ଏକନାଥ ସିନ୍ଧେଙ୍କୁ ମିଳିଲା ନିର୍ବାଚନ ଚିହ୍ନ ‘ଖଣ୍ଡା-ଢ଼ାଲ’, ଏଥର ଉଦ୍ଧବଙ୍କ ‘ମଶାଲ’ ସହ ହେବ ଲଢ଼େଇ

ନୂଆଦିଲ୍ଲୀ : ନିର୍ବାଚନ କମିଶନ ମଙ୍ଗଳବାର ଏକନାଥ ସିନ୍ଧେଙ୍କୁ ନିର୍ବାଚନ ଚିହ୍ନ ଦେଇଛନ୍ତି । ନିର୍ବାଚନ କମିଶନ ସିନ୍ଧେଙ୍କୁ ଦୁଇଟି ଖଣ୍ଡା ସହ ଢ଼ାଲ ଚିହ୍ନ ଦେଇଛନ୍ତି । ସିନ୍ଧେ ନିର୍ବାଚନ ଆୟୋଗଙ୍କୁ ଦ୍ୱିତୀୟ ଥର ପାଇଁ ଚିହ୍ନ ପଠାଇଥିଲେ । ପ୍ରଥମ ଥର ପଠାଯାଇଥିବା ୩ ବିକଳ୍ପ ଚିହ୍ନକୁ ଆୟୋଗ ଖାରଜ କରିଦେଇଥିଲେ । ସେହିପରି ସିନ୍ଧେଙ୍କ ଦଳ ନାମ ବାଲାସାହେବଂଚୀ ଶିବସେନା ନାମ ଦେଇଛନ୍ତି ।

ପ୍ରକାଶଯୋଗ୍ୟ ଯେ ସିନ୍ଧେ ତ୍ରିଶୂଳ, ଗଦା ଓ ଉଦିତ ସୂର୍ଯ୍ୟ ନିର୍ବାଚନ ଚିହ୍ନ ନିର୍ବାଚନ କମିଶନଙ୍କୁ ପଠାଇଥିଲେ । ହେଲେ ଆୟୋଗ ତ୍ରିଶୂଳ ଓ ଗଦାକୁ ଧାର୍ମିକ ଚିହ୍ନ ଓ ଉଦୟ ସୂର୍ଯ୍ୟଙ୍କୁ ଡିଏମକେ ର ନିର୍ବାଚନ ଚିହ୍ନ ବୋଲି ଦର୍ଶାଇଥିଲେ । ତେଣୁ ଆୟୋଗ ସିନ୍ଧେଙ୍କୁ ଦ୍ୱିତୀୟ ଥର ପାଇଁ ନିର୍ବାଚନ ଚିହ୍ନ ପଠାଇବାକୁ ସୁଯୋଗ ଦେଇଥିଲେ । ନିର୍ବାଚନ ଚିହ୍ନ ଲଢ଼େଇରେ ଉଦ୍ଧବ ଓ ସିନ୍ଧେଙ୍କୁ ଶିବସେନା ନାମ ମିଳିଲା ନାହିଁ କି ଶିବସେନା ନିର୍ବାଚନ ଚିହ୍ନ ମିଳିଲା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.