Below header

ତୁରନ୍ତ ଅକ୍ସିଜେନ୍‌ ଯୋଗାଇ ଦିଅ, ନହେଲେ କାର୍ଯ୍ୟାନୁଷ୍ଠା; କେନ୍ଦ୍ର ସରକାରଙ୍କୁ ଏଭଳି ତାଗିଦ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ତାଗିଦ । ଦିଲ୍ଲୀକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍‌ ଯୋଗାଇ ଦିଅ । ଯଦି କେନ୍ଦ୍ର ସରକାର ଏହା ନକରନ୍ତି ତେବେ ଏହା ଅଦାଲତ ଅବମାନନା ବୋଲି ଧରାଯିବ ।
ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଦିଲ୍ଲୀକୁ ତାର ଭାଗ ଅନୁସାରେ ଆଜି ୪୯୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ଯୋଗାଯିବା କଥା । ଯଦି କେନ୍ଦ୍ର ସରକାର ଏହା ନକରନ୍ତି ତେବେ ତାଙ୍କ ବିରୋଧରେ ଅଦାଲତ ଅବମାନନା ଅନୁସାରେ ପଦକ୍ଷେପ ନିଆଯିବ ।

ଏଠି କହି ରଖୁଛୁ ଯେ ଦିଲ୍ଲୀରେ ଅକ୍ସିଜେନ୍‌ ଅଭାବରୁ ଅନେକ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଲାଣି । ଏହାକୁ ନେଇ କୋର୍ଟରେ ମାମଲା ଚାଲିଛି । ଆଜି ଛୁଟି ଦିନରେ ମଧ୍ୟ ହାଇକୋର୍ଟ ଏଭଳି ଏକ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଏଭଳି ତାଗିଦ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.