Below header

ଲଞ୍ଚ ହେଲା Google Pixel 8 Proର ନୂଆ ଭାରିଆଣ୍ଟ, ମିଳିବ ପାଓ୍ଵାରଫୁଲ ଷ୍ଟୋରେଜ

କମ୍ପାନୀ Google Pixel 8 Proର ୨୫୬GB ଷ୍ଟୋରେଜ୍ ଭାରିଆଣ୍ଟ ଲଞ୍ଚ କରିଛି । ଯେଉଁଥିରେ ୟୁଜରମାନଙ୍କୁ ପାଓ୍ଵାରଫୁଲ ଷ୍ଟୋରେଜ କ୍ୟାପାସିଟି ସହିତ ଭଲ ପରର୍ଫମାନ୍ସ ମିଳିବ । ତେବେ Google Pixel 8 Pro ର ଦାମ ଓ ଫିଚର୍ସ କଣ ରହିଛି ଆସନ୍ତୁ ଜାଣିବା ।

କମ୍ପାନୀ Google Pixel 8 Proର ୨୫୬GB ଷ୍ଟୋରେଜ୍ ଭାରିଆଣ୍ଟ ଲଞ୍ଚ କରିଛି । ଯେଉଁଥିରେ ୟୁଜରମାନଙ୍କୁ ପାଓ୍ଵାରଫୁଲ ଷ୍ଟୋରେଜ କ୍ୟାପାସିଟି ସହିତ ଭଲ ପରର୍ଫମାନ୍ସ ମିଳିବ । ତେବେ Google Pixel 8 Pro ର ଦାମ ଓ ଫିଚର୍ସ କଣ ରହିଛି ଆସନ୍ତୁ ଜାଣିବା ।

ଗୁଗଲ ୪ ଅକ୍ଟୋବରରେ ଭାରତ ସମତେ ଗ୍ଲୋବାଲ ମାର୍କେଟରେ ପିକ୍ସେଲ 8 ସିରିଜର ଦୁଇଟି ନୂଆ ସ୍ମାର୍ଟଫୋନ Pixel 8 ଏବଂ Pixel 8 Pro ଲଞ୍ଚ କରିଥିଲା। କମ୍ପାନୀ Pixel 8 ପ୍ରୋର ୧୨GB RAM ଏବଂ ୧୨୮GB ଷ୍ଟୋରେଜ୍ ଭାରିଆଣ୍ଟ ଲଞ୍ଚ କରିଥିଲା । ବର୍ତ୍ତମାନ ଏହାର ନୂଆ ଭାରିଆଣ୍ଟ ଲଞ୍ଚ ହୋଇଛି । Google Pixel 8 Proର ୧୨୮GB ଷ୍ଟୋରେଜ ଭାରିଆଣ୍ଟକୁ ଭାରତରେ ୧,୦୬,୯୯୯ ଟଙ୍କାରେ ଲଞ୍ଚ କରାଯାଇଥିଲା । କିନ୍ତୁ ବର୍ତ୍ତମାନ କମ୍ପାନୀ Google Pixel 8 Proର ୨୫୬ GB ଷ୍ଟୋରେଜ ଭାରିଆଣ୍ଟକୁ ୧,୧୩,୯୯୯ ଟଙ୍କାରେ ଲଞ୍ଚ କରିଛି । ଯେଉଁଥିରେ କମ୍ପାନୀ ତରଫରୁ ଏଥିରେ ଡିସକାଉଣ୍ଟ ମଧ୍ୟ ଦିଆଯାଉଛି ।

ଏହି ଫୋନରେ ୧୨ GB RAM ଏବଂ ୨୫୬GB ଷ୍ଟୋରେଜ ଦିଆଯାଇଛି । Google Pixel 8 Proର ଏହି ଭାରିଆଣ୍ଟର ଦାମ ହେଉଛି ୧,୧୩,୯୯୯ ଟଙ୍କା । କିନ୍ତୁ କମ୍ପାନୀ ଏହି ଫୋନରେ କିଛି ବ୍ୟାଙ୍କ ଅଫର ମଧ୍ୟ ଦେଇଛି । SBI ବ୍ୟାଙ୍କ କ୍ରେଡିଟ କାର୍ଡ ଦ୍ୱାରା ଆପଣ ୯,୦୦୦ ଟଙ୍କା ଡିସକାଉଣ୍ଟ ପାଇପାରିବେ । ଏହା ସହିତ ୪,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ ମଧ୍ୟ ଦିଆଯାଉଛି । ଭାରତରେ Google Pixel 8 Pro ର ନୂଆ ଭାରିଆଣ୍ଟ କେବଳ ଓବ୍ସିଡିଆନ୍ କଲରରେ ମିଳିବ ।

Google Pixel 8 Proର ଫିଚର :
ଏହି ଫୋନ୍ ଆଣ୍ଡ୍ରଏଡ୍ 14 ରେ କାମ କରେ । ଏଥିରେ ୬.୭ ଇଞ୍ଚର କ୍ୱାଡ- HD ସ୍କ୍ରିନ ଦିଆଯାଇଛି ଯାହାର ରିଫ୍ରେସ ରେଟ ୧୨୦ Hz । ଗୁଗଲର ଏହି ନୂଆ ଫୋନରେ ଟେନସର୍ G3 ପ୍ରୋସେସର ଏବଂ ୧୨୦Hzର ରିଫ୍ରେସ ରେଟ ରହିଛି । ଏଥିରେ ଟାଇଟାନ M2 ସିକ୍ୟୁରିଟି ଚିପସେଟ ଦିଆଯାଇଛି । ଏହା ସହିତ ଟ୍ରିପଲ୍ ରିୟର କ୍ୟାମେରା ଯୋଗାଇ ଦିଆଯାଇଛି । ଏଥିରେ ୫୦ ମେଗାପିକ୍ସେଲର ପ୍ରଥମ ସେନ୍ସର ରହିଛି । ଦ୍ୱିତୀୟଟିରେ ୪୮ ମେଗାପିକ୍ସେଲ ଏବଂ ତୃତୀୟରେ ମଧ୍ୟ ୪୮ ମେଗାପିକ୍ସେଲର ସେନ୍ସର ରହିଛି । ଏହି ଫୋନରେ ୧୦.୫ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଏଥିରେ ୫୦୫୦ mAh ବ୍ୟାଟେରୀ ଦିଆଯାଇଛି ଯାହା ୩୦ ୱାଟ େଓ୍ଵୟାର ଚାର୍ଜିଂକୁ ସପୋର୍ଟ କରେ । ଫୋନରେ ୧୨ GB RAM ଏବଂ ୨୫୬ GB ପର୍ଯ୍ୟନ୍ତ ଷ୍ଟୋରେଜ୍ ରହିଛି । ଏଥିରେ ଏକ ଇନ-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.