Below header

ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ନାମଲେଖା ପ୍ରକ୍ରିୟା। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସାମସ ଓଡିଶା ପୋର୍ଟାଲରେ ଅନଲାଇନ ଜରିଆରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଏଥର ୨ହଜାର ୫୭ଟି କଲେଜରେ ରହିଛି ସାଢେ ୪ଲକ୍ଷ ସିଟ୍‌। ଚଳିତବର୍ଷ ମାଟ୍ରିକ ପାସ୍‌ କରିଛନ୍ତି ୫ଲକ୍ଷ ୧୫ହଜାର ୪୫୨ ଜଣ ଛାତ୍ରଛାତ୍ରୀ। ସେମାନଙ୍କ ମଧ୍ୟରୁ ୮ହଜାର ୧୧୯ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ୯୫ ପ୍ରତିଶତ ରଖିଛନ୍ତି ୨ହଜାର ୫୦୦ଜଣ। ଯାହାକୁ ନେଇ କଟ ଅଫ୍‌ ମାର୍କ ଓ ପ୍ରମୁଖ ହାୟର ସେକେଣ୍ଡାରୀ ସ୍କୁଲ୍‌ରେ ସିଟ ପାଇବା ନେଇ ଚିନ୍ତା ବଢିଛି ଛାତ୍ରଛାତ୍ରୀଙ୍କ ।

ଗତବର୍ଷ ବିଜ୍ଞାନରେ ରେଭେନ୍‌ସା ହାୟର ସେକେଣ୍ଡାରୀ ସ୍କୁଲ ସର୍ବାଧିକ ୯୦% କଟ ଅଫ ରହିଥିବାବେଳେ ଦ୍ୱିତୀୟରେ ୮୮.୩୩ ସହ ବିଜେବି ଓ ତୃତୀୟରେ ୮୫.୫୦ ପ୍ରତିଶତ ସହ ରହିଥିଲା ଫକୀର ମୋହନ କଲେଜ। ସେହିଭଳି ବାଣିଜ୍ୟରେ ୮୦% ସହ ରେଭେନ୍ସା ପ୍ରଥମ , ଦ୍ୱିତୀୟରେ ୭୫.୫୦ ପ୍ରତିଶତ ସହ ଶୈଳବାଳା ମହିଳା ହାୟର ସେକେଣ୍ଡାରୀ ସ୍କୁଲ ଓ ତୃତୀୟରେ ୭୩.୬୭ ପ୍ରତିଶତ ରହିଥିଲା ବିଜେବି ହାୟର ସେକେଣ୍ଡାରୀ ସ୍କୁଲ। କଳାରେ ୭୬.୫୦ ପ୍ରତିଶତ ସହ ଆଗରେ ରେଭେନ୍ସା, ଦ୍ୱିତୀୟରେ ୭୬.୪୦ ପ୍ରତିଶତ ସହ ବିଜେବି ଓ ୭୩.୧୭ ପ୍ରତିଶତ ସହ ଭଦ୍ରକ ଜୁନିଅର କଲେଜ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.