ହାଇଦ୍ରାବାଦ ପୋଲିସର ଏନକାଉଣ୍ଟର ଘଟଣାରେ ତଦନ୍ତ କରିବ ଜାତୀୟ ମାନବାଧିକାର କମିସନ, ନିଜଆଡୁ ନିଷ୍ପତ୍ତି ନେଇଛି NHRC

ହାଇଦ୍ରାବାଦରେ ପୋଲିସର ଏନକାଉଣ୍ଟର ଘଟଣାରେ ତଦନ୍ତ କରିବ ଜାତୀୟ ମାନବାଧିକାର କମିସନ । ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟରରେ ନିପାତ କରିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ନିଜଆଡୁ ତଦନ୍ତ ପାଇଁ ନିଷ୍ପତ୍ତି ନେଇଛି NHRC । ଏହାସହ ନିଜର ତଦନ୍ତକାରୀ ଦଳ ଏନକାଉଣ୍ଟର ସ୍ଥଳ ମଧ୍ୟ ତଦନ୍ତ କରିବାକୁ ଘୋଷଣା କରିଛି। ଏସଏସପି ର‍୍ୟାଙ୍କର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା ଏନକାଉଣ୍ଟର ସ୍ଥଳରେ ମାନବାଧିକାର ଟିମ ତଦନ୍ତ କରିବ।

ଏହାସହ ଘଟଣାସ୍ଥଳରେ ଅଭିଯୁକ୍ତଙ୍କ ଦ୍ୱାରା ଯଦି କୌଣସି ଅଘଟଣ ଘଟିବାର ଆଶଙ୍କା ନେଇ ପୋଲିସ ସଚେତନ ଥିଲା ବା ମୁକାବିଲା ପାଇଁ ପ୍ରସ୍ତୁତ ନଥିଲା, ତାହା ଜଣାଇବାକୁ ମାନବାଧିକାର କମିସନ ତେଲଙ୍ଗାନା ପୋଲିସକୁ ନୋଟିସ ଜାରି କରିଛନ୍ତି। ତଦନ୍ତ ପ୍ରକ୍ରିୟା ଦ୍ୱାରା ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ପୋଲିସ ହେପାଜତରେ ଥାଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିବା ସମାଜ ପାଇଁ ଭୁଲ ବାର୍ତ୍ତା ଯିବ ବୋଲି କମିସନ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.