Below header

ଆଫଗାନିସ୍ତାନରେ ପୁଣି ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୧

ଆଫଗାନିସ୍ତାନରେ ପୁଣି ଭୂମିକମ୍ପ । ଆଜି ସକାଳେ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଛି । ଭୂମିକମ୍ପ ଯୋଗୁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ ।

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ପୁଣି ଭୂମିକମ୍ପ । ଆଜି ସକାଳେ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଛି । ଭୂମିକମ୍ପ ଯୋଗୁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ । ସେମାନେ ଘରୁ ବାହାରକୁ ବାହାରି ପଳାଇ ଆସିଥିଲେ ।

ସେପଟେ ଗତ ଶନିବାର ଦିନ ପଶ୍ଚିମ ଆଫଗାନିସ୍ତାନରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୪ ହଜାର ଟପିଯାଇଛି। ଭୂକମ୍ପରେ ପ୍ରାୟ ୨ ହଜାର ଘର ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ଆଫ୍‌ଗାନ କର୍ତ୍ତୃପକ୍ଷଙ୍କ ତଥ୍ୟ ଅନୁଯାୟୀ ଦୁର୍ଭାଗ୍ୟଜନକ ଭାବେ ଭୂକମ୍ପରେ ମୃତ୍ୟୁସଂଖ୍ୟା ୪ ହଜାର ଟପିଛି ଏବଂ ଲଗାତାର ବଢ଼ୁଛି। ପଶ୍ଚିମ ଆଫଗାନିସ୍ତାନ ଓ ଇରାନର ସୀମାରେ ସୃଷ୍ଟି ହୋଇଥିବା ଏହି ଶକ୍ତିଶାଳୀ ଭୂମିକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଏହାସହ ହଜାର ହଜାର ସଂଖ୍ୟାରେ ଲୋକ ବାସହୀନ ହୋଇପଡିଛନ୍ତି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ରେକର୍ଡ କରାଯାଇଥିଲା ।
। ଏବେବି ଅନେକ ଲୋକ ମାଟି ତଳେ ପୋତି ହୋଇରହିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସଂଯୁକ୍ତ ରାଜ୍ୟ ଭୂବୈଜ୍ଞାନିକ ସର୍ବେକ୍ଷଣ ରିପୋର୍ଟ ମୁତାବକ, ଗୋଟିଏ ଦିନରେ ଲଗାତାର ୬.୩, ୫,୯, ୫.୫ ତୀବ୍ରତାର ଭୂମିକମ୍ପ ଯୋଗୁଁ ବ୍ୟାପକ କ୍ଷତି ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.