ବାହା ହେବା ପାଇଁ ୭୦ ହଜାର ଟଙ୍କାରେ ଯୁବତୀଙ୍କୁ କିଣିଥିଲା ଅଭିଯୁକ୍ତ, ହେଲେ ବିବାହ ପରେ ବଚସା ହେବାରୁ ତଣ୍ଟି କାଟି ଫୋଫାଡିଦେଲା

ସ୍ତ୍ରୀର ତଣ୍ଟି କାଟି ଫୋଫାଡିଦେଲା ସ୍ୱାମୀ । ୭୦ ହଜାର ଟଙ୍କାରେ ଯୁବତୀକୁ କିଣି ବାହା ହୋଇଥିଲା ଯୁବକ । ହେଲେ ବଚସା ହେବାକୁ ଘଟାଇଲା ଏମିତି କାଣ୍ଡ । ସାଉଥ ଦିଲ୍ଲୀରେ ଘଟିଛି ଏମିତି ଘଟଣା ।

ଯାହାକୁ ବାହା ହୋଇ ସାରା ଜୀବନ ହାତ ଧରିବାକୁ କଥା ଦେଇଥିଲା, ଆଜି ସେହି ହାତରେ ତା’ର ଜୀବନ ନେଇଛି । ୭୦ ହଜାରରେ ଯୁବତୀକୁ କିଣି ବାହା ହେବା ପରେ ଯୁବକଙ୍କ ଜଣକ ଘଟାଇଛି ନିମର୍ମ ହତ୍ୟାକାଣ୍ଡ । ହତ୍ୟା କରିବା ପତ୍ନୀର ମୃତଦେହକୁ ନିଛାଟିଆ ସ୍ଥାନରେ ଫୋପାଡ଼ି ଦେଇଛି ।ଏପରି ଏକ ଘଟଣା ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଫତେହପୁର ବେରୀ ଅଞ୍ଚଳରେ ଘଟିଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ୱାମୀ ଏବଂ ତାର’ ଦୁଇଜଣ ସହଯୋଗୀକୁ ଗିରଫ କରିଛି ।

ଖବର ମୁତାବକ, ସାଉଥ ଦିଲ୍ଲୀର ଫତେହପୁର ବେରୀ ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଏହାପରେ ପୋଲିସ ଆଖାପାଖ ସିସିଟିଭି ଯାଞ୍ଚ କରିବା ପରେ ସେହି ଅଞ୍ଚଳରେ ଏକ ଅଟୋ ବୁଲୁଥିବା ଦେଖିବାକୁ ପାଇଥିଲା। ଏହାପରେ ଉକ୍ତ ଅଟୋ ଚାଳକଙ୍କୁ ପୋଲିସ ଉଠାଇ ଆଣି ପଚରାଉଚରା କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା ।

ପୋଲିସ କହିବା ମୁତାବକ, ମୃତା ମହିଳା ଜଣକ ଧର୍ମବୀରଙ୍କ ପତ୍ନୀ ସ୍ୱିଟି ବୋଲି ଚିହ୍ନଟ ହେଲା। ଏହାପରେ ପୋଲିସ ଧର୍ମବୀରଙ୍କୁ ଉଠାଇ ଆଣି ପଚରାଉଚରା କରିବାରୁ ସେ ସବୁ କଥା ମାନି ଯାଇଥିଲେ। ତାଙ୍କ କହିବାନୁଯାୟୀ, ସେ ୭୦ ହଜାର ଟଙ୍କା ଦେଇ ବିହାରର ପାଟଣା ଅଞ୍ଚଳର ସ୍ୱିଟିଙ୍କୁ କିଣି ଆଣି ବିବାହ କରିଥିଲେ। ମାତ୍ର ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା । ତାଙ୍କ ପତ୍ନୀ ବେଳେବେଳେ କିଛି ନ କହି ଘରୁ ଗାଏବ ହୋଇ ଯାଉଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗୁଥିଲା ।

ଘଟଣା ଦିନ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଏକ ଧାରୁଆ ଅସ୍ତ୍ରରେ ଧର୍ମବୀର ପତ୍ନୀ ସ୍ୱିଟିଙ୍କୁ ହତ୍ୟା କରିଥିଲେ। ଏହାପରେ ଶବକୁ ନିଛାଟିଆ ସ୍ଥାନରେ ଫୋପାଡ଼ିବା ପାଇଁ ସମ୍ପୃକ୍ତ ଅଟୋ ଚାଳକଙ୍କୁ ଟଙ୍କାର ଲୋଭ ଦେଖାଇଥିଲେ। ଏହାପରେ ଉକ୍ତ ଅଟୋ ଚାଳକ ସ୍ୱିଟିଙ୍କ ମୃତଦେହକୁ ନେଇ ଫତେହପୁର ବେରୀ ଅଞ୍ଚଳରେ ଫୋପାଡ଼ି ଦେଇଥିଲେ। ପୋଲିସ ଏହି ମାମଲାରେ ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.