ମୋଟର ଯାନ ଅଧିନିୟମ ୧୯୮୮ ଅନୁଯାୟୀ ୧୬ ବର୍ଷ ପିଲା ବି ବନାଇପାରିବ ଡ୍ରାଇଭିଙ୍ଗ ଲାଇସେନ୍ସ , ଜାଣନ୍ତୁ ତରିକା

ଯେମିତିକି ଆମେ ସମସ୍ତେ ଜାଣିଛୁ ଗାଡି ଚଳାଇବାକୁ ହେଲେ ଡ୍ରାଇଭିଂ ଲାଇସେନ୍ସ ନିହାତି ଜରୁରୀ । ଅନ୍ୟପକ୍ଷରେ ୧୮ ବର୍ଷ ପୂର୍ବରୁ ଏହି ଡ୍ରାଇଭିଂ ଲାଇସେନ୍ସ କରିହେବ ନାହିଁ ।

ଯେମିତିକି ଆମେ ସମସ୍ତେ ଜାଣିଛୁ ଗାଡି ଚଳାଇବାକୁ ହେଲେ ଡ୍ରାଇଭିଂ ଲାଇସେନ୍ସ ନିହାତି ଜରୁରୀ । ଅନ୍ୟପକ୍ଷରେ ୧୮ ବର୍ଷ ପୂର୍ବରୁ ଏହି ଡ୍ରାଇଭିଂ ଲାଇସେନ୍ସ କରିହେବ ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ବତାଇବୁ ୧୮ ବର୍ଷରୁ କମ୍ ବୟସରେ କିପରି ଡ୍ରାଇଭିଂ ଲାଇସେନ୍ସ କିପରି କରିହେବ । ଦେଶ ଭିତରେ ଡ୍ରାଇଭିଂ କରିବା ଲାଗି ବୈଧ ଲାଇସେନ୍ସ ଥିବା ଜରୁରୀ । କିନ୍ତୁ ଏଥିଲାଗି ବ୍ୟକ୍ତିର ବୟସ ୧୮ରୁ ଅଧିକ ହୋଇଥିବା ଜରୁରୀ । ଅନ୍ୟପକ୍ଷରେ ସରକାର ୧୮ ବର୍ଷରୁ କମ୍ ବୟସର ଯୁବକଙ୍କୁ ମଧ୍ୟ ଡ୍ରାଇଭିଂ ଲାଇସେନ୍ସ କରିବାର ସୁବିଧା ପ୍ରଦାନ କରୁଛନ୍ତି । ସେଥିପାଇଁ ଯଦି ଆପଣଙ୍କ ବୟସ ୧୮ ବର୍ଷରୁ କମ୍ ତାହେଲେ ମଧ୍ୟ ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସ ବନାଇପାରିବେ ।

ସରକାରଙ୍କ ପକ୍ଷରୁ ୧୮ ବର୍ଷରୁ କମ୍ ବୟସର ଯୁବକଙ୍କୁ ମଧ୍ୟ ଡ୍ରାଇଭିଙ୍ଗ ଲାଇସେନ୍ସ ବନାଇବାର ସୁବିଧା ଦେଉଛନ୍ତି । ତେବେ ଏହି ଲାଇସେନ୍ସ କେବଳ ବିନା ଗିଅର ବାଲା ଗାଡି(ସ୍କୁଟି) ଚଳାଇବା ଲାଗି ପ୍ରଦାନ କରାଯାଉଛି ।

ଉତ୍ତରାଖଣ୍ଡ ହଳଦ୍ୱାନୀ ସହରର ଏଆରଟିଓ ବିମଲ ପାଣ୍ଡେ କହିଛନ୍ତି ମୋଟର ଭେଇକିଲ୍ ଆକ୍ଟ ୧୯୮୮ର ଚାପ୍ଟର ୨ରେ ଲାଇସେନ୍ସିଂ ଅଫ୍ ଡ୍ରାଇଭର ଅଫ୍ ମୋଟର ଭେଇକିଲସ୍ ରେ ଏ ବିଷୟରେ ସୂଚନା ଦିଆଯାଇଛି । ଏହି ନିୟମ ଅନୁସାରେ ୧୮ ବର୍ଷରୁ କମ୍ ବୟସର ବ୍ୟକ୍ତି ସାର୍ବଜନିକ ସ୍ଥାନରେ ଗାଡି ଚଲାଇ ପାରିବେ ନାହିଁ । ଏହା ସହିତ ଏ ସୂଚନା ମଧ୍ୟ ରହିଛି ଯେ, ଏପରି ମୋଟରସାଇକେଲ ଯାହାର ଇଂଜିନ ୫୦ ସିସି କ୍ଷମତାରୁ କମ୍ ତାହାକୁ ୧୬ ବର୍ଷୀୟ ବ୍ୟକ୍ତି ଲାଇସେନ୍ସ ନେବା ପରେ ଚଲାଇପାରିବ ।

ତେବେ ଏହି ଲାଇସେନ୍ସ ନେବା ପରେ ବ୍ୟକ୍ତି ୫୦ ସିସି କ୍ଷମତାରୁ କମ୍ ଇଂଜିନ ବିଶିଷ୍ଟ ମୋଟରସାଇକେଲ ଛଡା ଅନ୍ୟ କୌଣସି ଗାଡି ଚଲାଇ ପାରିବ ନାହିଁ । ବ୍ୟକ୍ତିକୁ ୧୮ ବର୍ଷ ହେବା ପରେ ସେ ଲାଇସେନ୍ସ ଅପଡେଟ୍ କରିପାରିବେ ।

ଆପଣ ଆରଟିଓ ଅଫିସ୍ ଯାଇ ଆଧାର କାର୍ଡ ତଥ୍ୟ ଦେଇ ଡ୍ରାଇଭିଂ ଲାଇସେନ୍ସ ଲାଗି ଆବେଦନ କରିପାରିବେ । ଯଦି ଆପଣଙ୍କ ପାଖରେ ଆଧାର କାର୍ଡ ନାହିଁ ତେବେ ଆପଣ ନିଜର ମୋବାଇଲ୍ ନମ୍ବର ଦେବେ । ଆପଣଙ୍କ ମୋବାଇଲ୍ ନମ୍ବରକୁ ଏକ ଓଟିପି ଆସିବ ଓ ଏହା ପରେ ଆପଣ ପରବର୍ତ୍ତୀ ପ୍ରକ୍ରିୟା ପୁରା କରିବା ସହିତ ଅଥରିଟି ଫି’ ଜମା କରିବା ପରେ ଲର୍ଣ୍ଣର ଲାଇସେନ୍ସ ଲାଗି ଟେଷ୍ଟ ଦେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.