ଆଜି ବଲିଉଡ୍ ଶେହନସାହ ଅମିତାଭ ବଚ୍ଚନଙ୍କ ଜନ୍ମଦିନ, ୮୧ ବର୍ଷରେ ପାଦ ଦେଇଛନ୍ତି ବିଗ୍‌ ବି

ହାପି ବାର୍ଥ ଡେ ବିଗ ବି । ୮୧ ବର୍ଷରେ ପାଦ ଥାପିଲେ ବଲିଉଡର ମହାନାୟକ । ‘ବିଗ ବି’ଙ୍କୁ ଜନ୍ମଦିନ ଅବସରରରେ ସମସ୍ତ ବଲିଉଡ କଳାକାରଙ୍କ ସହ ତାଙ୍କର ପ୍ରଶସଂକ ମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଫିଲ୍ମ ସାତ ହିନ୍ଦୁସ୍ତାନୀରୁ କ୍ୟାରିଅର ଆରମ୍ଭ କରିଥିଲେ ବିଗ ବି । ଆଜି ବି ସେ ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ଦର୍ଶକକୁ ମନୋରଞ୍ଜନ କରୁଛନ୍ତି ।

ନୂଆଦିଲ୍ଲୀ : ହାପି ବାର୍ଥ ଡେ ବିଗ ବି । ୮୧ ବର୍ଷରେ ପାଦ ଥାପିଲେ ବଲିଉଡର ମହାନାୟକ । ‘ବିଗ ବି’ଙ୍କୁ ଜନ୍ମଦିନ ଅବସରରରେ ସମସ୍ତ ବଲିଉଡ କଳାକାରଙ୍କ ସହ ତାଙ୍କର ପ୍ରଶସଂକ ମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ବଲିଉଡର ଏହି ସେହେନସା ନିଜର ଅଭିନୟ ଯାଦୁ ବଳରେ ବହୁ ବର୍ଷ ଧରି ବଲିଉଡରେ ରାଜ କରିବା ସହ ଦର୍ଶକମାନଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଫିଲ୍ମ ସାତ ହିନ୍ଦୁସ୍ତାନୀରୁ କ୍ୟାରିଅର ଆରମ୍ଭ କରିଥିଲେ ବିଗ ବି । ଆଜି ବି ସେ ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ଦର୍ଶକକୁ ମନୋରଞ୍ଜନ କରୁଛନ୍ତି ।

ବଲିଉଡର ସେହେନ୍ସା ଅମିତାଭ ବଚ୍ଚନ । ୧୯୪୨ ମସିହା ଅକ୍ଟୋବର ମାସ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । କିଏ କହେ ତାଙ୍କୁ ଅଲ ଟାଇମ ଏଙ୍ଗ୍ରିମ୍ୟାନ । ତ ଆଉ କିଏ କହେ ବଲିଉଡର ଶେହନସା । କ୍ୟାରିଅରର ଅନେକ ସଂଘର୍ଷ ପରେ ସଫଳତାର ଶୀର୍ଷକୁ ଛୁଇଁଛନ୍ତି । ଆଜି ବି ଜୀବନ୍ତ ଓ ହୃଦୟସ୍ପର୍ଶୀ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି ।

୧୯୬୯ରେ ରିଲିଜ ଫିଲ୍ମ ସାତ ହିନ୍ଦୁସ୍ତାନୀରୁ ଆରମ୍ଭ କରିଥିଲେ ଅଭିନୟ ଜୀବନ । ୩୦ ବର୍ଷ ବେଳକୁ ୧୨ଟି ଫିଲ୍ମରେ ଅଭିନୟ କରିଥିଲେ । ସେଥିରୁ ହିଟ୍ ହୋଇଥିଲା ମାତ୍ର ୨ଟି ଫିଲ୍ମ । ଫିଲ୍ମ ଆନନ୍ଦରେ ତତ୍କାଳୀନ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ସହ ସେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ମିଳିଥିଲା ଫିଲ୍ମ ଫେୟାର ଆଓ୍ଵାର୍ଡ । ୧୯୭୩ରେ ରିଲିଜ ଫିଲ୍ମ ଜଞ୍ଜିରରୁ ସଫଳତାର ସିଡି ଚଢ଼ିଥିଲେ ବିଗ୍ ବି । ନିର୍ଦ୍ଦେଶକ ପ୍ରକାଶ ମେହେରାଙ୍କ କ୍ରାଇମ୍ ଥ୍ରୀଲର୍ ଜଞ୍ଜିର ସିନେମାରେ ପୋଲିସ ଇନିସପେକ୍ଟର ବିଜୟ ଭୂମିକାରେ ଅଭିନୟ କରି ବଲିଉଡରେ ଆଙ୍ଗ୍ରି ୟଙ୍ଗମ୍ୟାନ୍ ଧାରା ସୃଷ୍ଟି କରିଥିଲେ । ରାତାରାତି ପାଲଟିଗଲେ ସୁପରଷ୍ଟାର୍ । ଜଞ୍ଜିର ପରେ ଆଉ ପଛକୁ ଫେରି ନାହାଁନ୍ତି ଅମିତାଭ ବଚ୍ଚନ । ବଲିଉଡକୁ ଦେଇ ଚାଲିଲେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ । ବିଗ ବିଙ୍କ କ୍ୟାରିୟରକୁ ଆଉ ପାଦେ ଆଗକୁ ନେଇଥିଲା ଫିଲ୍ମ ଦିଓ୍ଵାର । ସେଥିରେ ଅମିତାଭଙ୍କ ଆକ୍ସନ ଓ ଦମଦାର ଡାଏଲଗ୍ ଆଜି ବି ଦର୍ଶକଙ୍କ ହୃଦୟରେ ତାଜା ହୋଇ ରହିଛି । ଅମର ଆକବର ଆନ୍ଥୋନୀ ତାଙ୍କ କ୍ୟାରିୟରର ଅନ୍ୟତମ ସୁପର ହିଟ୍ ଫିଲ୍ମ । ଦମଦାର ଅଭିନୟ ପାଇଁ ପ୍ରଥମ ଥର ଫିଲ୍ମ ଫେୟାର ଆଓ୍ଵାର୍ଡ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.