ଦୁବାଇରେ ବସ୍‌ ଦୁର୍ଘଟଣାରେ ଆହତ ହୋଇଥିବା ଭାରତୀୟଙ୍କୁ ମିଳିବ ୧୧ କୋଟି ଟଙ୍କାର କ୍ଷତିପୂରଣ

୨୦୧୯ରେ ଦୁବାଇରେ ବସ୍‌ ଦୁର୍ଘଟଣାରେ ଆହତ ହୋଇଥିବା ଭାରତୀୟମହମ୍ମଦ ବୈଗ ମିର୍ଜାଙ୍କୁ ମିଳିବ ୧୧ କୋଟି କ୍ଷତିପୂରଣ । ଏହି ଦୁର୍ଘଟଣାରେ ୧୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ।

୨୦୧୯ରେ ଦୁବାଇରେ ଘଟିଥିବା ବସ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଭାରତୀୟ ମହମ୍ମଦ ବୈଗ୍ ମିର୍ଜାଙ୍କୁ ୫୦ ଲକ୍ଷ ଦିରହାମ୍ ବା ୧୧ କୋଟି ଟଙ୍କା କ୍ଷତିପୂରଣ ମିଳିବ । ସେହି ବସ୍ ଦୁର୍ଘଟଣାରେ ୧୨ଜଣ ଭାରତୀୟଙ୍କ ସମେତ ୧୭ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଆଉ ଗୁରୁତର ଆହତ ହୋଇଥିବା ଭାରତୀୟଙ୍କର ୫୦ ପ୍ରତିଶତ ମସ୍ତିଷ୍କ ଡ୍ୟାମେଜ ହୋଇଯାଇଥିଲା । ଯାହାପରେ ଦୁବାଇର ସୁପ୍ରମିକୋର୍ଟ ପକ୍ଷରୁ ବୀମା ରାଶି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରିପୋର୍ଟ ମୁତାବକ, ୨୦୧୯ରେ ମୋହମ୍ମଦ ବେଗ ମିର୍ଜା ଓମାନରୁ ସଂଯୁକ୍ତ ଆରବ ଏମିରେଟସକୁ ଯାଉଥିବା ବେଳେ ବସ୍ ଦୁବାଇରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଥିରେ ଯାତ୍ରା କରୁଥିବା ୩୧ଜଣ ଯାତ୍ରୀଙ୍କ ମଧ୍ୟରୁ ୧୭ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ୧୨ଜଣ ଭାରତୀୟ ଏବଂ ଆହତ ହୋଇଥିବା ଭାରତୀୟ ଜଣକ ହେଉଛନ୍ତି ୨୦ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର ମହମ୍ମଦ ବୈଗ୍ ମିର୍ଜା।

ଦୁର୍ଘଟଣା ପରେ ମିର୍ଜା ପାଖାପାଖି ୨ ମାସ ପର୍ଯ୍ୟନ୍ତ ହସପିଟାଲରେ ରହିଥିଲେ । ଆଉ ୧୪ ଦିନ ସେ ବେହୋସ ଥିଲେ । ଏହାପରେ ଅଧିକ ଦିନ ପର୍ଯ୍ୟନ୍ତ ପୁନର୍ବାସ କେନ୍ଦ୍ରରେ ରହିବାକୁ ପଡିଲା ।

ସୂଚନାଯୋଗ୍ୟ, ଆତ୍ମୀୟମାନଙ୍କ ସହିତ ମସକ୍ୟାଟ୍ ବୁଲି ଫେରୁଥିବା ବେଳେ ମିର୍ଜା ବସ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଯୋଗୁଁ ତାଙ୍କର ୫୦ ପ୍ରତିଶତ ବ୍ରେନ ଡ୍ୟାମେଜ ହୋଇଯାଇଥିଲା । ଆଉ ଆଜୀବନ ପର୍ଯ୍ୟନ୍ତ ଜୀବନ ସାମାନ୍ୟ ହେବାର ସମ୍ଭାବନା କମ୍‌ ରହିଥିଲା । ଏଯାଏଁ ମଧ୍ୟ ତାଙ୍କ ଶରୀରରେ ଅଧିକାଂଶ ଅଂଶରେ ଆଘାତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.