Below header

ଦୁଇ ଘଣ୍ଟା ପର୍ଯ୍ୟନ୍ତ ଠପ୍‌ ହେଲା ChatGPT ସର୍ଭିସ, ପ୍ରଭାବିତ ହେଲେ ୧୦ କୋଟି ୟୁଜର୍ସ

ଟେକ୍ନୋଲୋଜି ଦୁନିଆରେ ଖୁବ ନାଁ କରିଥିବା AI ପ୍ଲାଟଫର୍ମ ChatGPT ସର୍ଭିସ ଦୁଇ ଘଣ୍ଟା ଧରି ବନ୍ଦ ହୋଇ ଯାଇଥିବା ସୂଚନା ମିଳିଛି । ଏପରି ଆଉଟେଜ୍‌ ଘଟିବା ଯୋଗୁଁ ପ୍ରାୟ ୧୦ କୋଟି ୟୁଜର ପ୍ରଭାବିତ ହୋଇଥିବା ରିପୋର୍ଟରେ କୁହାଯାଇଛି ।

ଟେକ୍ନୋଲୋଜି ଦୁନିଆରେ ଖୁବ ନାଁ କରିଥିବା AI ପ୍ଲାଟଫର୍ମ ChatGPT ସର୍ଭିସ ଦୁଇ ଘଣ୍ଟା ଧରି ବନ୍ଦ ହୋଇ ଯାଇଥିବା ସୂଚନା ମିଳିଛି । ଏପରି ଆଉଟେଜ୍‌ ଘଟିବା ଯୋଗୁଁ ପ୍ରାୟ ୧୦ କୋଟି ୟୁଜର ପ୍ରଭାବିତ ହୋଇଥିବା ରିପୋର୍ଟରେ କୁହାଯାଇଛି । ୭ ନଭେମ୍ବର ରାତି ପ୍ରାୟ ୮.୩୦ରେ ଏଭଳି ସମସ୍ୟା ହୋଇଥିବା ଜଣା ପଡ଼ିଛି ।

OpenAI ରିପୋର୍ଟ କହିଛି ଯେ ଏହି ସମସ୍ୟା କେବଳ ChatGPT ନୁହେଁ ଅନ୍ୟ AI ସର୍ଭିସରେ ମଧ୍ୟ ଦେଖାଯାଇଛି । ଯେକୌଣସି ୟୁଜର ଏହି ସର୍ଭିସକୁ ବ୍ୟବହାର କରିବା ପାଇଁ ଚେଷ୍ଟା କରିଥିଲେ, ସେମାନଙ୍କୁ ଏକ ମେସେଜ୍‌ ମିଳିଥିଲା । ଏହି ମେସେଜରେ ଲେଖାଥିଲା ‘ChatGPT is at capacity right now’ ।

OpenAI କହିବା ଅନୁସାରେ ଏହି ଆଉଟେଜର କାରଣ ଜଣାପଡ଼ିଛି । ଯାହା API ଏବଂ ChatGPT ରେ ହାଇ ଏରର ରେଟ୍‌ ଆସୁଛି ଏବଂ ଏହାର ଫିକ୍ସ ଉପରେ କାମ କରାଯାଉଛି । ଏହି ଆଉଟେଜ୍‌ ହେବା ଦ୍ୱାରା ChatGPT ଏବଂ API ସର୍ଭିସ କିଛି ଘଣ୍ଟା ପାଇଁ ପ୍ରଭାବିତ ହୋଇଥିଲା ।

ସୂଚନା ଥାଉ କି ଏହି ସମସ୍ୟା ପ୍ରଥମ ଥର ହୋଇଛି ଯେଉଁଥିରେ AI ପ୍ଲାଟଫର୍ମର ସର୍ଭିସ ଏତେ ଘଣ୍ଟା ପର୍ଯ୍ୟନ୍ତ ଠପ୍‌ ହୋଇଯାଇଥିଲା । ଲଞ୍ଚ ହେବା ପରଠାରୁ, ଏହାର ସର୍ଭିସ ୟୁଜର୍ସମାନଙ୍କୁ ଭଲ ଏକ୍ସପେରିଏନ୍ସ ଦେଇ ଆସୁଛି । ଏହା ପାଖାପାଖି ୧୦ କୋଟିରୁ ଅଧିକ ସାପ୍ତାହିକ ୟୁଜର୍ସଙ୍କୁ ଆକର୍ଷିତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.