Below header

ପୁଣି ନେପାଳରେ ଭୂମିକମ୍ପ ଝଟକା, ୩୬ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଥରିଲା

ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ମୁତାବକ, ନେପାଳରେ ପୁଣି ୩.୬ ତୀବ୍ରତା ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ନେପାଳ ପରେ ଆଫଗାନିସ୍ତାନର ଫେଜାବାଦରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୪.୫ ରହିଛି ।

ସକାଳୁ ସକାଳୁ ପୁଣି ଥରିଲା ନେପାଳ । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ମୁତାବକ, ନେପାଳରେ ପୁଣି ୩.୬ ତୀବ୍ରତା ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ନେପାଳ ପରେ ଆଫଗାନିସ୍ତାନର ଫେଜାବାଦରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୪.୫ ରହିଛି ।

ନେପାଳରେ ୨ ଦିନ ତଳେ ହୋଇଥିବା ଭୟଙ୍କର ଭୂକମ୍ପରେ ଶହ ଶହ ଜୀବନ ଚାଲିଯାଇଛି । କାଠମାଣ୍ଡୁର ଉତ୍ତରପଶ୍ଚିମ ଦିଗରେ ଏହି ଝଟକା ଅନୁଭୂତ ହୋଇଛି । ତେବେ ନେପାଳରେ ଭୂମିକମ୍ପରେ ୧୫୭ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।


ସୂଚନାଯୋଗ୍ୟ, ଶୁକ୍ରବାର ଦିନ ୬.୪ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହେବା ପରେ ୧୫୭ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୭୫ ଲୋକ ଆହତ ହୋଇଥିଲେ । ଏମାନଙ୍କ ଉଦ୍ଧାର କାର୍ଯ୍ୟ ଏଯାଏଁ ଜାରି ରହିଛି । ନେପାଳର ଜାଜରକୋଟ ଜିଲ୍ଲାରେ ଆସିଥିବା ଭୂମିକମ୍ପ ଯୋଗୁଁ କ୍ଷୟକ୍ଷତି ମଧ୍ୟ ଅଧିକ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.