ନୂଆ ଟ୍ରାଫିକ ନିୟମ ପୁଣି କାର୍ଯ୍ୟକାରୀ ହେବା ପୂର୍ବରୁ ଓଡ଼ିଶା ପୋଲିସ ପକ୍ଷରୁ କରାଗଲା ବିଶାଳ ଜନସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର(କେନ୍ୟୁଜ୍):  ନୂଆ ଟ୍ରାଫିକ ନିୟମ ପୁଣି କାର୍ଯ୍ୟକାରୀ ହେବା ପୂର୍ବରୁ ଓଡ଼ିଶା ପୋଲିସ ପକ୍ଷରୁ ବିଶାଳ ଜନସଚେତନତା କାର୍ଯ୍ୟକ୍ରମ। ନିୟମ ମାନିବାକୁ ଜନସାଧରଣଙ୍କୁ ନିବେଦନ କରିଛନ୍ତି ପୋଲିସ ଡିଜି ସତ୍ୟଜିତ ମହାନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ୨ଲକ୍ଷ ଛାତ୍ରଛାତ୍ରୀ ସାମିଲ ହୋଇ ଟ୍ରାଫିକ ନିୟମ ମାନିବାକୁ ଶପଥ ପାଠ କରିଥିଲେ । ବିଭିନ୍ନ ସଂଗଠନ ସହ ଓଡ଼ିଶା ଅଭିଭାବକ ମହାସଂଘ ଓ ପୋଲିସ କମିସନରେଟ ପକ୍ଷରୁ ଏହି ଶପଥ ଉତ୍ସବ ଆୟୋଜିତ ହୋଇଥିଲା। ସେହିପରି ଭୁବନେଶ୍ୱରର ୟୁନିଟ-୬ ସରକାରୀ ହାଇସ୍କୁଲରେ ଡିଜିପି ସତ୍ୟଜିତ ମହାନ୍ତି ଯୋଗଦେଇ ଶପଥ ପାଠ କରାଇଥିଲେ। ସେହିଭଳି କିସରେ ପୋଲିସ କମିସନର ସୁଧାଶୁଂ ଷଡ଼ଙ୍ଗୀ ଏହି ଶପଥ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। କିସର ୨୦ହଜାର ଛାତ୍ରଛାତ୍ରୀ ଟ୍ରାଫିକ ନିୟମ ପାଳନ ସହ ସଚେତନତା ପାଇଁ ଶପଥ ନେଇଛନ୍ତି। ଏହାସହ ଓଡ଼ିଶା ପୋଲିସ ଫୋକସରେ ରହିଛନ୍ତି ମଦୁଆ ଡ୍ରାଇଭର। ନୂଆ ଟ୍ରାଫିକ ନିୟମ ଲାଗ ପରଠାରୁ ଏପର୍ଯ୍ୟନ୍ତ ରାଜ୍ୟରେ ୨୬ପ୍ରତିଶତ ଦୁର୍ଘଟଣା କମିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.