ଚଳିତ ସପ୍ତାହର ପ୍ରଥମ ଦିନରେ ସେୟାର ମାର୍କେଟ୍‌ରେ ଜବରଦସ୍ତ ବୃଦ୍ଧି

କେନ୍ୟୁଜ୍(ବ୍ୟୁରୋ): ସପ୍ତାହର ପ୍ରଥମ ଦିନରେ ସେୟାର ମାର୍କେଟ୍‌ରେ ଜବରଦସ୍ତ ବୃଦ୍ଧି । ସେନ୍‌ସେକ୍ସ ପୁଣି ଥରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । କାର୍ଯ୍ୟକାଳ ଦିନ ମଧ୍ୟରେ ସେନ୍‌ସେକ୍ସ ୫୦୯ ପଏଣ୍ଟ ବୃଦ୍ଧି ପାଇ ୪୦ ହଜାର ୮୬୭ ଅଙ୍କରେ ପହଞ୍ଚିଥିଲା । ସେହିଭଳି ନିଫ୍ଟି ୧୨ ହଜାର ସ୍ତର ପାର କରି ନୂଆ ରେକର୍ଡ ସୃଷ୍ଟି କରିଛି । ଆମେରିକା-ଚୀନ୍‌ ମଧ୍ୟରେ ଟ୍ରେଡ୍‌ ଡିଲ୍‌ ଆଶା, ଗ୍ଲୋବାଲ୍‌ ମାର୍କେଟ୍‌ରେ ଭଲ ପ୍ରଦର୍ଶନ, ଫ୍ୟୁଚର ଆଣ୍ଡ ଅପସନ୍‌ କାରବାରର ଏକ୍ସପାରୀ ପୂର୍ବରୁ ସଟ୍‌ କଭରିଂ ଆଦି କାରଣ ଯୋଗୁଁ ଭାରତୀୟ ସେୟାର ମାର୍କେଟ୍‌ରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.