Below header

ଜେଲ୍‌ ଯାଇପାରନ୍ତି ଟ୍ରମ୍ପ୍‌, ଗୋପନୀୟ ଫାଇଲ ରଖିବା ମାମଲାରେ ଫସିଲେ ଟ୍ରମ୍ପ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏବେ ଏକ ନୂଆ ଅଡୁଆ ସୃଷ୍ଟି ହୋଇଛି । ନିଜ ଘରେ ସରକାରୀ ଗୋପନୀୟ ଫାଇଲ ରଖିବା ଅଭିଯୋଗ ସ୍ପଷ୍ଟ ହୋଇଗଲାଣି ଓ ତାଙ୍କ ଉପରେ ମାମଲା ବି ଚାଲିପାରେ ।

ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏବେ ଏକ ନୂଆ ଅଡୁଆ ସୃଷ୍ଟି ହୋଇଛି । ନିଜ ଘରେ ସରକାରୀ ଗୋପନୀୟ ଫାଇଲ ରଖିବା ଅଭିଯୋଗ ସ୍ପଷ୍ଟ ହୋଇଗଲାଣି ଓ ତାଙ୍କ ଉପରେ ମାମଲା ବି ଚାଲିପାରେ । ଆମେରିକା ନ୍ୟାୟ ବିଭାଗ କାର୍ଯ୍ୟାନୁଷ୍ଠାନ ପରେ ଟ୍ରମ୍ପ ବଡ ଅସୁବିଧାରେ ପଡି ପାରନ୍ତି ।

ମକଦ୍ଦମାରେ ଟ୍ରମ୍ପ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେ ୧୦ ବର୍ଷ ଯାଏ ଜେଲରେ ରହିପାରନ୍ତି । ଏହା ସହ ନିର୍ବାଚନ ଲଢ଼ିବା ଉପରେ ବି ବ୍ୟାନ ଲାଗିପାରେ । ଟ୍ରମ୍ପଙ୍କ ଉପରେ ରାଷ୍ଟ୍ରୀୟ ରକ୍ଷା ସୂଚନାକୁ ଅନଧିକୃତ ଭାବେ ନିଜ ପାଖରେ ରଖିବା, ନ୍ୟାୟରେ ବାଧା ସୃଷ୍ଟି କରିବା, ମିଛ ବୟାନ ଦେବା ଓ ଷଡଯନ୍ତ୍ର କରିବା ଆଦି ଅଭିଯୋଗ ଲାଗିଛି ।

ତେବେ ଟ୍ରମ୍ପ ଏହି ଅଭିଯୋଗକୁ ମିଥ୍ୟା କହିବା ସହ ସେ ନିର୍ଦ୍ଦୋଷ ବୋଲି କହିଛନ୍ତି । ଖୁବ୍‌ ଶୀଘ୍ର ଏହାକୁ ପ୍ରମାଣ କରିଦେବେ ବୋଲି ମଧ୍ୟ ଟ୍ରମ୍ପ କହିଛନ୍ତି । ଟ୍ରମ୍ପ କହିଛନ୍ତି ଯେ ତାଙ୍କୁ ମଙ୍ଗଳବାର ମିୟାମିର ଅଦାଲତରେ ପହଞ୍ଚିବା ପାଇଁ ଡକାଯାଇଛି, ହେଲେ ଟ୍ରମପ ନିଜେ କୋର୍ଟ ଯିବେ କି ନାହିଁ ଏହା ସ୍ପଷ୍ଟ ହୋଇନାହିଁ ।

୨୦୨୪ ନିର୍ବାଚନ ଲଢ଼ିପାରିବେ କି ଟ୍ରମ୍ପ୍‌ ?

ଟ୍ରମ୍ପଙ୍କୁ ନା ଅଭିଯୋଗ କିମ୍ବା ଦୋଷୀ ସାବ୍ୟସ୍ତ ୨୦୨୪ ନିର୍ବାଚନ ଲଢ଼ିବାରୁ ବଂଚିତ କରିପାରିବ । କ୍ଲାସିଫାଏଡ (ଗୁରୁତ୍ୱପୂର୍ଣ୍ଣ ଫାଇଲ) ମାମଲାରେ ଦଣ୍ଡ ହେଲେ ବି ଟ୍ରମ୍ପଙ୍କୁ ନିର୍ବାଚନ ଲଢ଼ିବାରୁ କେହି ବଂଚିତ କରିପାରିବେ ନାହିଁ ବୋଲି ରାଜନୈତିକ ବିଶ୍ଲେଷକମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.