Below header

ଭାରତ ଗସ୍ତ ପୂର୍ବରୁ ଡୋନାଲ୍ଡ ଟ୍ରମ୍ଫଙ୍କ ଟ୍ୱିଟ: କହିଲେ ଫେସବୁକରେ ମୁଁ ଏକ ନମ୍ବର, ମୋଦି ଦୁଇ ନମ୍ବର

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଓ ତାଙ୍କ ପତ୍ନୀ ମେଲେନିୟା ଟ୍ରମ୍ପ ଆସନ୍ତା ଫେବୃଆରି ୨୪ ତାରିଖରେ ଭାରତ ଗସ୍ତରେ ଆସିବେ । ଆସନ୍ତା ୨୪ ଓ ୨୫ ଦୁଇ ଦିନ ଧରି ସେ ଦିଲ୍ଲୀ ଓ ଗୁଜୁରାଟରେ ହିଁ ଅବସ୍ଥାନ କରିବେ । ନିଜର ଏହି ଗସ୍ତ ନେଇ ନିଜେ ଟ୍ରମ୍ଫ ଖୁବ ଉତ୍ସାହିତ ଥିବା ଜଣାଯାଇଛି । ଭାରତ ଆସିବା ତାଙ୍କ ପାଇଁ ସବୁଠୁ ସମ୍ମାନର ବିଷୟ ବୋଲି ମଧ୍ୟ ଟ୍ରମ୍ଫ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଆମେରିକା ରାଷ୍ଟ୍ରପତି ଦମ୍ପତ୍ତିଙ୍କ ଏହି ଗସ୍ତରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ଦୃଢ ହେବ ବୋଲି ଆଶା କରାଯାଉଛି । ରାଷ୍ଟ୍ରପତି ଟ୍ରମ୍ଫ ଏବାବଦରେ ଶନିବାର ଟ୍ୱିଟ କରି କହିଛନ୍ତି କି, କିଛି ଦିନ ତଳେ ଫେସବୁକ ସିଇଓ ମାର୍କ ଜୁକରବର୍ଗ ନିଜର ଏହି ମେସେଜ ଜରିଆରେ ଟ୍ରମ୍ପଙ୍କୁ ଏକ ନମ୍ବରର ସ୍ଥାନ ଦେଇଥିବା ବେଳେ ମୋଦିଙ୍କୁ ୨ ନମ୍ବରର ସ୍ଥାନ ଦେଇଥିଲେ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ୱିଟର ଜରିଆରେ ଟ୍ରମ୍ଫ ଓ ତାଙ୍କ ପତ୍ନୀଙ୍କ ଗସ୍ତ ବାବଦରେ ସୂଚନା ଦେଇଥିଲେ । ମୋଦି ଆହୁରି ମଧ୍ୟ କହିଛନ୍ତି କି ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ମଜବୁତ ହେବ । ଅନ୍ୟପକ୍ଷରେ ଆମେରିକାର ପ୍ରଥମ ମହିଳା ମେଲେନିୟା ଟ୍ରମ୍ଫ ବି ମୋଦିଙ୍କ ନିମନ୍ତ୍ରଣକୁ ସ୍ୱାଗତ କରିଛନ୍ତି । ସୂଚନା ଦେବା ଯୋଗ୍ୟକି ଆସନ୍ତା ୨୪ ଓ ୨୫ ଦୁଇ ଦିନ ଧରି ଅହମଦାବାଦ ଓ ଦିଲ୍ଲୀରେ ହିଁ ଅବସ୍ଥାନ କରିବେ । ସୂଚନା ମୁତାବକ ଡୋନାଲଡ ଟ୍ରମ୍ଫ ଆମମଦାବାଦରେ ନୂଆ କରି ନିର୍ମିତ ହୋଇଥିବା ସର୍ଦାର ପଟେଲ ଷ୍ଟାଡିୟମର ଉଦଘାଟନ କରିବେ ।

ଆହୁରି ମଧ୍ୟ କୁହାଯାଉଛିକି ଏହା ହେଉଛି ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ । ଦୁଇ ଦେଶର ନେତା ଉଦଘାଟନୀ ଭାଷଣ ଦେବେ । ଏସବୁ ବାଦ ଏକ ରୋଡ଼ ସୋ’ର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଶିଦ୍ଦ ସାବରମତୀ ଆଶ୍ରମ ପରିଦର୍ଶନ ମଧ୍ୟ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.