Below header

ମୁହଁ ଚାଟିଦେଲା କୁକୁର, ୪ ଦିନ ଭିତରେ ହୋଇଗଲା ମାଲିକର ମୃତ୍ୟୁ

ମଣିଷର ସବୁଠାରୁ ବିଶ୍ୱାସଯୋଗ୍ୟ ସାଙ୍ଗ ହେଉଛି କୁକୁର। କିନ୍ତୁ ଆପଣ ଜାଣିଛନ୍ତି କି, କୁକୁରମାନେ ହାତ, ଗୋଡ଼, ମୁହଁ ଚାଟିବା କେତେ କ୍ଷତିକାରକ ହୋଇଥାଏ? ନିକଟରେ ୟୁକେରେ ଘଟିଥିବା ଏକ ଘଟଣା ଏବେ ସାମ୍ନାକୁ ଆସିଛି। ୟୁକେର ଜଣେ ବ୍ୟକ୍ତିଙ୍କ ପାଳିତ କୁକୁର ତାଙ୍କ ମୁହଁକୁ ଥରେ ଚାଟିଦେଇଥିଲା। ଆଉ ଏହାପରେ ତାଙ୍କର ପୂରା ଶରୀର ଲାଲ୍‌ ଲାଲ୍‌ ହୋଇ ଫଳିଗଲା। କିଛି ସମୟ ପରେ ତାଙ୍କର ଅର୍ଗାନ୍‌ ଫେଲ୍‌ ହୋଇଗଲା। ଶେଷରେ ତାଙ୍କୁ ନିମୋନିଆ ହୋଇଗଲା ଆଉ ସେ ମୃତ୍ୟୁମୁଖରେ ପଡ଼ିଲେ।

ଘଟଣା ସମ୍ପର୍କରେ ତଥ୍ୟ ଦେବାକୁ ଯାଇ ଡାକ୍ତର କହିଥିଲେ, ୬୩ ବର୍ଷୀୟ ଏହି ବ୍ୟକ୍ତିଙ୍କ ଇମ୍ୟୁନ୍‌ ସିଷ୍ଟମ୍‌ ବହୁତ ଦୁର୍ବଳ ଥିଲା। ସେ ନିଜ ପାଳିତ କୁକୁରକୁ ଖୁବ୍‌ ଭଲ ପାଉଥିଲେ। ଏହି ସମୟରେ କୁକୁରଟି ତାଙ୍କ ମୁହଁକୁ ଚାଟିଦେବାରୁ ବ୍ୟକ୍ତିଙ୍କୁ Capnocytophaga canimorsus ନାମକ ବ୍ୟାକ୍ଟେରିଆ ନିଜ କବ୍‌ଜାକୁ ନେଇଗଲା। ଏହି ବ୍ୟାକ୍ଟେରିଆ ସାଧାରଣତଃ କୁକୁର ଲାଳରେ ରହିଥାଏ। ମୁଖ୍ୟତଃ କୁକୁର କାମୁଡ଼ିଲେ ଏହା ମଣିଷଠାରେ ପହଞ୍ଚିଥାଏ। କିନ୍ତୁ ବ୍ୟକ୍ତିଙ୍କ ଇମ୍ୟୁନ୍‌ ସିଷ୍ଟମ୍‌ ଦୁର୍ବଳ ହେବା ଯୋଗୁ ବ୍ୟାକ୍ଟେରିଆ ପ୍ରଭାବ ବିସ୍ତାର କରିଥିଲା।

dog1

ଏହାସହ ପଢ଼ନ୍ତୁ: କନ୍ୟା ବିବାହ ପାଇଁ ଆସିଥିବା ବରକୁ କଲେ ନାଁ ! ବରଯାତ୍ରୀରେ ଆସିଥିବା ଯୁବକ ସହିତ କଲେ ଏପରି କାଣ୍ଡ

ଧୀରେ ଧୀରେ ବ୍ୟକ୍ତିଙ୍କ ଶରୀର ଜଳାପୋଡ଼ା ହେବାରେ ଲାଗିଲା। ପ୍ରବଳ ଜ୍ୱର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ୩ ଦିନ ଧରି ତାଙ୍କର ଚିକିତ୍ସା ଚାଲିଲା। ଏହାପରେ ତାଙ୍କୁ ଜର୍ମାନୀର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରିଦିଆଗଲା। ଏଠାରେ ତାଙ୍କ ଚିକିତ୍ସା ଆରମ୍ଭ ହେବାର ମାତ୍ର ୪ ଦିନ ଭିତରେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାରେ ଲାଗିଲା। ଶେଷରେ ତାଙ୍କର ହାର୍ଟ ଆଟାକ୍‌ରେ ମୃତ୍ୟୁ ଘଟିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.