Below header

କରୋନା ଗାଇଡ୍‌ ଲାଇନ୍‌ ମାନିଲେନି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଝିଅ ଇଭାଙ୍କା, ଶେଷରେ ତାଙ୍କ ୩ ଝିଅଙ୍କୁ ଟିସି ଦେଇ କାଢ଼ିଦେଲା ସ୍କୁଲ୍‌

ଆମେରିକାର ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଯେପରି କରୋନାକୁ ହାଲ୍‌କା ଭାବେ ନେଇ ଚର୍ଚ୍ଚିତ ହୋଇଥିଲେ । ସେହିପରି ତାଙ୍କର ଝିଅ ଇଭାଙ୍କା ମଧ୍ୟ କରୋନାକୁ ହାଲ୍‌କା ଭାବେ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଯେଉଁଥିପାଇଁ ତାଙ୍କର ୩ ଝିଅଙ୍କୁ ସ୍କୁଲ୍‌ରୁ ବିଦା ହେବାକୁ ପଡ଼ିଛି ।

କ୍ଷମତା ବେଳେ ବେଳେ ବ୍ୟକ୍ତିକୁ ଗର୍ବୀ କରିଦେଇଥାଏ । ଯାହାର ନମୂନା ଦେଖିବାକୁ ମିଳିଛି ଆମେରିକାର ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଝିଅ ଇଭାଙ୍କ ଠାରେ । କରୋନା ଭାଇରସକୁ ନେଇ ସଭିଏଁ ଆତଙ୍କିତ ଥିବାବେଳେ ଅଧିକାଂଶ ରାଷ୍ଟ୍ରରେ କଡ଼ା ଗାଇଡ୍‌ଲାଇନ୍‌ ପାଳନ କରାଯାଉଛି । ହେଲେ ଟ୍ରମ୍ପଙ୍କ ଝିଅ ଇଭା ଏହାକୁ ଅତି ହାଲ୍‌କା ଭାବେ ନେଇଛନ୍ତି ।

ivanka-0

ନିଜର ୩ ଝିଅଙ୍କୁ ପଢ଼ାଉଥିବା ସ୍କୁଲରେ କରୋନା ଗାଇଡ୍‌ ଲାଇନକୁ ନେଇ ଅତ ଖାମଖିଆଲି ଭାବେ ନେଇ ସ୍କୁଲ୍‌ କର୍ତ୍ତୃପଙ୍କ ଠାରୁ ଚେତାବନୀ ପାଇଛନ୍ତି । ସ୍କୁଲ ପକ୍ଷରୁ ବାରମ୍ବାର ତାଗିଦ୍‌ କରାଯାଇଥିଲେ ମଧ୍ୟ ଇଭାଙ୍କା ତାଙ୍କର ଝିଅଙ୍କୁ କରୋନା ଗାଇଡ୍‌ ଲାଇନ୍‌ ଅନୁସାରେ ସ୍କୁଲ ପଠାଇ ନଥିଲେ । ଫଳରେ ସ୍କୁଲ୍‌ ପକ୍ଷରୁ ତାଙ୍କୁ କଡା ଚେତାବନୀ ଦିଆଯାଇଥିଲା ।

ମାତ୍ର ଇଭାଙ୍କା ଗାଇଡ୍‌ ଲାଇନ ପାଳନ କରିବା ପରବର୍ତ୍ତେ ନିଜର ୩ ଝିଅଙ୍କୁ ସ୍କୁଲରୁ କାଢ଼ି ନେଇ ଅନ୍ୟ ସ୍କୁଲ୍‌ରେ ଆଡ୍‌ମିଶନ ଦେଇଛନ୍ତି । ସ୍କୁଲ ଗାଇଡ୍‌ ପାଳନ ପରିବର୍ତ୍ତେ ଇଭାଙ୍କା ବଡ଼ ଲୋକୀ ନଖରାମୀ ଦେଖାଇ ନିଜର ଝିଅଙ୍କୁ ସ୍କୁଲରୁ ନେଇଯାଇଥିବାରୁ ଏବେ ସେ ଏବେ ଚର୍ଚ୍ଚାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.