ବ୍ୟକ୍ତିଙ୍କ ଫୁସଫୁସରେ ଅନେକ ପୋକ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଡାକ୍ତର, ସେ କରିଥିଲେ କିଛି ଏପରି କାମ

ଚାଇନାରେ କରୋନାଭାଇରସ୍ ବିସ୍ତାର ହେବା ପରେ ମଧ୍ୟ ଲୋକମାନେ ସେମାନଙ୍କର ଅଭ୍ୟାସ ପରିବର୍ତ୍ତନ କରୁନାହାଁନ୍ତି । ଥରେ ଲକଡାଉନ୍ ଖୋଲିବା ପରେ ସାପ ଏବଂ ଅନ୍ୟ ପ୍ରାଣୀମାନଙ୍କୁ ପୁଣି ଥରେ ବଜାରରେ ବିକ୍ରି କରାଯାଉଛି ଯେଉଁଥିପାଇଁ ଦୋକାନଗୁଡ଼ିକରେ ଭିଡ଼ ଜମିଛି । ତେବେ ଏହି ସମୟରେ ଚୀନ୍‌ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ବିଭିନ୍ନ ଜୀବଜନ୍ତୁଙ୍କ ମାଂସ ଖାଇବାକୁ ଭଲ ପାଉଥିବା ଜଣେ ବ୍ୟକ୍ତିଙ୍କ ଫୁସଫୁସରୁ ଅନେକ ଜୀବନ୍ତ ପୋକ ବାହାରିଛନ୍ତି । ତେବେ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |

worm

ସୂଚନା ଅନୁଯାୟୀ ଚାଇନାର ଜିଆଙ୍ଗସୁ ପ୍ରଦେଶର ୱାଙ୍ଗ ନାମକ ଏହି ବ୍ୟକ୍ତି ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଯେତେବେଳେ ଡାକ୍ତରମାନେ ତାଙ୍କ ସିଟି ସ୍କାନ କରିଥିଲେ ତାଙ୍କ ଫୁସଫୁସରେ ଅନେକ ପୋକ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ବ୍ୟକ୍ତି ଜଣକ ଡାକ୍ତରଙ୍କୁ କହିଥିଲେ ଯେ ସେ ବିଭିନ୍ନ ପ୍ରକାରର ପ୍ରାଣୀମାନଙ୍କ ମାଂସ ଖାଇବାକୁ ପସନ୍ଦ କରନ୍ତି । ଏହାସହିତ ସେ କହିଥିଲେ ଯେ ଥରେ ସେ ଏକ ସାପ ଖାଇଦେଇଥିଲେ ଯାହାର ଗୋଲବ୍ଳଡର କଞ୍ଚା ଥିଲା । ଡାକ୍ତରଙ୍କ କହିବା ଅନୁଯାୟୀ ଗୋଲବ୍ଲଡର ଖାଇବା ହେତୁ ପୋକ ତାଙ୍କ ଫୁସଫୁସରେ ପ୍ରବେଶ କରିଥିଲା । ଏହି ରୋଗକୁ ପାରାଗୋନିମିଆସିସ୍ କୁହାଯାଏ ଯାହାକି ସାଧାରଣତଃ କଞ୍ଚା ମାଂସ ଖାଇବା ଦ୍ୱାରା ହୋଇଥାଏ |

confused

ଚାଇନାରେ ଲକଡାଉନ୍ ହଟାଯିବା ମାତ୍ରେ ରାସ୍ତାରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ଏଠାରେ ମାଂସ ବଜାର କିମ୍ବା ମାଂସ ଦୋକାନ ମଧ୍ୟ ଖୋଲୁଛି । ଚାଇନାର ମାଛ ବଜାର ଯେଉଁଠୁ କରୋନାର ପ୍ରଥମ ମାମଲା ଆସିଥିବାର ଦାବି କରାଯାଇଥିଲା ସେଠାକୁ ହଜାର ହଜାର ଲୋକ ମାଂସ କିଣିବାକୁ ଯାଉଥିବା ଦେଖିବାକୁ ମିଳୁଛି । ତେବେ ଏହି ବଜାରରେ ଅନେକ ପ୍ରାଣୀମାନଙ୍କୁ ପିଞ୍ଜରାରେ ବନ୍ଦ କରି ରଖାଯାଇଥାଏ । ଅଧିକାଂଶ କୁକୁର ଏବଂ ବିଲେଇମାନଙ୍କର ମାଂସ ଏଠାରେ ବିକ୍ରି କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.