ଦିନକୁ ଦିନ କାୟାବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍, ଚୀନରେ ବର୍ତ୍ତମାନ ସୁଦ୍ଧା ୩୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ ଦିନକୁ ଦିନ କାୟାବିସ୍ତାର କରିବାରେ ଲାଗିଛି । କରୋନା ଭାଇରସ୍‌ରେ ବର୍ତ୍ତମାନ ସୁଦ୍ଧା ୩୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । ଏହି ଭାଇରସ୍‌ରେ ୧୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ।ଚୀନ୍ ବାହାରେ ମଧ୍ୟ କରୋନା ଭାଇରସ୍‌ରେ ମୃତ୍ୟୁ ହେଲାଣି । ଚୀନର ହୁବେଇ ସହରରୁ ପିଲିପାଇନ୍ସ ଫେରିଥିବା ଜଣେ ୪୪ ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଛି । ଚୀନ୍ ମେନ୍‌ଲ୍ୟାଣ୍ଡ ବାହାରେ କରୋନାରେ ଏହା ପ୍ରଥମ ମୃତ୍ୟୁ ।

ସେପଟେ ଚୀନ୍‌ରେ ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଭାରତ ସରକାରଙ୍କ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି । ନାଗରିକମାନେ ଚୀନ୍ ଯିବା ନେଇ ଭାରତ ସରକାରଙ୍କ ପକ୍ଷରୁ ନୂଆ ଆଡଭାଇଜାରୀ ଜାରି ହୋଇଛି । ଏଥିରେ ଭାରତୀୟ ନାଗରିକଙ୍କୁ ଚୀନ୍ ଯିବା ପାଇଁ ବାରଣ କରାଯାଇଛି । ଏହି ରୋଗର ମୁକାବିଲା ପାଇଁ ଭାରତ ଅନ୍ତରୀଣ ଭାବେ ଚୀନ୍ ନାଗରିକଙ୍କ ଇ-ଭିସା ବାତିଲ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.