Below header

ରନ୍ ମେସିନ୍ କିଙ୍ଗ କୋହଲି, ଯାହାଙ୍କ ନାରେ ରହିଛି ଅନେକ ବଡ ରେକର୍ଡ

୧୯୮୮ ନଭେମ୍ବର ୫ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ବିରାଟ । ପ୍ରେମ୍ କୋହଲି ଏବଂ ସରୋଜ କୋହଲିଙ୍କ କୋଳରେ ଜନ୍ମ ନେଇଥିଲେ ଇଣ୍ଡିଆନ କ୍ରିକେଟ ଟିମର ଭବିଷ୍ୟତ । ଗେହ୍ଲାରେ ପରିବାର ଲୋକେ ନାଁ ଦେଇଥିଲେ ବିରାଟ, ବିରାଟ କୋହଲି ।

ବିରାଟ କୋହଲି । ଭାରତୀୟ କ୍ରିକେଟର ହେବିୱେଟ ଷ୍ଟାର । ନଭେମ୍ବର ୫, ଭାରତୀୟ କ୍ରିକେଟ ପାଇଁ ଏକ ବିଶେଷ ଦିନ । ମୁକଟ ବିହୀନ ସମ୍ରାଟ, ଭାରତୀୟ ସ୍କୋର ବୋର୍ଡର ରନ ମେସିନ, ବିଶ୍ୱ କ୍ରିକେଟର ବାଦଶାହ ତଥା କିଙ୍ଗ କୋହଲିଙ୍କର ଆଜି ଜନ୍ମ ଦିନ । ଭାରତୀୟ କ୍ରିକେଟ ଟିମର ଅଧିନାୟକ ତଥା ରନ ମେସିନ ବିରାଟ କୋହଲି ଆଜି ୩୫ ବର୍ଷରେ ପାଦ ଦେଇଛନ୍ତି ।

୧୯୮୮ ନଭେମ୍ବର ୫ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ବିରାଟ । ପ୍ରେମ୍ କୋହଲି ଏବଂ ସରୋଜ କୋହଲିଙ୍କ କୋଳରେ ଜନ୍ମ ନେଇଥିଲେ ଇଣ୍ଡିଆନ କ୍ରିକେଟ ଟିମର ଭବିଷ୍ୟତ । ଗେହ୍ଲାରେ ପରିବାର ଲୋକେ ନା ଦେଇଥିଲେ ବିରାଟ, ବିରାଟ କୋହଲି । ଯିଏ ଆଜି ବିଶ୍ୱ କ୍ରିକେଟ ଇତିହାସରେ ପାଲଟିଯାଇଛନ୍ତି କିଙ୍ଗ କୋହଲି । ବାପା ମା’ଙ୍କର ଗୋଟିଏ ନାଁରୁ ଆଜି ବିଶ୍ୱ କ୍ରିକେଟ ଦେଇଛି ଅନେକ ନାଁ ।

କେବେ ବିରାଟ ତ କେବେ କିଙ୍ଗ୍, କେବେ ରନ୍ ମେସିନ ତ ଆଉ ପୁଣି କେବେ ଚେଜ୍ ମାଷ୍ଟର ଭାବରେ ସାରା ବିଶ୍ୱରେ ଆଜି ସେ ପରିଚୟ ପାଇଛନ୍ତି । ମାତ୍ର ୧୫ ବର୍ଷ ମଧ୍ୟରେ ଜଣେ ଶ୍ରେଷ୍ଠ ସ୍ତରର ଯୁବ ଖେଳାଳି ଭାବେ ପୂରା ବିଶ୍ୱରେ ହାସଲ କରିଛନ୍ତି ସ୍ୱତନ୍ତ୍ର ପରିଚୟ । ନିଜ ବ୍ୟାଟିଂ ପାଇଁ କୋହଲିଙ୍କ ନାମରେ ରହିଛି ଅନେକ ରେକର୍ଡ । ଏଥିପାଇଁ କ୍ରିକେଟର ସବୁ ଫର୍ମାଟରେ କୋହଲିଙ୍କ ଦବଦବା ବଜାୟ ରହିଛି । ବିରାଟଙ୍କ ଉପସ୍ଥିତି ଟିମ ଇଣ୍ଡିଆ ପାଇଁ ଆଣି ଦିଏ ଭରପୂର ଆତ୍ମବିଶ୍ୱାସ ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଯାଉଥିବା ୱାର୍ଲଡ କପ ୨୦୨୩ର ୩୭ ତମ ମ୍ୟାଚ ଆଜି କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ । ବିରାଟଙ୍କ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ନିଜ ଜନ୍ମଦିନ ଅବସରରେ ମ୍ୟାଚ ଖେଳିବେ କିଙ୍ଗ କୋହଲି । ଆଜି ନିଜ ଜନ୍ମଦିନରେ ଇତିହାସ ସୃଷ୍ଟି କରିବାର ଏକ ସୁଯୋଗ ରହିଛି ବିରାଟଙ୍କ ପାଖରେ ।

