ଆଦିବାସୀ ଯୁବକଙ୍କ ମୁହଁରେ ପରିସ୍ରା ମାମଲା: ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କ ଘରେ ବୁଲିଲା ବୁଲ୍‌ଡୋଜର

ମଧ୍ୟ ପ୍ରଦେଶର ସିଧିରେ ଆଦିବାସୀ ଯୁବକଙ୍କ ମୁହଁରେ ପରିସ୍ରା କରିଥିବା ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତଙ୍କୁ ଗିରଫ ପରେ ଏବେ ତାଙ୍କ ଘରେ ବୁଲ୍‌ଡୋଜର ବୁଲିଛି।

ମଧ୍ୟ ପ୍ରଦେଶର ସିଧିରେ ଆଦିବାସୀ ଯୁବକଙ୍କ ମୁହଁରେ ପରିସ୍ରା କରିଥିବା ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତଙ୍କୁ ଗିରଫ ପରେ ଏବେ ତାଙ୍କ ଘରେ ବୁଲ୍‌ଡୋଜର ବୁଲିଛି। ବୁଲ୍‌ଡୋଜର ସାହାଯ୍ୟରେ ଅଭିଯୁକ୍ତଙ୍କ ଘର ଭଙ୍ଗାଯାଇଛି। ଏହାର କିଛି ଭିଡିଓ ସାମ୍ନାକୁ ଆସିଛି।

ମଙ୍ଗଳବାର ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏଥି ପୂର୍ବରୁ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଥିଲା। ନିଜେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅଭିଯୁକ୍ତଙ୍କ ଉପରେ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ (NSA) ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ।

କହି ରଖୁଛୁ, ମଧ୍ୟ ପ୍ରଦେଶର ସିଧି ଜିଲ୍ଲାରୁ ଏମିତି ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ ଜଣେ ଯୁବକଙ୍କ ଉପରେ ଅନ୍ୟ ଜଣେ ଯୁବକ ପରିସ୍ରା କରୁଛନ୍ତି। ପାଖାପାଖି ସପ୍ତାହେ ପୁରୁଣା ଏହି ଭିଡିଓ ଲୋକଲୋଚନକୁ ଆସିବା ପରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୨୯୪, ୫୦୪ ଓ ଏସ୍‌ସି/ଏସ୍‌ଟି ଆକ୍ଟରେ ମାମଲା ରୁଜୁ ହୋଇଛି।

ମଧ୍ୟ ପ୍ରଦେଶର ଏହି ଅମାନବୀୟ ଓ ଲଜ୍ଜାଜନକ ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସଭ୍ୟ ସମାଜରେ ଜଣେ ବ୍ୟକ୍ତି ଏଭଳି ଅସଭ୍ୟ କାରନାମା କିପରି କରିପାରିଲେ? ଭିଡିଓରେ ଅଭିଯୁକ୍ତ ପରିସ୍ରା କରୁଛନ୍ତି। ସେ ଭଲ ଜିନ୍ସ ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଛନ୍ତି। ହାତରେ ସିଗାରେଟ୍ ଧରିଛନ୍ତି। ସାମ୍ନାରେ ବସିଥିବା ଜଣେ ଆଦିବାସୀ ଯୁବକଙ୍କ ମୁହଁ ଓ ଶରୀରରେ ସେ ପରିସ୍ରା କରୁଛନ୍ତି।

ସୂଚନାଥାଉ କି, NSA ବା ଜାତୀୟ ସୁରକ୍ଷା ଆଇନ ଅଧୀନରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ୩ ମାସ ପର୍ଯ୍ୟନ୍ତ ଜେଲ୍‌ରେ ରଖାଯାଇ ପାରିବ। ଏହାପରେ ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ୬ ମାସ ପାଇଁ ବଢ଼ାଯାଇ ପାରିବ। କିନ୍ତୁ କୌଣସି ବି ସ୍ଥିତିରେ ୧୨ ମାସରୁ ଅଧିକ ସମୟ ଜେଲ୍‌ରେ ରଖାଯାଇ ପାରିବ ନାହିଁ।

You might also like