Below header

କାର ଚକା ତଳେ ଘୋଷାଡ଼ି ହୋଇ ମୃତ୍ୟୁ ଘଟିଥିବା ଯୁବତୀଙ୍କ ସହ ଯୌନ ନିର୍ଯାତନା ହୋଇ ନାହିଁ, ଅଟୋପ୍‌ସୀ ପରେ ସ୍ପଷ୍ଟ

ନୂଆଦିଲ୍ଲୀ : କାର ଚକା ତଳେ ଘୋଷାଡ଼ି ହୋଇ ମୃତ୍ୟୁ ଘଟିଥିବା ଯୁବତୀଙ୍କ ସହ ଯୌନ ନିର୍ଯାତନା ହୋଇ ନାହିଁ । ଅଟୋପ୍‌ସୀ ପରେ ଏହ ସ୍ପଷ୍ଟ ହୋଇଛି। ମୌଲାନା ଆଜାଦ ମେଡିକାଲରେ ମୃତ ଅଞ୍ଚଳୀଙ୍କର ଅଟୋପ୍‌ସୀ ହୋଇଥିଲା । ଏକ ଡାକ୍ତରୀ ଟିମ୍‌ ଅଟୋପ୍‌ସୀ କରିଥିଲେ । ଅଟୋପ୍‌ସୀ ରିପୋର୍ଟ ପାଇବା ପରେ ପୋଲିସ କହିଛି, ମୃତ୍ୟୁ ପୂର୍ବରୁ ଯୌନ ନିର୍ଯାତନାର ଶିକାର ହୋଇ ନଥିଲେ ଅଞ୍ଜଳୀ ।

ତାଙ୍କ ଗୁପ୍ତାଙ୍ଗରେ କୌଣସି ଆଘାତ ଲାଗିନି। କେବଳ ଗାଡ଼ିରେ ଘୋଷାଡ଼ି ହୋଇ ଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି। ଜାନୁଆରୀ ୧ ଭାରିଖ ଭୋର ସମୟରେ ଅଞ୍ଜଳୀଙ୍କ ସ୍କୁଟିକୁ ଏକ ବଲେନୋ କାର୍‌ ଧକ୍କା ଦେଇଥିଲା। ଏହା ପରେ କାର୍‌ ତଳେ ୧୨ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଯାଇଥିଲେ ଅଞ୍ଜଳୀ ।

ପ୍ରକାଶଯୋଗ୍ୟ, ମିଳିଥିବା ଭିଡିଓ ଓ ତାଙ୍କ ପୁରୁଷ ବନ୍ଧୁ ଦେଇଥିବା ତଥ୍ୟ ଅନୁଯାୟୀ, ମୃତ୍ୟୁର ୧୫ ମିନିଟ୍‌ ପୂର୍ବରୁ ପୁରୁଷ ବନ୍ଧୁଙ୍କ ସହ ପାଟିତୁଣ୍ଡ ହୋଇଥିଲେ ଅଞ୍ଜଳୀ ସିଂ। ସାମ୍ନାକୁ ଆସିଛି ଏହି ଭିଡିଓ । ଯେଉଁ ହୋଟେଲରେ ଅଞ୍ଜଳୀ ଓ ତାଙ୍କ ପୁରୁଷ ବନ୍ଧୁ ନିଧି ଜିରୋ ନାଇଟ ପାର୍ଟି କରିଥିଲେ ସେହି ହୋଟେଲ ସାମ୍ନାରେ ଉଭୟେ ପାଟିତୁଣ୍ଡ ହୋଇଥିଲେ । ଝଗାଡ଼ା ବଢ଼ିବାରୁ ତାଙ୍କୁ ଏଠାରୁ ପଳାଇବାକୁ କହିଥିଲେ ହୋଟେଲ କର୍ମଚାରୀ।

ପରେ ଜଣେ ମହିଳାଙ୍କ ସହ ସ୍କୁଟିରେ ରାତି ପ୍ରାୟ ୨ଟା ବେଳେ ହୋଟେଲରୁ ପଳାଇ ଆସିଥିଲେ ଅଞ୍ଜଳି। ସେ ମଦ ପିଇ ସ୍କୁଟି ଚଳାଇଥିଲେ । କିଛି ସମୟ ଭିତରେ ତାଙ୍କୁ ଧକ୍କା ଦେଇଥିଲା ଏକ ବଲେନୋ କାର । ଏଥିରେ ଡ୍ରାଇଭର ସମେତ ୫ ଜଣ ଥିଲେ । ସେମାନେ ସମସ୍ତେ ମଧ୍ୟ ମଦ ନିଶାରେ ଚୁର ଥିଲେ ।

ଦୁର୍ଘଟଣା ପରେ କାର୍‌ ଆକ୍ସେଲରେ ଲାଗି ଯାଇଥିଲା ଅଞ୍ଜଳିଙ୍କ ଗୋଡ଼ । ୧୨ କିଲୋମିଟର ଘୋଷାଡ଼ି ହୋଇ ଯାଇଥିଲେ ଅଞ୍ଜଳି। ସଂପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ମିଳିଥିଲା ତାଙ୍କ ମୃତଦେହ। ତେବେ ଦୁର୍ଘଟଣା ପରେ ସାମାନ୍ୟ ଆହତ ହୋଇଥିବା ତାଙ୍କ ସହଯାତ୍ରୀ ଭୟରେ ଦୌଡ଼ି ପଳାଇଥିବା ଗଣମାଧ୍ୟମକୁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.