୮୫ ଲକ୍ଷ ଟଙ୍କାରେ ବିକ୍ରି ହେଲା କାନ୍ଥରେ ଟେପ୍ ସହିତ ଲାଗିଥିବା ଏହି କଦଳୀ, ଫଟୋ ହେଉଛି ଭାଇରାଲ

ଆପଣ ଏହି କଦଳୀର ଦାମ ଶୁଣି ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ । ଆଉ ନ ହେବ ବା କେମିତି ? ସାଧାରଣତଃ କଦଳୀ ଡଜନର ଦାମ ପାଖାପାଖି ୫୦ କିମ୍ବା ୬୦ ଟଙ୍କା ହୋଇଥାଏ। କିନ୍ତୁ ଯଦି ଗୋଟେ କଦଳୀର ଦାମ୍ ୮୫ ଲକ୍ଷରେ ବିକ୍ରି ହେବା ଖବର ଆପଣ ଶୁଣିବେ ତେବେ ନିଶ୍ଚିତ ଚକିତ ହେବେ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିନ୍ତୁ ଏହା ପଛରେ ରହିଥିବା ପ୍ରକ୍‌ତ ସତ୍ୟ ଆପଣ ହୁଏତ ଜାଣିନଥିବେ।

banana 1

କଥା କ’ଣ କି, ଏହା ଏକ ଆର୍ଟ। ଏହାକୁ ଇଟାଲୀର ଜଣେ କଳାକାର ମୋରିଜିଓ କେଟେଲନ ତିଆରି କରିଥିଲେ। ଆର୍ଟ ମାର୍କେଟ ୱେବସାଇଟ୍ ଅର୍ଟନେଟ ମୁତାବକ, ସେ ତିଆରି କରିଥିବବା ତିନିଟି ଆର୍ଟ କଦଳୀ ମଧ୍ୟରୁ ଦୁଇଟି କଦଳୀ ବିକ୍ରି ହୋଇସାରିଛି ଏବଂ ଶେଷ କଦଳୀର ମୂଲ୍ୟ ୧.୦୭ କୋଟି ଟଙ୍କା ରଖାଯାଇଛି। ହୋଟେଲରେ ଲାଗିଥିବା ଅନେକ ମୂର୍ତ୍ତି ଦେଖି ଏପରି କରିବା ପାଇଁ ମୁଣ୍ଡରେ ଚିନ୍ତା ଆସିଥିଲା। ତା ପରେ ସେ ତମ୍ବା ଏବଂ ତମ୍ବା ରଙ୍ଗରେ ପେଣ୍ଟ କରି ଏହି କଦଳୀ ପ୍ରସ୍ତୁତ କରିଥିଲେ। ତା ପରେ ସେ ଏହି କଦଳୀକୁ ଟେପ୍ ଜରିଆରେ କାନ୍ଥରେ ଲଗାଇଦେଇଥିଲେ। ଯାହାକୁ ଆର୍ଟ ବେସଲରେ ପ୍ରଦର୍ଶିତ କରାଯାଇଥିଲା।

ଏହାସହ ପଢ଼ନ୍ତୁ ; ଏଠାରେ ମୃତ ଜନ୍ତୁଙ୍କ ଦେହାବଶେଷରୁ ପ୍ରସ୍ତୁତ ହେଉଥିଲା ଖାଇବା ତେଲ, କାରଖାନା ହେଲା ସିଲ୍‌

banan

ରିପୋର୍ଟ ମୁତାବକ,ଏହି କଦଳୀକୁ ମିୟାମୀର ଏକ ଗ୍ରୋସରୀ ଷ୍ଟୋରରୁ କିଣାଯାଇଥିଲା। ଏହାକୁ ପ୍ରସ୍ତୁତ କରିଥିବା ଆର୍ଟକୁ ‘କୋମୋଡିୟନ’ ନାମ ଦିଆଯାଇଛି। କଦଳୀ ବୈଷୟିକ ବ୍ୟାପାର ପ୍ରତୀକ। ଏହାଛଡା ଏହାର ବ୍ୟବହାର ମଜାକ ଭାବେ ମଧ୍ୟ କରାଯାଏ। ସୂଚନାଯୋଗ୍ୟ, ମୌରିଜିୟୋ କେଟଲେନ ଏହାପୂର୍ବରୁ ୧୮ କ୍ୟାରେଟ ସୁନାରେ ଏକ ଟଏଲେଟ୍ ପେଣ୍ଟିଂ କରି ବିକି ସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.