Below header

ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ କୁମାର

କେନ୍ୟୁଜ ବ୍ୟୁରୋ : ଆଜି ବିହାରରେ ନୂଆ ସରକାର । ଲଗାତର ଚତୁର୍ଥ ଥର ପାଇଁ ବିହାର କମାଣ ସମ୍ଭାଳିବେ ନୀତୀଶ କୁମାର । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଜ୍ୟପାଳ ଫଗୁ ଚୌହ୍ଵାନ । ଆଉ କିଛି ସମୟ ପରେ ରହିଛି ଶପଥ ଗ୍ରହଣ ସମାରୋହ । ଏହି ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ସଭାପତି ଜେ ପି ନଡ୍ଡା ଯୋଗଦେବେ । ଏହାସହ ତାଙ୍କର ମନ୍ତ୍ରିମଣ୍ଡଳ ବି ଶପଥ ନେବା ସୂଚନା ମିଳିଛି ।

ତେବେ ନୀତୀଶଙ୍କ ମନ୍ତ୍ରିମଣ୍ଡଳରେ କାହାର କେତେ ଭାଗ ରହିବ ତା ଉପରେ ନଜର ରହିଛି। ମନ୍ତ୍ରିମଣ୍ଡଳରେ ଜେଡିୟୁକୁ ୧୨ ଓ ବିଜେପିକୁ ୧୮ ମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ହେଉଛି । ବିଜେପି ବିଧାୟକ ଦଳ ନେତା ତାର କିଶୋର ପ୍ରସାଦ ଓ ଉପନେତା ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ହେବେ । ଜେଡିୟୁ ହାତକୁ ଯାଇପାରେ ବାଚସ୍ପତି ପଦ । ଗତକାଲି ଏନଡିଏ ବିଧାୟକ ଦଳ ବୈଠକରେ ନୀତୀଶ କୁମାର ନେତା ନିର୍ବାଚିତ ହୋଇଥିଲେ । ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ରଖିଥିଲେ । ଏଥର ବିଧାନସଭା ନିର୍ବାଚନରେ ଜେଡିୟୁଠାରୁ ଅଧିକ ୩୧ଟି ଆସନରେ ବିଜେପି ବିଜୟୀ ହୋଇଛି । ବିଜେପି ୭୪ ଆସନରେ ବିଜୟୀ ହୋଇଥିବା ବେଳେ ଜେଡିୟୁ ୪୩ଟି ଆସନ ପାଇଥିଲା । ଏନଡିଏକୁ ମିଳିଛି ୧୨୫ ଆସନ । ସୁଶୀଲ ମୋଦୀ ଦିଲ୍ଲୀ ଯିବା ନେଇ ଚର୍ଚ୍ଚା ହେଉଛି । କେନ୍ଦ୍ର କ୍ୟାବିନେଟରେ ତାଙ୍କୁ ସ୍ଥାନ ମିଳିପାରେ । ସୁଶୀଲଙ୍କୁ ରାଜ୍ୟସଭାରୁ ନିର୍ବାଚିତ କରି ଦିଲ୍ଲୀ ରାଜନୀତିରେ ସକ୍ରିୟ କରିବାକୁ ବିଜେପି ଯୋଜନା କରୁଛି । ନିକଟରେ କେନ୍ଦ୍ରମନ୍ତ୍ରୀ ରାମ ବିଲାଶ ପାଶଓ୍ଵାନ୍‌ଙ୍କ ଦେହାନ୍ତ ହୋଇଛି । ତେଣୁ ସୁଶୀଲଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ଦିଲ୍ଲୀରେ ବିହାର ପାଇଁ ସେ ନେତୃତ୍ୱ ନେବେ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.