 ng/ml ରହିଥିଲା । ଯାହା ବୟସ୍କମାନଙ୍କ ନିକୋଟିନର ସାଧାରଣ ସ୍ତରଠାରୁ ୩ ହଜାର ଗୁଣ ଅଧିକ ଥିଲା । ଏହା ଶିଶୁର ସ୍ୱାସ୍ଥ୍ୟ ପାଇଁ ଭୟଙ୍କର ଥିଲା ।

ଡାକ୍ତରଙ୍କ ଟିମ ଜାଣିବାକୁ ପାଇଥିଲେ ଯେ, ଶିଶୁର ମା’ ଶ୍ୱାସ ରୋଗରେ ପିଡ଼ିତ ଥିଲେ । ସେତେବେଳେ ସେ ତମାଖୁ ଖାଉଥିଲେ । ଦିନକୁ ୧୦ରୁ ୧୫ ପ୍ୟାକେଟ ତମାଖୁ ଖାଉଥିଲେ । ତେବେ ରକ୍ତ ପ୍ରବାହ ଦ୍ୱାରା ଗର୍ଭରେ ବଢ଼ୁଥିବା ଶିଶୁ ଶରୀରରେ ନିକୋଟିନର ମାତ୍ରା ବଢ଼ି ଯାଇଥିଲା । ମେଡିିକାଲ ରିପୋର୍ଟରେ କୁହାଯାଇଛି ମାତ୍ର ୧୫ ବର୍ଷ ବୟସରୁ ହିଁ ଉକ୍ତ ମହିଳା ତମାଖୁ ଖାଇବା ଆରମ୍ଭ କରିଥିଲେ । ତେବେ ୫ ଦିନ ଧରି ଚିକିତ୍ସା କରିବା ପରେ ଶିଶୁ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯିବାରୁ ତାକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ।

ମହିଳାଙ୍କ ତମାଖୁ ସେବନ ଦ୍ୱାରା ଉଭୟ ମା’ ଓ ଶିଶୁ କୁ କ୍ଷତି ପହଞ୍ଚିଥାଏ । ପୂର୍ବରୁ ମଧ୍ୟ ଏଭଳି ଖବର ସାମ୍ନାକୁ ଆସିଛି । ଏଥିପାଇଁ ମହିଳାମାନେ ଧୂମପାନ ଏବଂ ମଦ ପିଇବା ଠାରୁ ଦୂରେଇ ରହିବା ଉଚିତ । ଏହି ମହିଳାଙ୍କ ନିକଟରେ ଗର୍ଭପାତ ହେବାର ସମ୍ଭାବନା ଅଧିକ ଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.