ପ୍ରଥମ ଥର ପାଇଁ ଡ୍ରୋନ୍‌ ମାଧ୍ୟମରେ ଭ୍ୟାକ୍ସିନ ଡେଲିଭରି, ୧୫ କିଲୋମିଟର ଉଡିଲା ଡ୍ରୋନ୍‌

କେନ୍ୟୁଜ୍(ବ୍ୟୁରୋ): ଡ୍ରୋନ୍‌ ମାଧ୍ୟମରେ ପ୍ରଥମ ଥର ପାଇଁ ଭ୍ୟାକ୍ସିନ ଡେଲିଭରି । ଆଜି ମଣିପୁରରେ ICMR ପକ୍ଷରୁ ପ୍ରଥମଥର ପାଇଁ ଡ୍ରୋନ୍‌ ଦ୍ୱାରା ବିଷ୍ଣୁପୁର ଜିଲ୍ଲା ହସ୍ପିଟାଲରୁ ଲୋକତକ୍‌ ହ୍ରଦର କରଙ୍ଗ ଦ୍ୱୀପକୁ ଭ୍ୟାକ୍ସିନ୍‌ ପହଞ୍ଚାଇଥିଲା । ଡ୍ରୋନ ଦ୍ୱାରା ଏହି ସ୍ଥାନକୁ ଭ୍ୟାକ୍ସିନ ପହଞ୍ଚାଇବାକୁ ୧୫ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡିଥିଲା । ଏଥିପାଇଁ ୧୨ରୁ ୧୫ ମିନିଟ୍‌ ସମୟ ଲାଗିଥିଲା ।

ସ୍ଥଳ ପଥରେ ଗଲେ ୨୬ କିଲୋମିଟର ପଡିବା ସହ ପହଞ୍ଚିବାକୁ ଅଧିକ ସମୟ ଲାଗିଥାନ୍ତା । ଡ୍ରୋନ ମାଧ୍ୟମରେ ଭ୍ୟାକ୍ସିନ ଡେଲିଭରି ଦକ୍ଷିଣ ଏସିଆରେ ପ୍ରଥମ । ଡ୍ରୋନ ସାହାଯ୍ୟରେ ଅନେକ ଦୁର୍ଗମ ଅଞ୍ଚଳକୁ ଖୁବ କମ ସମୟ ମଧ୍ୟରେ ଭ୍ୟାକ୍‌ସିନ୍‌, ମେଡିସିନ୍‌ ପହଞ୍ଚାଇବା ସହ ଏବଂ ବ୍ଲଡ ସାମ୍ପ୍‌ଲ କଲେକ୍ଟ କରାଯାଇପାରିବ । ଭାରତରେ ପ୍ରଥମ ଥର ପାଇଁ ଡ୍ରୋନ୍‌ ମାଧ୍ୟମରେ ଟିକା ଡେଲିଭରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.