ପୁରୀ ଚନ୍ଦନପୁର ଥାନାର ହୋମଗାର୍ଡ କଲେ କ୍ଷୀର ଚୋରି! ଆସିଲା ସିସିଟିଭି ଫୁଟେଜ୍

କ୍ଷୀର ଚୋରି କରୁଛନ୍ତି ପୋଲିସ୍ ହୋମଗାର୍ଡ ବାବୁ। ପୁରୀ ଜିଲ୍ଲା ଅନ୍ତର୍ଗତ ଚନ୍ଦନପୁର ଥାନାରେ ହୋମଗାର୍ଡଙ୍କ ବିରୋଧରେ କ୍ଷୀର ଚୋରି ନେଇ ହୋଇଛି ଅଭିଯୋଗ।ଅଭିଯୋଗକୁ ଭିତ୍ତି କରି ପୋଲିସ୍ ମାମଲା ରୁଜ୍ଜୁ କରିଥିବା ବେଳେ ଅନୁସନ୍ଧାନ ଆରମ୍ଭ କରିଛି।

ପୁରୀ(କେନ୍ୟୁଜ): ଯେତେବେଳେ ରକ୍ଷକ ସାଜେ ଭକ୍ଷକ ଅର୍ଥାତ ଯଦି ବାଡ଼ ଖାଇବ ଫସଲ ତେବେ କହିବା କାହାକୁ। ସେହି ଆଧାରରେ ଯଦି ପୋଲିସ ନିଜେ ସାଧାରଣ ଲୋକଙ୍କ ଠାରୁ ଚୋରି କରିବ ତେବେ ନ୍ୟାୟ କାହାଠୁ ଆଶା କରିବା। ଏପରି ଏକ ଦୃଶ୍ୟ ଏବେ ଭାଇରାଲ୍ ହେବାରେ ଲାଗିଛି।

ଘଟଣାଟି ହେଉଛି କି, କ୍ଷୀର ଚୋରି କରୁଛନ୍ତି ପୋଲିସ୍ ହୋମଗାର୍ଡ ବାବୁ। ପୁରୀ ଜିଲ୍ଲା ଅନ୍ତର୍ଗତ ଚନ୍ଦନପୁର ଥାନାରେ ହୋମଗାର୍ଡଙ୍କ ବିରୋଧରେ କ୍ଷୀର ଚୋରି ନେଇ ହୋଇଛି ଅଭିଯୋଗ।ଅଭିଯୋଗକୁ ଭିତ୍ତି କରି ପୋଲିସ୍ ମାମଲା ରୁଜ୍ଜୁ କରିଥିବା ବେଳେ ଅନୁସନ୍ଧାନ ଆରମ୍ଭ କରିଛି। ଅନ୍ଯପକ୍ଷରେ ଏହି ଚୋରି ଘଟାଣର ଦ୍ରୁଶ୍ଯ ସିସିଟିଭିରେ ସମ୍ପୂର୍ଣ କଏଦ ହୋଇଛି।

ଯାହା ଦେଖିବାକୁ ମିଳିଛି ଯେଉଁଥିରେ ଚନ୍ଦନପୁର ଥାନାରେ କାର୍ଯ୍ଯରତ ହୋମଗାର୍ଡ କେମିତି ଖୁଲମଖୁଲା ଭାବରେ ୨୦ରୁ ଅଧିକ କ୍ଷୀର ପ୍ଯାକେଟ ଚୋରି କରୁଥିବାର ସ୍ପଷ୍ଟ ବାରି ହେଉଛି। ପ୍ରଥମେ ହୋମଗାର୍ଡ ଜଣକ ଦୋକାନ ପାଖକୁ ଆସୁଛନ୍ତି ଏବଂ କ୍ଷୀର ପ୍ଯାକେଟ ଥିବା ବଡ ବଡ ପ୍ଳାଷ୍ଟକ୍ ଜାରକୁ ସାଇଡ୍ କରି ରଖୁଛନ୍ତି। ଏହାପରେ ପୁଣି ହାତରେ ବ୍ଯାଜ୍ ଧରି ଆସୁଛନ୍ତି ଏବଂ ସେଥିରୁ ଗୋଟେ ପରେ ଗୋଟେ କ୍ଷୀର ପ୍ଯାକେଟ ଚୋରି କରି ବ୍ଯାଗ୍ ଭିତରେ ଭର୍ତ୍ତି କରୁଛନ୍ତି।

ତେବେ ସବୁଠାରୁ ବଡ଼ କଥା ହେଲା ଏହି କ୍ଷୀର ଚୋରି ଘଟଣା ଅନେକ ଦିନ ଧରି ଘଟୁଥିଲା। ଯାହାଫଳରେ ବାଧ୍ଯ ହୋଇ ଚୋରକୁ ଧରିବା ନେଇ ଗତ କିଛି ଦିନ ପୂର୍ବରୁ କ୍ଷୀର ବ୍ଯବସାୟୀ ସୁକାନ୍ତ ସାହୁ ସିସିଟିଭି ଲଗାଇଥିଲେ। ଆଉ ସିସିଟିଭିରେ ଯାହା କଏଦ ହେଲା ତାହା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଛି। ଏପଟେ ଚନ୍ଦନପୁର ଥାନା ପୋଲିସ୍ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି। ଅନ୍ଯପଟେ ଏହି ମାମଲାରେ ହୋମ ଗାର୍ଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି। ତେବେ କିଛି ପୋଲିସ ବିଭାଗର କର୍ମଚାରୀମାନଙ୍କର ଏଭଳି କାର୍ଯ୍ୟ ସମ୍ପୂର୍ଣ୍ଣ ବିଭାଗର ନାମକୁ କଳଙ୍କିତ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି।