ମହାଶିବରାତ୍ରୀରେ କରିବାକୁ ଚାହୁଁଛନ୍ତି କି ମହାଦେବଙ୍କୁ ପ୍ରସନ୍ନ , ଜାଣନ୍ତୁ ମନସ୍କାମନା ଅନୁସାରେ କରିବେ କେଉଁ ଅଭିଷେକ

ଭଗବାନ ଶିବଙ୍କ ମହିମା କହିଲେ ନସରେ । ସେ ଭକ୍ତଙ୍କ ମନସ୍କାମନା ପୂରଣ କରିବାରେ କୌଣସି ହେଳା କରିନଥାନ୍ତି । ଏହା କହିବାର ତାତ୍ପର୍ଯ୍ୟ ହେଉଛି କି ଭୋଳାଶଙ୍କର ଯାହା ଉପରେ ପ୍ରସନ୍ନ ହୋଇଥାନ୍ତି ତାର ମନସ୍କାମନା ପୂର୍ଣ୍ଣ କରିଦେଇଥାନ୍ତି । ଭଗବାନ ଶିବ ଶିଘ୍ର ପ୍ରସନ୍ନ ହେଉଥିବା ଦେବତା ଅଟନ୍ତି । ସବୁ ଦେବାଦେବୀଙ୍କ ମୁତାବକ ଶିବଙ୍କ ସାଧନା କରିବା ଅତି ସରଳ ଅଟେ । ଶାସ୍ତ୍ରରେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ କିଛି ସରଳ ଉପାୟ କୁହାଯାଇଛି । ଯାହା ବ୍ୟକ୍ତିଙ୍କ ଅଲଗା ଅଲଗା ମନସ୍କାମନା ପୂରଣ କରିବା ପାଇଁ ସହାୟକ ହୋଇଥାଏ ।

sibaଆସନ୍ତୁ ଜାଣିବା ଶିବ ପୂଜାରେ କେଉଁ ମନସ୍କାମନା ପାଇଁ କେଉଁ ଜିନିଷ ପ୍ରୟୋଗ କରିବେ :

କୁହାଯାଏ କି ସୃଷ୍ଟିର କୋଣେ କୋଣେ ମହାଦେବ ବାସ କରିଥାନ୍ତି ଏବଂ ସେ ତାଙ୍କ ଭକ୍ତମାନଙ୍କୁ ସବୁ କ୍ଷେତ୍ରରେ କଲ୍ୟାଣ କରିଥାନ୍ତି । ଭଗବାନ ଶିବ ଏମିତି ଦେବତାମାନଙ୍କ ମଧ୍ୟରେ ଅଟନ୍ତ ଯିଏ ଗୋଟେ ଢାଳ ପାଣିରେ ହିଁ ପ୍ରସନ୍ନ ହୋଇଯାଇଥାନ୍ତି।

ଯଦି ଆପଣଙ୍କର କେଉଁ ବନ୍ଧୁ କିମ୍ବା ପରିଜନରେ କାହାର ବିବାହରେ ସମସ୍ୟା ଦେଖାଯାଉଛି ତେବେ ଆପଣ ମହାଶିବରାତ୍ରୀରେ ଆଖୁ ରସରେ ଶିବଙ୍କ ଅଭିଷେକ କରନ୍ତୁ । ଏହି ଉପାୟରେ ଶିଘ୍ର ବିବାହ ହେବାର ମୁହୂର୍ତ୍ତ ଆସିଯାଇଥାଏ ଏବଂ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତି ହୋଇଥାଏ ।

siv jiiମହାଶିବରାତ୍ରୀରେ ଭକ୍ତିଭାବରେ ଶିବମନ୍ଦିର ଯାଇ ଶିବଙ୍କ ଉପରେ ମହୁ ଅଭିଷେକ କଲେ ସବୁ ପାପରୁ ମୁକ୍ତି ମିଳିଥାଏ । ଏହାସହିତ ଜୀବନରେ କରଜ କରିଥିଲେ ସେଥିରୁ ମୁକ୍ତି ମିଳିଥାଏ । ଏବଂ ପରିବାରରେ ସମସ୍ୟା ଦୂର ହୋଇଥାଏ ।

