Below header

ପ୍ରାଞ୍ଜଳ ଭାବେ ଓଡ଼ିଆ କହିପାରୁଥିଲେ ଇରଫାନ ଖାନ୍, ଏହି ଓଡ଼ିଆ ଫିଲ୍ମରେ ବି କରିଥିଲେ ଅଭିନୟ

ମାତ୍ର କିଛି ଦିନ ତଳେ ଇହଲୀଳା ସମ୍ବରଣ କରିଥିବା ଲୋକପ୍ରିୟ ଅଭିନେତା ଇରଫାନ ଖାନଙ୍କ ସମ୍ପର୍କ ଓଡ଼ିଶା ସହ ମଧ୍ୟ ରହିଛି। କେବଳ ଏତିକି ନୁହେଁ ସେ ଖୁବ ପ୍ରାଞ୍ଜଳ ଭାବେ ମଧ୍ୟ ଓଡ଼ିଆ କହିପାରୁଥିଲେ। ଏହା ପଛରେ ଏହା ରୋଚକ କାହାଣୀ ରହିଛି।

Irrfan Khan: Bollywood actor Irrfan Khan was an excellent actor ...

ରିପୋର୍ଟ ମୁତାବକ, ୧୯୯୦ ମସିହାରେ ଓଡ଼ିଆ ଫିଲ୍ମ ନିର୍ମାତା ବିଜୟ ଜେନା ତାରା ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ। ସେ ଏଥିରେ ଅଭିନେତା ଭାବେ କାହାକୁ ନେବା ଉଚିତ ହେବ ବୋଲି ନିର୍ଦ୍ଦେଶକ ଗୋବିନ୍ଦ ନିହାଲନିଙ୍କଠାରୁ ପରାମର୍ଶ ଚାହିଁଥିଲେ। ସେତେବେଳେ ଗୋବିନ୍ଦ ତାଙ୍କୁ ତାରା ଫିଲ୍ମ ପାଇଁ ଇରଫାନ ଖାନଙ୍କୁ ନେବାକୁ କହିଥିଲେ। କିନ୍ତୁ ଜଣେ ହିନ୍ଦୀ ଫିଲ୍ମ ଷ୍ଟାର ଓଡ଼ିଆ କହିପାରିବକି ନାହିଁ ବୋଲି ଦ୍ବନ୍ଦ୍ୱରେ ଥିଲେ ବିଜୟ ଜେନା।

Pakistan, India and the world mourns Irrfan Khan's demise ...

ତଥାପି ଗୋବିନ୍ଦଙ୍କ କଥା ରଖି ସେ ଇରଫାନଙ୍କୁ ଫିଲ୍ମର ଅଫର ଦେଇଥିଲେ ଓ ଆଶ୍ଚର୍ଯ୍ୟଜନକ ଭାବେ ଇରଫାନ ମଧ୍ୟ ଅଭିନୟ କରିବାକୁ ରାଜି ହୋଇଥିଲେ। ଇତି ମଧ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇରଫାନ ଯୋଗ ଦେଇଥିଲେ। ସେଠାରେ ସେ ଛାତ୍ରଛାତ୍ରୀଙ୍କ ସହ ଓଡ଼ିଆରେ କଥାବାର୍ତ୍ତା କରିଥିଲେ। ତାଙ୍କ କଥା ଶୁଣିବା ପରେ କେହି ବି ବିଶ୍ୱାସ କରିପାରିବନି ଯେ ଇରଫାନ ଓଡ଼ିଆ ନୁହେଁ।

South Asian stars mourn death of Irrfan Khan

ତେବେ ତାରା ଫିଲ୍ମର ସୁଟିଂ ବେଳେ ଇରଫାନଙ୍କ ଭଉଣୀଙ୍କ ଦେହ ଅସୁସ୍ଥ ହୋଇଯିବାରୁ ତାଙ୍କୁ ଅଧାରୁ ସୁଟିଂ ସାରି ଯିବାକୁ ପଡ଼ିଥିଲା। ଏହା ପରେ ଅଜିତ ଦାସଙ୍କୁ ନେଇ ଫିଲ୍ମର ବାକି ସୁଟିଂ କରିଥିଲେ ନିର୍ଦ୍ଦେଶକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.