Below header

ମରୁଭୂମିରେ ଚୀନ ଖୋଳୁଛି ୧୧ କିଲୋମିଟର ଗଭୀର ଗାତ, ଗଭୀରତା ଏଭେରେଷ୍ଟ ଠାରୁ ବି ଉଚ୍ଚ, କ’ଣ କାରଣ ?

ଚୀନ ଟକଲାମକାନ୍‌ ମରୁଭୂମିରେ ଖୋଳୁଛି ୧୧ କିଲୋମିଟରର ଗାତ । ଏହା ବିଶ୍ୱର ସବୁଠୁ ଦୀର୍ଘତମ ଗାତ ମଧ୍ୟରୁ ଗୋଟିଏ । କୁହାଯାଏ ଏହା ସର୍ବବୃହତ୍ତମ ଶୃଙ୍ଗ ମାଉଣ୍ଟ ଏଭେରେଷ୍ଟ ଠାରୁ ମଧ୍ୟ ଉଚ୍ଚ । ତେବେ ଏତେ ଗଭୀର ଗାତ ଖୋଳିବା ପଛରେ କାରଣ କ’ଣ । ଭାରତ ପ୍ରତି ଏହାର କିଛି ବିପଦ ରହିଛି କି ?

ବେଜିଂ: ଚୀନ ଟକଲାମକାନ୍‌ ମରୁଭୂମିରେ ଖୋଳୁଛି ୧୧ କିଲୋମିଟରର ଗାତ । ଏହା ବିଶ୍ୱର ସବୁଠୁ ଦୀର୍ଘତମ ଗାତ ମଧ୍ୟରୁ ଗୋଟିଏ । କୁହାଯାଏ ଏହା ସର୍ବବୃହତ୍ତମ ଶୃଙ୍ଗ ମାଉଣ୍ଟ ଏଭେରେଷ୍ଟ ଠାରୁ ମଧ୍ୟ ଉଚ୍ଚ । ତେବେ ଏତେ ଗଭୀର ଗାତ ଖୋଳିବା ପଛରେ କାରଣ କ’ଣ ।

ଭାରତ ପ୍ରତି ଏହାର କିଛି ବିପଦ ରହିଛି କି ? କୌଣସି ମାରାତ୍ମକ ମନୋଭାବ ନେଇ ଏହି ଗାତ ଖୋଳାଯାଉନି ତ ! ଏମିତି ବହୁ ପ୍ରଶ୍ନ ସ୍ୱତଃ ଉଠୁଛି ମନରେ । କାରଣ ଚୀନ କେବେ ବି ଭରଷାଯୋଗ୍ୟ ନୁହେଁ ।

ହେଲେ ଚୀନର ଏକ ଗଣମାଧ୍ୟମ ସୂତ୍ର ଅନୁଯାୟୀ, ୧୧.୧୦୦ ମିଟର ଗାତ ଖୋଳିବା ପଛରେ ଚୀନ ପ୍ରାଚୀନତମ କ୍ରେଟାସିୟସ ଯୁଗର ଅନୁସନ୍ଧାନ କରିବାକୁ ଚାହୁଁଛି । ଏହି ଯୋଜନା ଚୀନ ୪୭୫ ଦିନରେ ଶେଷ କରିବାକୁ ଆଶା ରଖିଛି । ଟେକଲାମକାନ ମରୁଭୂମୀରେ ୯ କିଲୋମିଟର ଗଭୀରର ତେଲ କୂଅ ପୂର୍ବରୁ ଥିବା ଜଣାଯାଇଛି ।

ମାଟି ତଳେ ଥିବା ପ୍ରାକୃତିକ ତୈଳ ଓ ଗ୍ୟାସ ଅନୁସନ୍ଧାନ ସହ କିଛି ଗବେଷଣା ପାଇଁ ଏତେ ଗଭୀର ଗାତ ଖୋଳା ଯାଉଛି ବୋଲି ଚାଇନା ନେସନାଲ ପେଟ୍ରୋଲିୟମ କର୍ପୋରେସନ କହିଛି । ଭୂଗର୍ଭ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ଯୋଜନା ବହୁତ ଗୁରୁତ୍ୱପୂର୍ଣ୍ଣ ଯୋଜନା ।

ଟେକଲକାମ ମରୁଭୂମୀରେ ତୈଳ ଓ ଗ୍ୟାସ୍‌ ଭଣ୍ଡାର ରହିଥିବା ଆଶା

ଚୀନ ୧୧ କିଲୋମିଟର ଗଭୀର ଗାତ ଖୋଳିବାର ଅନ୍ୟ ଏକ କାରଣ ତୈଳ ଓ ଗ୍ୟାସର ସନ୍ଧାନ ବୋଲି କୁହାଯାଉଛି । କାରଣ ଏହି ମରୁଭୂମୀରେ ତୈଳ ଓ ପ୍ରାକୃତିକ ଗ୍ୟାସର ଭଣ୍ଡାର ଥିବା ଆଶା କରାଯାଉଛି ।

ଚୀନ ପାଇଁ ବହୁତ କଠିନ ହୋଇପାରେ ଏହି ଯୋଜନା

ଚୀନ ଏକାଡେମୀ ଅଫ୍‌ ଇଂଜିନିୟରିଂ ର ବୈଜ୍ଞାନିକଙ୍କ କହିବା କଥା ଯେ ଏହି ଯୋଜନା ଚୀନ ପାଇଁ କଷ୍ଟକର ହୋଇପାରେ । କାରଣ ଖରାଦିନେ ଏଠାରେ ୪୦ ଡିଗ୍ରୀରୁ ଅଧିକ ଉତ୍ତାପ ରହୁଥିବା ବେଳେ ଶୀତ ଦିନେ ଏଠାକାର ତାପମାତ୍ରା ମାଇନସ ୨୦ ଡିଗ୍ରୀକୁ ଖସି ଯାଇଥାଏ । ଯେଉଁଥିପାଇଁ ଏଠାରେ କାମ କରିବା ବହୁତ କଷ୍ଟକର ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.