Below header

ପୁଲଓ୍ଵାମା ଆକ୍ରମଣ ପରେ ପାକିସ୍ତାନ ଉପରେ ଆମେରିକାର ଆର୍ଥିକ ହମଲା, ବନ୍ଦ କଲା ୧.୩ ବିଲିୟନ୍‌ ଡଲାରର ସହାୟତା

ଆମେରିକା : ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଟ୍ରମ୍ପ ଖପ୍ପା । ପାକିସ୍ତାନକୁ ୧.୩ ବିଲିୟନ୍‌ ଡଲାରର ସହାୟତା ବନ୍ଦ କଲା ଆମେରିକା । ପାକିସ୍ତାନ ସହ କିଛି ମାସ ହେବ ଆମେରିକାର ଭଲ ସଂପର୍କ ଥିଲା । କିନ୍ତୁ ବର୍ତ୍ତମାନର କାର୍ଯ୍ୟକଳାପରେ ଖପ୍ପା ହୋଇ ଆମେରିକା ସହାୟତା ରାଶି ବନ୍ଦ କରିଛି । ପାକିସ୍ତାନ ସହାୟତା ନେଉଥିଲେ ମଧ୍ୟ ପ୍ରତିବଦଳରେ ଆମେରିକାକୁ ସହଯୋଗ କରୁନାହିଁ । ଏଥିପାଇଁ ସହାୟତା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଟ୍ରମ୍ପ ପ୍ରଶାସନ । ପାକିସ୍ତାନ ସହ ଏନେଇ ଆଲୋଚନା କରାଯାଇପାରେ ବୋଲି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କହିଛନ୍ତି । ପୁଲଓ୍ଵାମା ଆକ୍ରମଣ ନେଇ ଟ୍ରମ୍ପ କହିଛନ୍ତି, ଭାରତ ବଡ଼ ଧରଣର ପଦକ୍ଷେପ ନେବାକୁ ଚିନ୍ତା କରୁଛି । ନିକଟରେ ଦେଶ ୫୦ ଜଣ ଯବାନଙ୍କୁ ହରାଇଛି । କାଶ୍ମୀରରେ ହୋଇଥିବା ଏହି ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ ଭୟଙ୍କର ପରସ୍ଥିତି ଦେଖାଦେଇଛି । ଏହାକୁ ବନ୍ଦ କରିବାକୁ ପଡ଼ିବ ବୋଲି କହିଛନ୍ତି ଟ୍ରମ୍ପ ।ଗତ ୧୪ ତାରିଖରେ ପୁଲଓ୍ଵାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହି ଘଟଣା ପାଇଁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ କରିଛି । ଘଟଣାର ଶହେ ଘଣ୍ଟା ମଧ୍ୟରେ ଆତଙ୍କୀ ହମ୍‌ଲାର ପ୍ରତିଶୋଧ ନେଇଛି ଭାରତ । ଏହା ଘଟଣାକୁ ନେଇ ଭାରତ, ପାକିସ୍ତାନକୁ ସିଧାସଳଖ ଟାର୍ଗେଟ୍‌ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.