Below header

ସଙ୍କଟ ସ୍ଥିତିରେ ଶ୍ରୀଲଙ୍କା, ଖାଦ୍ୟ ଓ ଔଷଧ ପାଇଁ ବେଶ୍ୟାବୃତ୍ତି କରୁଛନ୍ତି ଏଠିକାର ମହିଳା

ଶ୍ରୀଲଙ୍କାରେ ଆର୍ଥିକ ଅବସ୍ଥା ଦିନ କୁ ଦିନ ବିଗିଡ଼ିବାରେ ଲାଗିଛି । ନିଜ ଘର ଚଳାଇବା ବି ଲୋକଙ୍କ ପାଇଁ ଏକ ପ୍ରକାର ମୁସ୍କିଲ ହୋଇଗଲାଣି । କିଛି ଲୋକଙ୍କ ପାଇଁ ତ ଔଷଧ ଓ ଖାଦ୍ୟ କିଣିବା ସମ୍ଭବ ହେଉନାହିଁ । ଆଉ ନିଜ ନିଜ ଦୈନନ୍ଦିନର ଚାହିଦାକୁ ମେଂଟେଇବା ପାଇଁ ବେଶ୍ୟବୃତ୍ତି ଖୁବ ଦ୍ରୁତ ଗତିରେ ବଢିଚାଲିଛି । ନିଜ ପେଟ ପୋଷିବା ପାଇଁ ଅନେକ ମହିଳା ବେଶ୍ୟାବୃତ୍ତି କରିବାକୁ ବାଧ୍ୟ ହେଉଛନ୍ତି । ଆୟୁର୍ବେଦିକ ସ୍ପା ସେଣ୍ଟର ଉହାଡରେ ଏଠାରେ ସେକ୍ସ ରାକେଟ ମାନ ଚାଲୁଥିବା ଜଣାଯାଇଛି । ଏହି ସ୍ପା ସେଣ୍ଟର ଗୁଡିକରେ ପରଦା ତଥା କ୍ଳିଣ୍ଟସ ମାନଙ୍କ ପାଇଁ ବେଡ଼ ଆରେଞ୍ଜ କରି ଏଗୁଡ଼ିକୁ ଅସ୍ଥାୟୀ ବେଶ୍ୟାଳୟର ରୂପ ଦିଆଯାଇଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ସେକ୍ସ ଇଣ୍ଡଷ୍ଟ୍ରି ସହ ଜଡି଼ତ ଅଧିକାଂଶ ମହିଳାମାନେ କପଡା ଉଦ୍ୟୋଗରେ କାମ ଧନ୍ଦା କରିଥାନ୍ତି । ଜାନୁଆରୀ ପର୍ଯ୍ୟନ୍ତ ଏମାନଙ୍କ ପାଖରେ କାମ ଥିଲା । ଏମାନେ ନିଜ ସୁରୁଖୁରୁରେ ଚଳି ଯାଉଥିଲେ । ଶ୍ରୀଲଙ୍କାର ଦୈନନ୍ଦିନ ଖବର କାଗଜ “ଦ ମର୍ଣ୍ଣିଙ୍ଗ” ଅନୁଯାୟୀ, କପଡା ଉଦ୍ୟୋଗରେ କାର୍ଯ୍ୟରତ ମହିଳାମାନେ କାର୍ଯ୍ୟସ୍ଥଳୀକୁ ଯିବା ଭୟରେ ତଥା ଦେଶର ଖରାପ ଅର୍ଥ ବ୍ୟବସ୍ଥାକୁ ନଜରରେ ରଖି ବେଶ୍ୟାବୃତ୍ତି ଆଡକୁ ମୁହାଁଇବାକୁ ଲାଗିଲେ । ଆଉ ଏହି କାରଣରୁ ଟେକ୍ସଟାଇଲ ସେକ୍ଟର ଖରାପରୁ ଖରାପ ଆଡକୁ ମୁହାଁଇବାକୁ ଲାଗିଲା । ଦେଶର ଏପରି ସ୍ଥିତି କାରଣରୁ ଆମେ ନିଜ ନିଜ ଚାକିରୀ ହରାଇବା ଭୟରେ ସେକ୍ସ ରାକେଟ ପ୍ରତି ଆଗ୍ରହ ଦେଖାଇଲେ ।

ଏମଧ୍ୟରୁ ଜଣେ ମହିଳା କହିଛନ୍ତିକି ଅନ୍ୟାନ କ୍ଷେତ୍ରରେ କାମ କରି ଆମେ ମାସକୁ ୨୮ ହଜାରରୁ ୩୫ ହଜାର ପର୍ଯ୍ୟନ୍ତ ରୋଜଗାର କରିପାରିଥିଲୁ । କିନ୍ତୁ ସେକ୍ସ ରାକେଟରେ କାମ କରି ଦିନକୁ ୧୫ ହଜାର ପର୍ଯ୍ୟନ୍ତ ରୋଜଗାର କରିପାରୁଥିବା କହିଛନ୍ତି । ଏହି ସଂକଟଗ୍ରସ୍ତ ଦେଶରେ ଇନ୍ଧନ, ଭୋଜନ, ଔଷଧ ଆଦିର ଅଭାବ ମହିଳାଙ୍କ ସ୍ଥିତିକୁ ଅଧିକ ନିରାଶ କରିଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.