ବାହାନଗା ଟ୍ରେନ ଟ୍ରାଜେଡି : ୨୮ଟି ଅଚିହ୍ନା ମୃତଦେହର ହେଲା ଅନ୍ତିମ ସଂସ୍କାର

୧୨୮ ଦିନ ପରେ ଜଳିଲା ମୃତଦେହ। ଭରତପୁର ଶ୍ମସାନରେ ଲିଭିଗଲା ପରିଚୟ। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୮ଟି ଅଚିହ୍ନା ମୃତଦେହର ହେଲା ଅନ୍ତିମ ସଂସ୍କାର। ଭୁବନେଶ୍ବର ଭରତପୁର ଶ୍ମଶାନରେ ସମସ୍ତ ଅଚିହ୍ନା ଶବର ଶେଷକୃତ୍ୟ କରିଛି BMC।

ଭୁବନେଶ୍ୱର (କେନ୍ୟୁଜ): ୧୨୮ ଦିନ ପରେ ଜଳିଲା ମୃତଦେହ। ଭରତପୁର ଶ୍ମସାନରେ ଲିଭିଗଲା ପରିଚୟ। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୮ଟି ଅଚିହ୍ନା ମୃତଦେହର ହେଲା ଅନ୍ତିମ ସଂସ୍କାର। ଭୁବନେଶ୍ବର ଭରତପୁର ଶ୍ମଶାନରେ ସମସ୍ତ ଅଚିହ୍ନା ଶବର ଶେଷକୃତ୍ୟ କରିଛି BMC।

 

ଗତକାଲି ଅପରାହ୍ନରେ ଦିଲ୍ଲୀରୁ ସିବିଆଇର ଏକ ସ୍ବତନ୍ତ୍ର ଟିମ୍ ଏମସରେ ପହଞ୍ଚିଥିଲେ। ଏମସ, ସିବିଆଇ ଓ ବିଏମସି ଅଧିକାରୀଙ୍କ ଉପସ୍ଥିତିରେ କଣ୍ଟେନର ଖୋଲାଯାଇଥିଲା। ଏହାପରେ ୨୧ଟି ମୃତଦେହ BMCକୁ ହସ୍ତାନ୍ତର କରାଯାଇଥିଲା। ଅନ୍ତିମ ସତ୍କାର ବେଳେ ବିଏମସି, ପୂର୍ବତଟ ରେଳପଥ ଓ ସିବିଆଇ ଅଧିକାରୀ ଉପସ୍ଥିତି ଥିଲେ। ଡିସପୋଜ୍ ପ୍ରକ୍ରିୟା ପରେ ମୃତଦେହକୁ ବିଏମସିକୁ ହସ୍ତାନ୍ତର କରାଯାଇଥିଲା। ପ୍ରାୟ ୪ ମାସ ହେଲା ମୃତଦେହ ଗୁଡ଼ିକକୁ ଫ୍ରିଜରେ ରଖାଯାଇଥିଲା। ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଯାତ୍ରୀଙ୍କ ଶବ ତାଙ୍କ ସମ୍ପର୍କୀୟଙ୍କୁ ଫେରାଇ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା । କିଛି କ୍ଷେତ୍ରରେ ତାହା ସମ୍ଭବ ନହେବାରୁ ଅନ୍ତିମ ସଂସ୍କାର କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଜୁନ ୨ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ହୋଇଥିଲା। ଏଥିରେ ୨୮୮ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.