‘ନୂତନ ବେତନ କୋଡ୍‌’ ଉପରେ ଶ୍ରମ ମନ୍ତ୍ରୀଙ୍କ ବଡ଼ ସୂଚନା, ଜାଣନ୍ତୁ କେବେଠୁ ଲାଗୁ ହେବ ନୂଆ ନିୟମ

ନୂତନ ବେତନ କୋଡ୍‌ ଲାଗୁ ଉପରେ ଶ୍ରମ ରାଜ୍ୟମନ୍ତ୍ରୀ ରାମେଶ୍ୱର ତେଲୀ ଲୋକସଭାରେ ନିଜର ଉତ୍ତର ରଖିଛନ୍ତି। ରାଜ୍ୟମନ୍ତ୍ରୀ କହିଛନ୍ତି ଯେ କିଛି ରାଜ୍ୟ ନିଜର ଡ୍ରାଫ୍ଟ ଦାଖଲ କରି ସାରିଛନ୍ତି। ୪ ଶ୍ରମ କୋଡ୍‌ ଉପରେ ରାଜ୍ୟଗୁଡ଼ିକ ନିଜର ପକ୍ଷ ରଖିଛନ୍ତି।

ଶ୍ରମ ଏବଂ ରୋଜଗାର କଲ୍ୟାଣ ମନ୍ତ୍ରାଳୟ ୪ ଶ୍ରମ କୋଡ୍‌ ଅଧୀନରେ ନିୟମଗୁଡ଼ିକୁ ଅନ୍ତିମ ରୂପ ଦେଇଛି। ୪ ଶ୍ରମ କୋଡ୍‌ରେ ବେତନ/ମଜୁରୀ ସଂହିତା, ଔଦ୍ଦ୍ୟୋଗିକ ସମ୍ବନ୍ଧ ଉପରେ ସଂହିତା, କାମ ବିଶେଷ ସହ ଜଡ଼ିତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ଅବସ୍ଥା ଉପରେ ସଂହିତା ଏବଂ ସାମାଜିକ ଓ ବ୍ୟବସାୟିକ ସୁରକ୍ଷା ସଂହିତା ସାମିଲ ରହିଛି।

ଏହି ୪ ସଂହିତା (କୋଡ୍‌)କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଅଧିସୂଚିତ କରାଯାଇଛି। ହେଲେ ଏହାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ନିୟମଗୁଡ଼ିକୁ ମଧ୍ୟ ଅଧିସୂଚିତ କରାଯିବା ଜରୁରୀ। ଆସନ୍ତୁ ଜାଣିବା, କେଉଁ ରାଜ୍ୟ କେଉଁ କୋଡ୍‌ ଉପରେ ସହମତି ପ୍ରକାଶ କରିଛନ୍ତି। ତେବେ ଆଶା କରାଯାଉଛି, ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ନୂତନ ବେତନ କୋଡ୍‌ ଲାଗୁ ହୋଇପାରେ।

salary
photo: Business Today

୧. ବେତନ/ମଜୁରୀ ସଂହିତା (The Code on Wages, 2019):

ଉତ୍ତର ପ୍ରଦେଶ, ଗୁଜରାଟ, ଗୋଆ ସମେତ ୩୧ ରାଜ୍ୟ ଏହା ଉପରେ ନିଜର ସହମତି ପ୍ରକାଶ କରିଛନ୍ତି।

୨. ସାମାଜିକ ଓ ବ୍ୟବସାୟିକ ସୁରକ୍ଷା ସଂହିତା (The Code on Social Security, 2020):

ଗୁଜରାଟ, ହରିୟାଣା, ମଧ୍ୟ ପ୍ରଦେଶ ସମେତ ମୋଟ ୨୫ ରାଜ୍ୟ ଏହା ଉପରେ ମହମତି ପ୍ରକାଶ କରିଛନ୍ତି।

୩. ଔଦ୍ଦ୍ୟୋଗିକ ସମ୍ବନ୍ଧ ଉପରେ ସଂହିତା (The Industrial Relations Code, 2020):

ବିହାର, ଗୁଜରାଟ, ହରିୟାଣା ସମେତ ୨୬ ରାଜ୍ୟ ଏହାକୁ ସ୍ୱୀକାର କରିଛନ୍ତି।

୪. ସ୍ୱାସ୍ଥ୍ୟ ଓ କାର୍ଯ୍ୟ ଅବସ୍ଥା ଉପରେ ସଂହିତା (The Occupational Safety Health and working Conditions Code, 2020):

ବିହାର, ଆସାମ, ଗୋଆ, ଗୁଜରାଟ ସମେତ ମୋଟ ୨୪ ରାଜ୍ୟ ଏହି କୋଡ୍‌ ଉପରେ ସହମତି ପ୍ରକାଶ କରିଛନ୍ତି।

wage
photo: newsstore24.com

୪ ବୃହତ୍‌ ଶ୍ରମ ସଂହିତା ମଧ୍ୟରୁ ବେତନ/ମଜୁରୀ ସଂହିତାକୁ ସଂସଦରେ ୨୦୧୯ରେ ମଞ୍ଜୁରୀ ମିଳିଥିଲା। ବାକି ୩ ସଂହିତାକୁ ସଂସଦର ଉଭୟ ସଦନରୁ ୨୦୨୦ରେ ମଞ୍ଜୁରୀ ମିଳିଛି। ଶ୍ରମ ମନ୍ତ୍ରାଳୟ ଏହି ୪ ସଂହିତାକୁ ଏକାଠି ଲାଗୁ କରିବା ପାଇଁ ଚାହୁଁଛି।

ବେତନ ପ୍ରଣାଳୀ ପରିବର୍ତ୍ତନ ହେବ

ବେତନ କୋଡ୍‌ ଆକ୍ଟ (Wage Code Act, 2019) ଲାଗୁ ହେବା ମାତ୍ରେ କର୍ମଚାରୀମାନଙ୍କ ଦରମା ପ୍ରଣାଳୀ ସମ୍ପୂର୍ଣ୍ଣ ରୂପେ ବଦଳି ଯିବ। କର୍ମଚାରୀମାନଙ୍କର Take Home Salary ହ୍ରାସ ପାଇବ। କାରଣ, ବେସିକ୍‌ ପେ (ମୂଳ ବେତନ) ବଢ଼ିବା ଦ୍ୱାରା କର୍ମଚାରୀମାନଙ୍କର ପିଏଫ୍‌ ଅଧିକ କଟିବ ଅର୍ଥାତ୍‌ ସେମାନଙ୍କ ଭବିଷ୍ୟତ ଅଧିକ ସୁରକ୍ଷିତ ହୋଇଯିବ।

ପିଏଫ୍‌ ସହିତ ଗ୍ରାଚ୍ୟୁଇଟିରେ ମଧ୍ୟ ଯୋଗଦାନ ବଢ଼ିଯିବ। ଅର୍ଥାତ୍‌ Take Home Salary ନିଶ୍ଚୟ କମିବ, କିନ୍ତୁ କର୍ମଚାରୀଙ୍କ ଅବସର ପରେ ଅଧିକ ପଇସା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.