Below header

ବିଷାକ୍ତ ବାୟୁ ଜ୍ୱାଳାରେ ଦିଲ୍ଲୀବାସୀ, ୧୮ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା

ଦିଲ୍ଲୀର ବାୟୁ ପ୍ରଦୂଷଣ ଦିନକୁ ଦିନ ଖରାପ ହେବାରେ ଲାଗିଛି । ଅସମ୍ଭାଳ ଆଡକୁ ଯାଉଛି ସ୍ଥିତି । ଏହାକୁ ନିୟନ୍ତ୍ରଣ କରିବା ପାଇଁ କୃତ୍ରିମ ବର୍ଷା କରାଯିବ। ଆଇଆଇଟି କାନପୁରର ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ୨୦ରୁ ବର୍ଷା କରାଇବାକୁ ନିଷ୍ପତ୍ତି ହୋଇଛି। ଏନେଇ ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇବେ ଦିଲ୍ଲୀ ସରକାର।

ନୂଆଦିଲ୍ଲୀ : ଶୀତ ଆସିଲେ ଦିଲ୍ଲୀରେ ଯେଉଁ ପରିସ୍ଥିତିକୁ ସେହି ପରିସ୍ଥିତି। ଚଳିତ ବର୍ଷ ଶୀତ ଆରମ୍ଭରୁ ଚରମ ସୀମାରେ ପହଞ୍ଚିଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ। ଦିଲ୍ଲୀର ବାୟୁ ପ୍ରଦୂଷଣ ଦିନକୁ ଦିନ ଖରାପ ହେବାରେ ଲାଗିଛି । ଅସମ୍ଭାଳ ଆଡକୁ ଯାଉଛି ସ୍ଥିତି । ଦିଲ୍ଲୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ ବା ବାୟୁ ଗୁଣବତ୍ତା ମାନ ୯୦୦ ସ୍ତର ଟପିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ କୃତ୍ରିମ ବର୍ଷା କରାଯିବ। ଆଇଆଇଟି କାନପୁରର ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ୨୦ରୁ ବର୍ଷା କରାଇବାକୁ ନିଷ୍ପତ୍ତି ହୋଇଛି। ଏନେଇ ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇବେ ଦିଲ୍ଲୀ ସରକାର।

ସେପଟେ ଦିଲ୍ଲୀ ଏନସିଆରରେ ସମସ୍ତ ସରକାରୀ ଓ ଘରୋଇ ପ୍ରାଥମିକ ସ୍କୁଲକୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ବାୟୁ ଏତେମାତ୍ରାରେ ପ୍ରଦୂଷିତ ହୋଇଛି ଯେ ରାସ୍ତାରେ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି । ଅନେକ ସ୍ଥାନରେ ଆକାଶ ଦେଖାଯାଉ ନାହିଁ କି ଠିକରେ ସୂର୍ଯ୍ୟକିରଣ ବି ଦେଖାଉ ନଥିବା ଭଳି ସ୍ଥିତି । ଆଗକୁ ଆହୁରି ସାଂଘାତିକ ସ୍ଥିତି ଆଶଙ୍କା କରାଯାଉଛି । ଦିଲ୍ଲୀ ଆଖପାଖ ରାଜ୍ୟରେ ପ୍ରଦୂଷଣ ବଢ଼ିବା ଯୋଗୁ ଏହା ପ୍ରଦୂଷିତ ହେଉଥିବା କୁହାଯାଉଛି ।

ଏହାପୂର୍ବରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ସ୍ଥଳେ ଏବେ ଏହାକୁ ବଢାଇ ଦିଆଯାଇଛି । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ । ବାୟୁ ପ୍ରଦୂଷଣ ଯୋଗୁଁ ଶୀତକାଳୀନ ଛୁଟି ଆଗୁଆ ଘୋଷଣା କରାଯାଇଛି । ଦେଶର ରାଜଧାନୀ ଦିଲ୍ଲୀରେ ନିଶ୍ୱାସ ନେବା ବହୁତ କଷ୍ଟକର ହୋଇପଡିଛି । ବାୟୁ ପ୍ରଦୂଷଣ ଯୋଗୁଁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.