ବିରାଟଙ୍କ ଫ୍ୟାନ୍ସ କ୍ରେଜ୍ କାହାକୁ ଅଛପା ନାହିଁ । ବିରାଟ ମଧ୍ୟ ଫ୍ୟାନ୍ସଙ୍କ ସହ ସବୁବେଳେ ଯୋଡ଼ି ହୋଇଥାନ୍ତି, ତା’ ଫିଲ୍ଡରେ ହେଉ କିମ୍ବା ଫିଲ୍ଡ ବାହାରେ । ଟିମ୍ ଇଣ୍ଡିଆର ଏହି ଷ୍ଟାର୍ ଖେଳାଳି ଫ୍ୟାନ୍ସଙ୍କ ହୃଦୟ ଜିତିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ଭାରତୀୟ କ୍ରିକେଟର ବ୍ୟାଟିଂ ଫର୍ମାଟ ଏବଂ ଷ୍ଟାଇଲକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି ଦଳର ପୂର୍ବତନ ଅଧିନାୟକ ବିରାଟ ।

virat
Photo credit: Tribune india

ମଇଦାନକୁ ଓହ୍ଲାଇବା ମାତ୍ରେ ପଡିଆର ଚତୁର୍ଦିଗରେ ରନ୍ କରିବାର କ୍ଷମତା ରଖିଛନ୍ତି କୋହଲି । ତେଣୁ ଅଧିକାଂଶ ବୋଲରଙ୍କ ମନରେ ତାଙ୍କ ବ୍ୟାଟିଂ ଷ୍ଟାଇଲକୁ ନେଇ ଭୟ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ବିରାଟ ସମସ୍ତ ଫର୍ମାଟରେ ଭାରତୀୟ ଦଳର ନେତୃତ୍ୱ ନେଇ ସାରିଛନ୍ତି । ୨୦୧୪ରେ ଟେଷ୍ଟ ଏବଂ ୨୦୧୭ରେ ସୀମିତ ଓଭରରେ ଅଧିନାୟକ ପଦ ପାଇଥିଲେ ବିରାଟ । ତାଙ୍କ ନେତୃତ୍ୱରେ ଦଳ କୌଣସି ଆଇସିସି ଟ୍ରଫି ହାସଲ କରିପାରିନାହିଁ । କିନ୍ତୁ ବିରାଟ କୋହଲି ନେତୃତ୍ୱ ବଳରେ ଟେଷ୍ଟରେ ନମ୍ବର ୧ ଟିମର ଆଖ୍ୟା ପାଇଥିଲା । କୋହଲିଙ୍କ ନେତୃତ୍ୱରେ ବିଶ୍ୱ ଚମ୍ପିଆନସିପର ଫାଇନାଲରେ ମଧ୍ୟ ପହଞ୍ଚିଥିଲା ଟିମ ଇଣ୍ଡିଆ ।

ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ କୋହିଲ ଅପରାଜିତ ୮୨ ରନର ପାଳି ଖେଳି ଦଳକୁ ରୋମାଞ୍ଚକର ବିଜୟ ପ୍ରଦାନ କରିଥିଲେ । ୧୯ ତମ ଓଭରରେ ଦ୍ରୁତ ବୋଲର ହରିସ ରୌଫଙ୍କ ଦୁଇଟି ବଲରେ ଦୁଇଟି ଛକା ସାରା କ୍ରିକେଟ ଜଗତରେ ସଦା ସ୍ମରଣୀୟ ହୋଇ ରହିବ । ସେହିପରି ସେହି ମ୍ୟାଚରେ କୋହଲିଙ୍କ ପାଳିକୁ ବାରମ୍ବାର ମନେ ପକାଇବେ କ୍ରିକେଟ ପ୍ରେମୀ । ତେବେ ବିରାଟ୍ ନିଜେ ମଧ୍ୟ ଏହାକୁ ତାଙ୍କର ସର୍ବୋତ୍ତମ ଇନିଂସ ବୋଲି ବର୍ଣ୍ଣନା କରିଛନ୍ତି ।

ସେ ଇଣ୍ଟରନ୍ୟାସନାଲ କ୍ରିକେଟରେ ୭୧ ଶତକ ହାସଲ କରିଛନ୍ତି ଏବଂ ଏହି ପ୍ରସଙ୍ଗରେ କେବଳ ସଚିନ ତେନ୍ଦୁଲକରଙ୍କ ପଛରେ ଅଛନ୍ତି । ରନ୍ ପଛରେ ଗୋଡ଼ାଇବା କ୍ଷେତ୍ରରେ, କୌଣସି ବ୍ୟାଟର ତାଙ୍କଠାରୁ ସର୍ବୋତ୍ତମ ରେକର୍ଡ କରିପାରି ନାହାନ୍ତି । ତବେ ଆଜି ଏହି ସୁପରଷ୍ଟାର କ୍ରିକେଟରଙ୍କ ୩୫ତମ ଜନ୍ମ ବାର୍ଷିକରେ ସାରା କ୍ରିକେଟ ଜଗତ ସହିତ ସାରା ବିଶ୍ୱ ଅଭିନନ୍ଦନ ଜଣାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.