Below header

ଅପରେସନ୍ ଥିଏଟରରୁ ଗୋଡ଼ ନେଇଗଲା କୁକୁର

ବକ୍ସର : ଅପରେସନ୍ ଥିଏଟରରେ କୁକୁର । ପୁଣି ଜଣେ ବ୍ୟକ୍ତିଙ୍କର ଅପରେସନ୍ ଚାଲିଥିବା ବେଳେ ତାଙ୍କ କଟା ଗୋଡ଼ଟି ନେଇ ଚମ୍ପଟ ମାରିଲା କୁକୁର । ଏଭଳି ଘଟଣା ଘଟିଛି ବିହାରର ବକ୍ସର ଅଞ୍ଚଳରେ ଥିବା ଏକ ଡାକ୍ତରଖାନାରେ । ଘଟଣାରୁ ଜଣାପଡ଼ିଛି ଯେ ରାମନାଥ ମିଶ୍ରା ନାମକ ଜଣେ ବ୍ୟକ୍ତି ବକ୍ସରରୁ ଆରା ଯିବା ପାଇଁ ଶ୍ରମଜୀବୀ ଏକ୍ସପ୍ରେସରେ ଚଢ଼ୁଥିଲେ । ତେବେ ଗୋଡ଼ ଖସିଯିବାରୁ ତଳେ ପଡ଼ି ରାମନାଥଙ୍କ ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ରେଳବାଇ ପୋଲିସ୍ ତୁରନ୍ତ ସେଠାକାର ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅପରେସନ୍ ଥିଏଟରରେ ତାଙ୍କର ଗୋଡ଼କୁ କାଟିବାକୁ ପଡ଼ିଥିଲା । ତେବେ ଅପରେସନ୍ ଚାଲିଥିବା ବେଳେ ଅଚାନକ ଏକ ବୁଲା କୁକୁର ଆସି କଟା ଗୋଡ଼ଟିକୁ ଧରି ପଳାଇ ଯାଇଥିଲା । ପରେ ରାମନାଥଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ସାରା ପ୍ରଶାସନକୁ ସ୍ତବଧ କରି ଦେଇଛି । ଏହାକୁ ନେଇ ଶାସକ ଓ ବିରୋଧୀ ଦଳ ଭିତରେ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ସରକାରୀ ଡାକ୍ତରଖାନାର ହାଲତ କିଭଳି ରହିଛି ତାକୁ ନେଇ ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କୁ ସମାଲୋଚନା କରି ଟ୍ବିଟ୍ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.