ମହାଶିବରାତ୍ରୀ ରାତିରେ ଶିବଙ୍କୁ ଦହିରେ ଅଭିଷେକ କଲେ ଜୀବନ ସହିତ ଜଡିତ ସବୁ ସମସ୍ୟା ଦୂର ହୋଇଯାଇଥାଏ । ଏହା ସହିତ ବାହାନ କିଣିବାର ସୁଖ ପ୍ରାପ୍ତି ହୋଇଥାଏ ।

lord-shivaଯଦି ଆପଣ ଭଗବାନ ଶିବଙ୍କୁ ଜଲଦି ପ୍ରସନ୍ନ କରି ମନ ଚାହୁଁଥିବା ବରଦାନ ପାଇବା ପାଇଁ ଚାହୁଁଛନ୍ତି ତେବେ ମହାଶିବରାତ୍ରୀରେ ଶିବଲିଙ୍ଗ ଉପରେ କଞ୍ଚା କ୍ଷୀର ଅଭିଷେକ କରନ୍ତୁ । କଞ୍ଚା କ୍ଷୀରରେ ଶିବଙ୍କ ଅଭିଷେକ କଲେ ଆରୋଗ୍ୟ ପ୍ରାପ୍ତି ହେବା ସହିତ ସନ୍ତାନ ସୁଖ ମିଳିଥାଏ ।

ଜୀବନ ସହିତ ଜଡିତ ସବୁ ଦୁଃଖକୁ ଦୁର କରିବା ପାଇଁ ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ କୌଣସି ପବିତ୍ର ନଦୀର ଜଳ ରେ ଓଁ ନମଃ ଶିବାୟ ମନ୍ତ୍ର ଜପ କରି ଜଳାଭିଷେକ କରନ୍ତୁ।

ଧନ ବୃଦ୍ଧି ଏବଂ ଲମ୍ବା ଆୟୁ ପ୍ରାପ୍ତି ପାଇଁ ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ ଗାଈ ଘିଅରେ ଅଭିଷେକ କରନ୍ତୁ । ଏହି ପୂଜାରେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ଏବଂ ସବୁ ମନସ୍କାମନା ଶିଘ୍ର ପୂର୍ଣ୍ଣ କରିଥାନ୍ତି ।

shivaଯଦି ଆପଣଙ୍କୁ ଗ୍ରହ ମାନଙ୍କ ଠରୁ କୌଣସି ବାଧା ଉପୁଜୁଛି କିମ୍ବା ଶତ୍ରୁ ମାନେ ସମସ୍ୟାରେ ପକାଉଛନ୍ତି ଯେଉଁଥିପାଇଁ ଆପଣ ସର୍ବଦା ଭୟବିତ ରହୁଛନ୍ତି ତେବେ ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ସୋରିଷ ତେଲରେ ଅଭିଷେକ କରନ୍ତୁ । ଏହି ପୂଜା ଦ୍ବାରା ଶତ୍ରୁ ନାଶ ହୋଇଥାଏ ।

ଭଗବାନ ଶିବଙ୍କ ଆର୍ଶିବାଦ ପାଇବା ପାଇଁ ମହାଶିବରାତ୍ରୀରେ ଶିବଙ୍କୁ ଚନ୍ଦନରେ ଅଭିଷେକ କରିବାକୁ ଭୁଲନ୍ତୁ ନାହିଁ । କାରଣ ଶିବଲିଙ୍ଗ ଉପରେ ଚନ୍ଦନ ଚଢାଇବା ଦ୍ବାରା ସୌଭାଗ୍ୟ ମିଳିବା ସହିତ ସମାଜରେ ମାନ,ସମ୍ମାନ ଏବଂ ଐଶ୍ବର‌୍ୟ୍ୟ ପ୍ରାପ୍ତି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.