ଆଶ୍ବିନରେ ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି, ଆଗାମୀ ୪ ଦିନ ଯାଏ ରହିବ ଏଭଳି ପାଗ

ଆଶ୍ବିନରେ ତାତି କରୁଛି କଲବଲ । ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ଅସହ୍ୟ ତାତି । ଦିନ ୯ଟାରୁ ଟା ଟାଇଁ ଟାଇଁ ଖରାରେ ଘରୁ ବାହାରିବା ମୁସ୍କିଲ । ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଚାନ୍ଦବାଲିରେ ୩୬.୭ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଏଥିସହ ରାଜ୍ୟରେ ୧୮ ସହରର ତାପମାତ୍ରା ୩୫ ଡିଗ୍ରି ସେଲସିୟସ ଉପରେ ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଆଶ୍ବିନରେ ତାତି କରୁଛି କଲବଲ । ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ଅସହ୍ୟ ତାତି । ଆର୍ଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଦିନ ୯ଟାରୁ ଟା ଟାଇଁ ଟାଇଁ ଖରାରେ ଘରୁ ବାହାରିବା ମୁସ୍କିଲ । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀରୁ ୩୮ ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ଉପକୂଳ ଓଡ଼ିଶାରେ ଆର୍ଦ୍ରତା ୮୦ ପ୍ରତିଶତ ରହୁଛି। ଆଗାମୀ ୪ ଦିନ ଏଭଳି ପାଗ ଲାଗିରହିବ । ରାଜ୍ଯର ଅଧିକାଂଶ ସ୍ଥାନରେ ଆକାଶ ମେଘମୁକ୍ତ ରହିଛି। ଆକାଶ ନିର୍ମଳ ଥିବାରୁ ବହୁ ସ୍ଥାନର ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ ଅଧିକ ରହିଛି। ରାତି ତାପମାତ୍ରା ମଧ୍ୟ ସ୍ବାଭାବିକଠାରୁ ଗୋଟିଏ ଦୁଇ ଡିଗ୍ରୀ ଅଧିକ ରହିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଚାନ୍ଦବାଲିରେ ୩୬.୭ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଏଥିସହ ରାଜ୍ୟରେ ୧୮ ସହରର ତାପମାତ୍ରା ୩୫ ଡିଗ୍ରି ସେଲସିୟସ ଉପରେ ରହିଛି । ଅନ୍ୟପଟେ ରାଜ୍ୟରୁ ମୌସୁମୀ ଅପସାରଣ ନେଇ ପାଗ ଅନୁକୂଳ ରହିଛି । ଦିନେ ଦୁଇ ଦିନରେ ରାଜ୍ୟର କିଛି କିଛି ସ୍ଥାନରୁ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହେବ। ତେବେ ସ୍ବାଭାବିକ ଭାବେ ପ୍ରତିବର୍ଷ ଅକ୍ଟୋବର ମାସରେ ତାପମାତ୍ରା ସମାନ୍ୟ ଅଧିକ ଥାଏ । କିନ୍ତୁ ଚଳିତ ବର୍ଷ ମେଘମୁକ୍ତ ଆକାଶ ଏବଂ ବର୍ଷା ନ ଥିବାରୁ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.