Below header

ଚନ୍ଦନ ଗଛରେ କାହିଁକି ରହିଥାନ୍ତି ସାପ ? ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ

ସାଧାରଣତଃ ଆପଣ କେବେ କୌଣସି ବହିରେ ପଢ଼ିଥିବେ ନାଚଟି ଶୁଣିଥିବେ ଯେ ଚନ୍ଦନ ଗଛରେ ସାପ ବାସକରନ୍ତି । ତେବେ କଣ ଆପଣ ଜାଣନ୍ତି କି କେବଳ ଏହି ଗଛରେ କାହିଁକି ଅଧିକାଂଶ ସାପ ବାସ କରିଥାନ୍ତି । ବୋଧହୁଏ ଆପଣ ମାନଙ୍କ ଭିତରୁ ଅଧିକାଂଶ ଲୋକ ଏହି ପ୍ରଶ୍ନର ଉତ୍ତର ଜାଣିନଥିବେ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଏହା ପଛର ଥିବା ପ୍ରକୃତ କାରଣ ଜଣାଇବୁ ।

Image result for snakes stick to the sandalwood tree

କିଛିଲୋକଙ୍କ ମତରେ ସାପକୁ ଚନ୍ଦନର ସୁଗନ୍ଧ ବହୁତ ଭଲ ଲାଗିଥାଏ ଓ ସେ ତାର ବାସ୍ନାରେ ଆକର୍ଷିତ ହୋଇ ଏହି ଗଛରେ ଲାଖି ରହିଥାଏ । କିନ୍ତୁ ପ୍ରକୃତରେ ଏହି କାରଣ ସତ୍ୟ ନୁହେଁ । କାରଣ ବୈଜ୍ଞାନିକମାନେ ଅନେକ ସମୟ ଧରି ଏହି କଥା ପ୍ରମାଣିତ କରିସାରିଛନ୍ତି ଯେ ସାପଠାରେ ଶୁଙ୍ଘିବାର କ୍ଷମତା ନଥାଏ । ଯାହାର ଅର୍ଥ ହେଉଛି ସେ ଚନ୍ଦନ ଗଛର ବାସ୍ନାକୁ ଅନୁଭବ କରିପାରିବ ନାହିଁ । ଯଦିଓ ସେ ତାର ଜିଭକୁ ବାରମ୍ବାର ବାହାରକୁ ବାହାର କରୁଥାଏ ଯାହାଦ୍ୱାରା ସେ ନିଜର ଆଖପାଖର ବାତାବରଣ ବିଷୟରେ ଜାଣିପାରିବ ।

ଏହାସହ ପଢନ୍ତୁ ଏପରି ଏକ କୁକୁଡ଼ା ଯାହାର ହାଡ଼, ମାଂସ ଓ ରକ୍ତ ସବୁ କଳା, ଔଷଧର ଭଣ୍ଡାର କଡକନାଥ କୁକୁଡ଼ା

Related image

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାପ ଚନ୍ଦନ ଗଛରେ ତାର ସୁଗନ୍ଧ ପାଇଁ ନୁହେଁ ବରଂ ନିଜକୁ ଥଣ୍ଡା ରଖିବାକୁ ରହିଥାଏ । ଆପଣଙ୍କ ମଧ୍ୟରୁ ଅନେକ ଲୋକ ଜାଣିନଥିବେ ଯେ ଚନ୍ଦନ ଗଛ ବହୁତ ଥଣ୍ଡା ହୋଇଥାଏ । ଅନ୍ୟପଟେ ସାପକୁ ଥଣ୍ଡା ସ୍ଥାନରେ ରହିବା ବହୁତ ପସନ୍ଦ ହୋଇଥାଏ । ଆଜ୍ଞା ହଁ ସାପ ଏକ ଏପରି ଯିବ ଅଟେ ଯିଏକି ଗରମ ସହିପାରେ ନାହିଁ । ସେଥିପାଇଁ ଯେତେ ସମ୍ଭବ ଗରମ ଦିନେ ଭୁଲରେ ବି ଏପରି ସ୍ଥାନକୁ ଯାଆନ୍ତୁ ନାହିଁ ଯେଉଁଠାରେ ସାପ ବାସ କରନ୍ତି ନଚେତ ଏହା ଆପଣଙ୍କ ପାଇଁ ବହୁତ କ୍ଷତିକାରକ ହୋଇପାରେ । ସାପମାନେ ଏହି ଗଛରେ କେବଳ ଗୋଟିଏ ସ୍ଥାନରେ ନୁହେଁ ବରଂ ଚାରିଆଡେ ନିଜର ଶରୀରକୁ ବିସ୍ତାର କରି ବିଶ୍ରାମ ନେଇଥାନ୍ତି ଯାହାଦ୍ୱାରା ସେ ସମ୍ପୂର୍ଣ ଭାବେ ନିଜ ଶରୀରକୁ ଥଣ୍ଡା ରଖିପାରିବେ । କେବଳ ସେତିକି ନୁହେଁ ସାପ ନିଜକୁ ଥଣ୍ଡା ରଖିବା ପାଇଁ ମାଟିତଳେ ମଧ୍ୟ ରହିଥାଏ । ସେଥିପାଇଁ ଯଦି ଆପଣଙ୍କ ଆଖପାଖରେ ଚନ୍ଦନ ଗଛ ରହିଛି ତାହେଲେ ଆପଣଙ୍କୁ ଅତ୍ୟଧିକ ସାବଧାନତା ଅବଲମ୍ବନ କରିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.