ରିଲିଜ ହେଲା ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜେଲର’: ଟିକେଟ ବୁକିଂରେ ରେକର୍ଡ ଭାଙ୍ଗିଲା ପ୍ରଥମ ସୋ

ରିଲିଜ ହେଲା ରଜନୀକାନ୍ତଂକ ବହୁ ପ୍ରତିକ୍ଷୀତ ଫିଲ୍ମ ଜେଲର । ସାଉଥ ସୁପରଷ୍ଟାର ରଜନୀକାନ୍ତ ଓ ତମନ୍ନା ଭାଟିଆଙ୍କ ଅଭୀନିତ ଏହି ଫିଲ୍ମକୁ ନେଇ ଦକ୍ଷିଣ ଭାରତ ଉତ୍ସୁକତା ରହିଛି । ପ୍ରଶଂସକମାନେ ହଲ ସାମ୍ନାରେ ଭିଢ ଜମାଇଥିବା ଦେଖିବାକୁ ମିଳିଛି । ହଲ୍ ଆଗରେ ରଜନୀକାନ୍ତଂକ ଫଟୋ ଲଗାଇବା ସହ ଡିଜେ ବଜାଇ ଡାନ୍ସ କରୁଛନ୍ତି ଦର୍ଶକ ।

ଥଲାଇବା କ୍ରେଜ୍ । ଦକ୍ଷିଣ ଭାରତରେ ସେଲିବ୍ରେସନ ଟାଇମ୍। ରିଲିଜ ହେଲା ରଜନୀକାନ୍ତଂକ ବହୁ ପ୍ରତୀକ୍ଷିତ ଫିଲ୍ମ ଜେଲର । ସାଉଥ ସୁପରଷ୍ଟାର ରଜନୀକାନ୍ତ ଓ ତମନ୍ନା ଭାଟିଆଙ୍କ ଅଭୀନିତ ଏହି ଫିଲ୍ମକୁ ନେଇ ଦକ୍ଷିଣ ଭାରତ ଉତ୍ସୁକତା ରହିଛି । ପ୍ରଶଂସକମାନେ ହଲ ସାମ୍ନାରେ ଭିଢ ଜମାଇଥିବା ଦେଖିବାକୁ ମିଳିଛି । ହଲ୍ ଆଗରେ ରଜନୀକାନ୍ତଂକ ଫଟୋ ଲଗାଇବା ସହ ଡିଜେ ବଜାଇ ଡାନ୍ସ କରୁଛନ୍ତି ଦର୍ଶକ ।

ଏପରିକି ରଜନୀକାନ୍ତଙ୍କ ଫଟୋରେ କ୍ଷୀର ଢାଳୁଛନ୍ତି ଫ୍ୟାନସ୍ । ଆଜି ସକାଳ ୬ଟାରେ ଆରମ୍ଭ ହୋଇଥିଲା ପ୍ରଥମ ସୋ । ଫିଲ୍ମ ଦେଖିବା ପରେ ସୁପର ଡୁପର୍ ହିଟ୍ ବୋଲି କହିଛନ୍ତି ଦର୍ଶକ। ଆଗୁଆ ଟିକେଟ ବୁକିଂରେ ରେକର୍ଡ ଭାଙ୍ଗିଛି ଜେଲର୍ । ଗତକାଲି ସୁଦ୍ଧା କେବଳ ଭାରତରେ ୧୩ କୋଟି ଟଙ୍କାର ବୁକିଂ ହୋଇଥିଲା। ଏପରିକି ଟ୍ୱିଟର ଓ ଅନ୍ୟ ସାମାଜିକ ଗଣମାଧ୍ୟମରେ ବ୍ଲାକ୍‌‌ରେ ଟିକେଟ ମିଳୁଛି, ଯାହାର ମୂଲ୍ୟ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ଫିଲ୍ମରେ ରଜନୀକାନ୍ତ ଜଣେ ଜେଲର ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମ ରିଲିଜ ହେବା ପୂର୍ବରୁ ରଜନୀକାନ୍ତଙ୍କ ପ୍ରସଂଶକ ଛୁଟି ପାଇଁ ଅଫିସରେ ଆବେଦନ କରିଥାନ୍ତି। ଯାହାଦ୍ୱାରା ସେମାନେ ପ୍ରଥମ ଦିନ ପ୍ରଥମ ଶୋ ଦେଖି ପାରିବେ। ଚଳିତଥର ମଧ୍ୟ ଏହି ଧାରା ଜାରି ରହିଛି। ଚେନ୍ନାଇ ଓ ବାଙ୍ଗାଲୋରର କିଛି କମ୍ପାନୀ ଫିଲ୍ମ ରିଲିଜକୁ ଦୃଷ୍ଟିରେ ରଖି ୧୦ ତାରିଖକୁ ଘୋଷଣା କରିଛନ୍ତି। ମଦୁରାଇର ୟୁନୋ ଏକ୍ସୋ କେୟାର ନାମକ ଏକ କମ୍ପାନୀ ତାର ସମସ୍ତ ଶାଖାକୁ ଛୁଟି ଘୋଷଣା ସହ ସବୁ କର୍ମଚାରୀଙ୍କୁ ମାଗଣା ଟିକେଟ୍‌‌ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.