ଅଯୋଧ୍ୟା ମାମଲାର ଆସିଲା ରାୟ, ବିବାଦୀୟ ଜମିରେ ନିର୍ମାଣ ହେବ ରାମ ମନ୍ଦିର

ନୂଆଦିଲ୍ଲୀ : ଅଯୋଧ୍ୟା ମାମଲାରେ ଆସିଲା ଐତିହାସିକ ରାୟ। ତଥ୍ୟ, ପ୍ରମାଣ ଓ ଏଏସଆଇ ରିପୋର୍ଟକୁ ତର୍ଜମା କରି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ। ବର୍ତ୍ତମାନ ଆସିଥିବା ରାୟରେ ବିବାଦୀୟ ଜମିରେ ନିର୍ମାଣ ହେବ ରାମ ମନ୍ଦିର । ଏଥିପାଇଁ ଏକ ଟ୍ରଷ୍ଟ ଗଠନ କରାଯାଇ ତିନି ମାସ ମଧ୍ୟରେ ପଦକ୍ଷେପ ନେବାକୁ ସୁପ୍ରିମ୍‌ କୋର୍ଟ ତାଙ୍କ ରାୟରେ କହିଛନ୍ତି । ଏହି ୨.୭୭ ଏକରର ବିବାଦୀୟ ଜମି ପୂର୍ବ ପରି କେନ୍ଦ୍ର ସରକାରଙ୍କ ଅଧୀନରେ ରହିବ । ତେବେ ମସଜିଦ୍‌ ଭାଙ୍ଗି ସେଠାରେ ରାମ ମନ୍ଦିର ନିର୍ମାଣ ପାଇଁ ପୂର୍ବରୁ ହୋଇଥିବା ଉଦ୍ୟମକୁ ସୁପ୍ରିମ କୋର୍ଟ ଆଇନ୍‌ ବିରୋଧୀ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.