ସମାନ ମାର୍କ ରଖି ବି NEET ପରୀକ୍ଷାରେ ଟପ୍ପର ହୋଇପାରିଲେନି ଦିଲ୍ଲୀ ଝିଅ ଆକାଂକ୍ଷା ସିଂହ, ଏହି କାରଣ ଦର୍ଶାଇଲା ବୋର୍ଡ

ସମାନ ନମ୍ବର ରଖିବି ମିଳିଲାନି ରାଙ୍କ । ଦିଲ୍ଲୀ ଝିଅ ଆକାଂକ୍ଷା ସିଂହ ମେଡ଼ିକାଲ ଏଣ୍ଟ୍ରାସ ଟେଷ୍ଟ ବା NEET ରେ ୭୨୦ ରୁ ୭୨୦ ମାର୍କ ରଖିଛନ୍ତି କିନ୍ତୁ ଶତ ପ୍ରତିଶତ ମାର୍କ ରଖିଥିଲେ ବି ସେ ଟପ ରାଙ୍କରେ ସ୍ଥାନ ପାଇ ପାରିନାହାନ୍ତି ବୟସ କମ ହୋଇଥିବାରୁ ତାଙ୍କୁ ଟପର କରା ନଯାଇ ଓଡ଼ିଶାର ସୋଏବ ଅଫଟାଵଙ୍କୁ ଟପର କରାଯାଇଛି ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ପଲିସି ନିୟମ ଅନୁଯାୟୀ ହିଁ ବୟସ ଦୃଷ୍ଟିରୁ ଆକାଂକ୍ଷାଙ୍କ ବଦଳରେ ସୋଏବଙ୍କୁ ଟପର କରାଯାଇଥିବା ଜଣାଯାଇଛି କହିରଖିବା ଉଚିତ ହେବକି ନ୍ୟାସନାଲ ଟାଇ ବ୍ରେକିଙ୍ଗ ପଲିସୀ ବା ସମାନ ନମ୍ବର ରଖିଥିଲେ ବୟସ, ପ୍ରତି ବିଷୟରେ ରଖିଥିବା ମାର୍କ, ଭୁଲ ଉତ୍ତର ଆଦିକୁ ଲକ୍ଷରେ ରଖାଯାଇ ମେରିଟ ଲିସ୍ଟ ବା ମେଧା ତାଲିକା ପ୍ରସ୍ତୁତ ହୋଇଥାଏ

neet

ବୋର୍ଡ ତରଫରୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, ଉଭୟ ସୋଏବ ଓ ଆକାଂକ୍ଷା ଉଭୟ ଶତ ପ୍ରତିଶତ ମାର୍କ ରଖିଥିଲେ ମଧ୍ୟ ଅଧିକ ବୟସ ଦୃଷ୍ଟିରୁ ଓଡ଼ିଶାର ସୋଏବଙ୍କୁ ପ୍ରଥମ ସ୍ଥାନ ଦିଆଯାଇଛି କହିରଖିବା ଉଚିତ ହେବକି, ଚଳିତ ବର୍ଷର ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାସ ଟେଷ୍ଟ ବା ନିଟ ପରୀକ୍ଷା ଫଳ ଶୁକ୍ରବାର ବିଳମ୍ବିତ ସମୟରେ ପ୍ରକାଶ ପାଇଛି । ୭.୭ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଚଳିତ ଥର ଉତ୍ତୀର୍ଣ୍ଣ ହୋଇଥିବା ଜଣାଯାଇଛି । ଖାଲି ଟପ ରାଙ୍କ ନୁହେଁ ଅନ୍ୟ ରାଙ୍କ ଗୁଡିକ ପାଇଁ ବି ସମ୍ମାନ ନିୟମ ଆପଣାଯାଇଥିବା ଜଣାଯାଇଛି ତେଲେଙ୍ଗାନାର ତୁମମାଳା ସ୍ନିକିଥା, ରାଜସ୍ଥାନର ଭିନୀତ ଶର୍ମା, ହରିୟାଣାର ଅମରିଶ ଖଇତାନ , ଆନ୍ଧ୍ର ପ୍ରଦେଶର ଗୁଠି ଚୈତନ୍ୟ ସିନ୍ଧୁ ୭୨୦ ରୁ ୭୧୫ ମାର୍କ ରଖିଛନ୍ତି । କିନ୍ତୁ ଉପରୋକ୍ତ ନିୟମ ଅନୁଯାୟୀ ଏମାନଙ୍କୁ ଯଥାକ୍ରମେ ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଟ ସ୍ଥାନରେ ରଖାଯାଇଥିବା ଜଣାଯାଇଛି ।

ଠିକ ସମାନ ଭାବରେ ୮ ମରୁ ୨୦ ତମ ସ୍ଥାନରେ ଥିବା ସମସ୍ତେ ୭୧୦ ମାର୍କ ରଖିଛନ୍ତି । ସେହିପରି ୨୫ତମରୁ ୫୦ ତମ ସ୍ଥାନରେ ଥିବା ସମସ୍ତେ ୭୨୦ ରୁ ୭୦୫ ନମ୍ବର ରଖିଥିବା ଜଣାଯାଇଛି । କରୋନା କାରଣରୁ ଚଳିତ ବର୍ଷ ନିଟ ମେଡିକାଲ ପରୀକ୍ଷା ନିର୍ଦ୍ଧାରିତ ସମୟରେ କରାନଯାଇ ଘୁଞ୍ଚାଇ ଦିଆଯାଇଥିଲା । ସଂକ୍ରମଣ ଦୃଷ୍ଟିରୁ କଡ଼ା ନିୟମ ପାଳନ କରାଯାଇ ସେପ୍ଟେମ୍ବର ୧୩ ତାରିଖରେ ସର୍ବଭାରତୀୟ ସ୍ତରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।ସୂଚନା ଦେବା ଉଚିତ ହେବକି ନ୍ୟାସନାଲ ମେଡିକାଲ କମିଶନ ଆକ୍ଟ ୨୦୧୯ ନିୟମ ଅନୁଯାୟୀ, ନିଟ ରାଙ୍କ ଅନୁସାରେ ହିଁ ଦେଶର ସମସ୍ତ ମେଡିକାଲ କଲେଜ ଗୁଡିକରେ ଛାତ୍ର ଛାତ୍ରୀ ଆଡ଼ମିସନ ନେଇପାରିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.