Below header

ଡିଏସ୍‌ପିଙ୍କୁ ଡମ୍ପର ଚଢାଇ ହତ୍ୟା ଘଟଣା: ପୋଲିସ ସହ ଏନକାଉଣ୍ଟର ବେଳେ ଅଭିଯୁକ୍ତଙ୍କ ଦେହରେ ବାଜିଛି ଗୁଳି

ନୂଆଦିଲ୍ଲୀ : ହରିୟାଣାରେ ଖଣି ମାଫିଆଙ୍କ ଦାଦାଗିରି । ଡିଏସ୍‌ପିଙ୍କୁ ଡମ୍ପର ଚଢାଇ ହତ୍ୟା । ଦିନଦ୍ୱିପହରେ ହରିୟାଣା ତଓ୍ଵାଡୁର ଡିଏସ୍‌ପି ସୁରେନ୍ଦ୍ର ସିଂହ ବିଷ୍ଣୋଇଙ୍କୁ ରାସ୍ତା ଉପରେ ଡମ୍ପର ଚଢାଇ ହତ୍ୟା କରିଥିଲେ । ଏବେ ଘଟଣାରେ ବଡ ଖବର ସାମ୍ନାକୁ ଆସିଛି । ଏହି ହତ୍ୟା ଘଟଣାରେ ଯେଉଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା, ପୋଲିସ ସହ ତାଙ୍କର ଏନକାଉଣ୍ଟର ହୋଇଛି । ଯେଉଁଥିରେ ଜଣେ ଅଭିଯୁକ୍ତ ଦେହରେ ଗୁଳି ବାଜିଥିବା ସୂଚନା ରହିିଛି ।

ସୂଚନା ମୁତାବକ, ଉପ ପୋଲିସ ଅଧୀକ୍ଷକ ସୁରେନ୍ଦ୍ର କୁମାର ତାବଡୁରେ ମୁତୟନ ଥିଲେ । ଏଠାରେ ପାହାଡି ଇଲାକାରେ ବେଆଇନ ଖଣି ଖୋଳାଯାଉଥିବା ଖବର ମିଳିଥିଲା । ଖବର ପାଇଁ ତୁରନ୍ତ ଖଣି ନିକଟକୁ ଯାଇ ପଥର ବୋଝେଇ ଟ୍ରକକୁ ରୋକିବାକୁ ଚେଷ୍ଟା କରିଥିଲେ । ହେଲେ ଏହି ସମୟରେ ତାଙ୍କ ଉପରେ ଡମ୍ପର ଚଢାଇଦେଇଥିଲେ ମାଫିଆ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ଘଟାଇ ଫେରାର ହୋଇଯାଇଥିଲେ ଅଭିଯୁକ୍ତ ମାଫିଆ । ସେମାନଙ୍କୁ ଗିରଫ କରିବାକୁ ତନାଘନା ଚଳାଇ ଥିବା ବେଳେ ପୋଲିସକୁ ମିଳିଛି ସଫଳତା । ତେବେ ଏପରି ଦୁଃସାହିସିକ ଘଟଣା ଘଟାଇବାରେ ଖଣିମାଫିଆଙ୍କର ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଏଠିକାର ମାଫିଆ ସ୍ପୋଶାଲ ଏନଫୋର୍ସମେଣ୍ଟ ଟିମ୍ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.