ଓଡ଼ିଶାର ୪ ଜଣଙ୍କ ରକ୍ତ ନମୁନାରେ ନାହିଁ କରୋନା ଭାଇରସ୍, ଆସନ୍ତାକାଲି ସୁଦ୍ଧା ପହଞ୍ଚିବ କନ୍ଧମାଳ ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ

କଟକ: ଓଡ଼ିଶାର ୪ ଜଣଙ୍କ ରକ୍ତ ନମୁନାରେ ନାହିଁ କରୋନା ଭାଇରସ୍ । ୪ ଜଣଙ୍କ ରକ୍ତ ନମୁନା ନେଗେଟିଭ୍ ବାହାରିଛି । ପୁନେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ୫ଟି ସ୍ୱାବ୍ ଓ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ରକ୍ତରେ କରୋନା ଭାଇରସ୍ ନଥିବା ସ୍ପଷ୍ଟ ହୋଇଛି । ହେଲେ କନ୍ଧମାଳ ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ଆସନ୍ତାକାଲି ସୁଦ୍ଧା ପହଞ୍ଚିବ ବୋଲି ଜଣାପଡ଼ିଛି ।

ସେପଟେ ଉହାନ୍ ୟୁନିଭରସିଟିରୁ ଫେରିଥିବା ଓଡ଼ିଶାରେ ଜଣେ ଛାତ୍ରୀଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ସେ ଚୀନ୍‌ର ଉହାନ୍ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ । ଗତ ୧୯ ତାରିଖରେ ଓଡ଼ିଶା ଆସିଥିଲେ । ତାଙ୍କଠାରେ ଫ୍ଲୁ ଲକ୍ଷଣ ଦେଖା ଦେବା ପରେ ତାଙ୍କୁ ଏସବିସିରେ ଭର୍ତ୍ତି କରାଯାଇଛି । ଆଇସୋଲେସନ୍ ଓ୍ଵାର୍ଡରେ ତାଙ୍କୁ ରଖାଯାଇ ସ୍ୱତନ୍ତ୍ର ନିରୀକ୍ଷଣରେ ରଖାଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ।

koronaଏପଟେ ରାଜ୍ୟରେ କରୋନା ସ୍ଥିତି ଓ ମୁକାବିଲା ନେଇ ସମୀକ୍ଷା ହୋଇଛି । ଏଣିକି ଚୀନ ସହ ମାଲେସିଆ, ହଂକଂ, ସିଙ୍ଗାପୁର, ଥାଇଲାଣ୍ଡରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯିବ । ଯେଉଁମାନେ ଆଇସୋଲେସନରେ ଅଛନ୍ତି, ସେମାନେ ୧୪ ଦିନ ପଯ୍ୟର୍ନ୍ତ ବାହାରେ ନବୁଲିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଚୀନରୁ ଓଡିଶାକୁ ଆସିଥିବା ବ୍ୟକ୍ତି ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବର ୦୬୭୪-୨୩୯୦୪୬୬ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.