Below header

ନିର୍ଭୟା ଦୋଷୀଙ୍କୁ କେବେ ମିଳିବ ଫାଶୀ? କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ

ଆଇନଗତ ବିକଳ୍ପ ସରିଥିବା ଦୋଷୀକୁ ଫାଶୀ ଦେବାକୁ ଦାବି କଲେ ସଲିସିଟର ଜେନେରାଲ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମମାଲାର ଦୋଷୀଙ୍କୁ ଶୀଘ୍ର ଫାଶୀ ଦେବାକୁ ଅଣ୍ଟା ଭିଡିଛନ୍ତି ସରକାର । ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ଜାରି କରିଥିବା ଡେଥ୍‌ ଓ୍ଵାରେଣ୍ଟ ଉପରେ ରହିତାଦେଶ ସମ୍ପର୍କିତ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ମାରାଥନ ଶୁଣାଣି ଶେଷ ହୋଇଛି । ରାୟ ସଂରକ୍ଷିତ ରହିଛି । ଆଇନଗତ ବିକଳ୍ପ ଶେଷ ହୋଇଥିବା ଦୋଷୀଙ୍କୁ ଫାଶୀ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଢୁଥିବା ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟା । ଏପରିକି ଫାଶୀ ବିଳମ୍ବ ପାଇଁ ପଓ୍ଵନ ଗୁପ୍ତା ଏ ପର୍ଯ୍ୟନ୍ତ ରାଜକ୍ଷମା ଆବେଦନ କରିନଥିବା ଦର୍ଶାଇଛନ୍ତି ।

Nirvaya caseତେବେ ସରକାରୀ ଓକିଲଙ୍କ ଯୁକ୍ତିକୁ ବିରୋଧ କରିଛନ୍ତି ଦୋଷୀଙ୍କ ଓକିଲ । ଦୋଷୀଙ୍କ ପାଖରେ ପୁଣି ରାଜକ୍ଷମା ଆବେଦନ କରିବାର ଅଧିକାର ଥିବାରୁ ଅଲଗା ଫାଶୀ ଦିଆଯିବା ଆଇନ ବିରୋଧୀ ବୋଲି ଯୁକ୍ତି ବାଢିଛନ୍ତି । ଏକା ସାଙ୍ଗରେ ସମସ୍ତ ଦୋଷୀଙ୍କ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିବାରୁ ଫାଶୀ ବି ଗୋଟିଏ ଥରେ ଦିଆଯାଉ ବୋଲି ଦୋଷୀଙ୍କ ଓକିଲ କହିଛନ୍ତି । ମାମଲାରେ କୋର୍ଟ ୪ ଦୋଷୀ ମୁକେଶ କୁମାର, ବିନୟ ଶର୍ମା, ପଓ୍ଵନ ଗୁପ୍ତା ଓ ଅକ୍ଷୟ ସିଂହଙ୍କୁ ନୋଟିସ ଜାରି ହୋଇଛି । ୪ ଦୋଷୀଙ୍କ ମଧ୍ୟରୁ ବିନୟ ଶର୍ମା ଓ ମୁକେଶ କୁମାରର କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ଖାରଜ ହୋଇଛି ।

crimeସେହିପରି ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି ଅକ୍ଷୟ ସିଂହ । ପୂର୍ବରୁ ଅକ୍ଷରର କ୍ୟୁରେଟିଭ ପିଟିସନ ଖାରଜ ହୋଇସାରିଛି । ତେବେ ଦୋଷୀ ପଓ୍ଵନ ଗୁପ୍ତା ପାଖରେ ଉଭୟ କ୍ୟୁରେଟିଭ ଓ ମର୍ସି ପଟିସନ୍‌ ଭଳି ଦୁଇଟି ବିକଳ୍ପ ରହିଛି । ୪ ଦୋଷୀଙ୍କୁ ଫେବ୍ରୁଆରୀ ୧ ତାରିଖରେ ଫାଶୀ ପାଇଁ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଥିଲା । ଦିନକ ପୂର୍ବରୁ ଏଥିରେ ସ୍ଥଗିତାଦେଶ ଲଗାଇଥିଲେ ପଟିଆଲା ହାଉସକୋର୍ଟ । ଏବେ ନୂଆ ଡେଥ ଓ୍ଵାରେଣ୍ଟକୁ ନେଇ ସସପେନ୍ସ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.