ଯୋଗର ଏହି ଆସନ ଦ୍ବାରା ଥାଇରଏଡ ସମସ୍ୟା ହୋଇଥାଏ ଦୂର, ଅଭ୍ୟାସ କରି ଦେଖନ୍ତୁ. . .

ଆଜିକାଲି ଥାଇରଏଡ୍ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଥାଇରଏଡାରେ କେତେକ ଲୋକ ମୋଟା ହୋଇଯାନ୍ତି ଆଉ କେହି ପତଳା। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୋକମାନେ ଅନେକ ପ୍ରକାରର ଔଷଧ ସେବନ କରିଥାନ୍ତି। କିନ୍ତୁ ଆପଣଙ୍କୁ ବୋଧ ହୁଏ ଜଣାନଥିବ ଯେ ଥାଇରଏଡକୁ ନିୟନ୍ତ୍ରଣରେ ରଖିବା ପାଇଁ ଯୋଗ ଏକ ବହୁତ ଭଲ ଲାଭକାରୀ ଉପାୟ ହୋଇଥାଏ। ଯୋଗ ଥାଇରଏଡ ଗ୍ରନ୍ଥିକୁ ବଢ଼ାଇବାରେ ଅଙ୍କୁଶ ଲଗାଇଥାଏ। ଏହାସହିତ ଏହା ଥାଇରଏଡ କାରଣରୁ ହେଉଥିବା ସମସ୍ୟାକୁ ମଧ୍ୟ କମ୍ କରିଥାଏ।

ଥାଇରଏଡ ପାଇଁ ସର୍ବାଗାସନ ର ଲାଭ

ଏହି ଆସନରେ ଥାଇରଏଡ ଗ୍ରନ୍ଥି ଉତ୍ତେଜିତ ହୋଇଥାଏ। ଥାଇରଏଡ୍ ଶରୀରର ମେଟାବଲିଜିମ, ବିକାଶ ଏବଂ ପୋଷଣରେ ଏକ ପ୍ରମୁଖ ଅଂଶ ଅଟେ। ଏହାକୁହା ଯାଏ ଯେ ଏହି ଆସନ ଏକ ସୁସ୍ଥ ଥାଇରଏଡ୍ କରିବାରେ ସାହାଯ୍ୟ କରିଥାଏ। ଏହା ସ୍ପାଇନାଲ ରୁଟ୍ସର ମୂଳରେ ବଡ ମାତ୍ରାରେ ରକ୍ତର ଅପୂତ୍ତି କରିଥାଏ ଏବଂ ସ୍ପାଇନକୁ ନିୟନ୍ତ୍ରରରେ ରଖିଥାଏ। ଏହି ଆସନର ଲାଭ ଉଠାଇବା ପାଇଁ ଆପଣ ସକାଳ-ସଞ୍ଜ ଏହାର ଅଭ୍ୟାସ ନିଶ୍ଚୟ କରନ୍ତୁ।

 Yogaଏହି ଆସନ କରିବା ପାଇଁ ଆପଣ ଏକ ଯୋଗ ମ୍ୟାଟରେ ପିଠି ପଟ ହୋଇ ଶୋଇଯାନ୍ତୁ। ଏବେ ଦୁଇ ହାତରେ ଅଣ୍ଟାକୁ ଧରନ୍ତୁ ଏବଂ ଶରୀରକୁ ଧୀରେ ଧୀରେ ଉପରକୁ ଉଠାନ୍ତୁ। ଧ୍ୟାନ ରଖନ୍ତୁ ଯେପରି ଏହି ସମୟରେ ଯେପରି ଆଣ୍ଠୁ ମୋଡି ନ ହୁଏ। ନିଜର ସକ୍ଷମ ଅନୁସାରେ ଏହି ପଜିସନରେ ୬୦ ରୁ ୩୦୦ ସେକେଣ୍ଡ ପର୍ଯ୍ୟନ୍ତ ରୁହନ୍ତୁ।

ସର୍ବାଗାସନର ଅନ୍ୟ ଲାଭ

-ଏହି ଆସନ ଥାଇରଏଡ ଏବଂ ହାଇପୋଥେଲେମସ ଗ୍ରନ୍ଥିକୁ ସନ୍ତୁଳିତ କରିଥାଏ, ଯାହା ଦ୍ବାରା ଶରୀରରେ ଉଚିତ ହର୍ମୋନର ଉତ୍ପାଦନ ହୋଇପାରିବ।

-କାନ୍ଧ ଏବଂ ବେକ ର ଯନ୍ତ୍ରଣାକୁ କମ୍ କରିଥାଏ।

-ହ୍ରୁଦୟ ପାଇଁ ଏହି ଆସନ ବେଶ୍ ଲାଭକାରୀ ହୋଇଥାଏ।

-ଚିନ୍ତା ଦୂର କରିବାରେ ସାହାଯ୍ୟ କରିଥାଏ।

-ବଢ଼ୁଥିବା ବୟଷର ଲକ୍ଷଣକୁ ଏହା କମ୍ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.